Renuka Swamy(Left) & Darshan Thoogudeepa
ଏକ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି କନ୍ନଡ ସିନେ ଜଗତର ଲୋକପ୍ରିୟ ଅଭିନେତା ଦର୍ଶନ ତୁଗୁଦୀପ। ଏହି ମାମଲାରେ ପୁଲିସ ତାଙ୍କୁ ଆଜି ସକାଳେ ମୈସୁରରୁ ଉଠାଇ ଆଣି ପଚରା ଉଚରା କରୁଥିଲା। ଏହାର କିଛି ଘଣ୍ଟା ପରେ ପୁଲିସ ତାଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ମୃତ ବ୍ୟକ୍ତି ହେଉଛନ୍ତି ରେଣୁକା ସ୍ୱାମୀ(33)। ଜୁନ୍ 8ରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଜୁନ୍ 9ରେ ବେଙ୍ଗାଲୁରୁର କାମାକ୍ଷିପଲ୍ୟା ନିକଟସ୍ଥ ଏକ ନାଳରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପୁଲିସ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରି ପଚରା ଉଚରା କରୁଥିଲା। ଜେରା ସମୟରେ ଅଭିଯୁକ୍ତମାନେ ରେଣୁକାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ।
ଅଭିନେତା ଦର୍ଶନଙ୍କ ନିର୍ଦ୍ଦେଶ କ୍ରମେ ସେମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା କହିଥିଲେ। ଏହାପରେ ଆଜି ସକାଳେ ବେଙ୍ଗାଲୁରୁ ପୁଲିସ ମୈସୁର ସ୍ଥିତ ଦର୍ଶନଙ୍କ ବାସଭବନରୁ ତାଙ୍କୁ ଉଠାଇ ଆଣି ପଚରା ଉଚରା କରୁଥିଲା। ଜେରା ସମୟରେ ପୁଲିସ ଜାଣିବାକୁ ପାଇଥିଲା ଯେ, ଦର୍ଶନଙ୍କ ଘନିଷ୍ଠ ବନ୍ଧୁ ପବିତ୍ରା ଗୌଡାଙ୍କୁ ମୃତ ରେଣୁକାଙ୍କୁ ସୋଶାଲ ମିଡିଆ ପ୍ଲାଟଫର୍ମରେ ଅପମାନଜନକ ମେସେଜ ପଠାଇଥିଲେ। ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଛି।
ଏହାକୁ ନେଇ ପୁଲିସ ପବିତ୍ରା ଗୌଙ୍କ ସମେତ ଅନ୍ୟ 10 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ଶେଷରେ ଅଭିନେତା ଦର୍ଶନଙ୍କୁ ପୁଲିସ ଗିରଫ କରିଛି।
କର୍ଣ୍ଣାଟକ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନ୍ୟତମ ଅଭିନେତା ହେଉଛନ୍ତି ଦର୍ଶନ। ପ୍ରଥମେ ଟେଲିଭିଜନରେ କ୍ୟାରିଅର୍ ଆରମ୍ଭ କରିବା ପରେ ବଡ ପରଦାରେ କାମ କରିଥିଲେ। ତାଙ୍କର କେତେକ ସୁପରହିଟ୍ ଚଳଚ୍ଚିତ୍ର ହେଉଛି 'କଲସିପାଲ୍ୟା', 'ସାରଥୀ', 'ଯଜମାନା' ଓ 'ରୋବର୍ଟ'।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us