Advertisment

ଆଶ୍ରମରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

ବେଙ୍ଗାଲୁରୁ: ୨୦୨୧ ବର୍ଷରେ ଫିଲ୍ମ ଜଗତରୁ ଆସିଛି ଦୁଃଖଦ ଖବର। କନ୍ନଡ ସିନେମା ଅଭିନେତ୍ରୀ ଓ ବିଗ୍ ବସ୍ କନ୍ନଡ଼ର ପୂର୍ବତନ ପ୍ରତିଯୋଗୀ ଜୟଶ୍ରୀ ରମେୟାଙ୍କ ମୃତଦେହ ମିଳିଛି। ବେଙ୍ଗାଲୁରୁସ୍ଥିତ ତାଙ୍କ ଏକ ଆଶ୍ରମରେ ଜୟଶ୍ରୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଦୀର୍ଘଦିନ ଧରି ଜୟଶ୍ରୀ ଡିପ୍ରେସନରେ ଥିଲେ। ଯେଉଁକାରଣରୁ ବେଙ୍ଗାଲୁରୁସ୍ଥିତ ସନ୍ଧ୍ୟା କିରଣ ଆଶ୍ରମରେ ତାଙ୍କର ଚିକିତ୍ସା ଚାଲିଥିଲା। ସୋମବାର ଜୟଶ୍ରୀ ଯେତେବେଳେ ନିଜ ପରିବାର ଓ ବନ୍ଧୁଙ୍କ ଫୋନ୍ କଲ କିମ୍ବା ମେସେଜର […]

ଅଦ୍ୟତନ ହୋଇଛି
ଆଶ୍ରମରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

ramaiah

Advertisment

ବେଙ୍ଗାଲୁରୁ: ୨୦୨୧ ବର୍ଷରେ ଫିଲ୍ମ ଜଗତରୁ ଆସିଛି ଦୁଃଖଦ ଖବର। କନ୍ନଡ ସିନେମା ଅଭିନେତ୍ରୀ ଓ ବିଗ୍ ବସ୍ କନ୍ନଡ଼ର ପୂର୍ବତନ ପ୍ରତିଯୋଗୀ ଜୟଶ୍ରୀ ରମେୟାଙ୍କ ମୃତଦେହ ମିଳିଛି। ବେଙ୍ଗାଲୁରୁସ୍ଥିତ ତାଙ୍କ ଏକ ଆଶ୍ରମରେ ଜୟଶ୍ରୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଦୀର୍ଘଦିନ ଧରି ଜୟଶ୍ରୀ ଡିପ୍ରେସନରେ ଥିଲେ। ଯେଉଁକାରଣରୁ ବେଙ୍ଗାଲୁରୁସ୍ଥିତ ସନ୍ଧ୍ୟା କିରଣ ଆଶ୍ରମରେ ତାଙ୍କର ଚିକିତ୍ସା ଚାଲିଥିଲା।

Advertisment

ସୋମବାର ଜୟଶ୍ରୀ ଯେତେବେଳେ ନିଜ ପରିବାର ଓ ବନ୍ଧୁଙ୍କ ଫୋନ୍ କଲ କିମ୍ବା ମେସେଜର ଜବାବ ଦେଲେ ନାହିଁ, ସେହି ସମୟରେ ତାଙ୍କର ଜଣେ ବନ୍ଧୁ ଆଶ୍ରମକୁ ଯୋଗାଯୋଗ କରିଥିଲେ। ଆଶ୍ରମର ଅଥରିଟି ଦେଖିଲେ ଯେ ଜୟଶ୍ରୀଙ୍କ ମୃତଦେହ ଫ୍ୟାନରେ ଲଟକିଛି। ଯାହା ପରେ ଆଶ୍ରମ ଅଥରିଟି ପୁଲିସକୁ ଏହାର ସୂଚନା ଦେଇଥିଲେ। ପୁଲିସ୍ ମାମଲାର ତଦନ୍ତ କରୁଛି ଏବଂ ଜୟଶ୍ରୀଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି।Jayashree Ramaiah, Former Bigg Boss Kannada Contestant, Dies by Suicide in Bengaluru - Onhike - Latest News Bulletins

ଦୀର୍ଘ ଦିନ ଧରି କୌଣସି କାମ ନମିଳିବାରୁ ଜୟଶ୍ରୀ ବହୁତ ଡିପ୍ରେସନରେ ଥିଲେ। ଏ ନେଇ ସେ ଅନେକଥର ନିଜ ସାଙ୍ଗସାଥୀଙ୍କୁ ଜଣାଇଥିଲେ। ଗତବର୍ଷ ଜୟଶ୍ରୀ ଫେସବୁକ୍ ପୋଷ୍ଟ ଜରିଆରେ ଡିପ୍ରେସନରେ ଥିବା ସୂଚନା ଦେଇଥିଲେ। ଗତବର୍ଷ ଜୁଲାଇ ମାସରେ ଫେସବୁକରେ ଏକ ସୁସାଇଡଲ୍ ପୋଷ୍ଟରେ ସେ ଲେଖିଥିଲେ, ମୁଁ ବିଦାୟ ନେଉଛି। ଏହି ଦୁନିଆର ଓ ଡିପ୍ରେସନ୍ ଜଗତରୁ ମୁଁ ବିଦାୟ ନେଉଛି। ତେବେ ପରେ ଜୟଶ୍ରୀ ଏହି ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ। ପରେ ନୂଆ ଅପଡେଟ୍ ଦେଇ ଲେଖିଥିଲେ 'ମୁଁ ଠିକ୍ ଅଛି ଏବଂ ସୁରକ୍ଷିତ ଅଛି। ସମସ୍ତଙ୍କୁ ମୋର ଭଲପାଇବା।

Advertisment

ಜಗತ್ತು ಸಾಕಾಯ್ತು, ಡಿಪ್ರೆಷನ್‌ಗೆ ಬಾಯ್': ಬಿಗ್‌ಬಾಸ್ ಸ್ಪರ್ಧಿಯ ಮೊಬೈಲ್ ಸ್ವಿಚ್‌ಆಫ್ | Kannada Big Boss season 3 contestant Jayashree Ramaiah writes good bye to depression

ସେହିପରି ଗତବର୍ଷ ଏକ ଲାଇଭ୍ ସେସନରେ ସେ କହିଥିଲେ, ମୁଁ ଆର୍ଥିକ ଭାବେ ମଜଭୁତ୍ ଅଛି, କିନ୍ତୁ ଡିପ୍ରେସନରେ ଅଛି। ମୁଁ ଅନେକ ଗୁଡ଼ିଏ ବ୍ୟକ୍ତିଗତ ଘଟଣାକୁ ନେଇ ଚିନ୍ତିତ ଅଛି। ମୋତେ ପିଲାଦିନରୁ ହିଁ ଧୋକା ମିଳି ଆସିଛି ଏବଂ ଏହାକୁ ଦୂର କରିବାକୁ ମୁଁ ଅସମର୍ଥ। ମୁଁ ଜଣେ ହାରି ଯାଇଥିବା ମହିଳା, ଯିଏ ଇଚ୍ଛାମୃତ୍ୟୁ ଚାହେଁ। ମୁଁ ଆଦୌ ଭଲ ଝିଅ ନୁହଁ। ଦୟାକରି ମୋତେ ଇଚ୍ଛା ମୃତ୍ୟୁ ଦିଆଯାଉ।

ଜୟଶ୍ରୀ ରମେୟା ବିଗ୍ ବସ୍ ସିଜନ୍-୩ରେ ପ୍ରତିଯୋଗୀ ଥିଲେ। ଜୟଶ୍ରୀଙ୍କ ଏଭଳି ଅକାଳ ମୃତ୍ୟୁରେ କନ୍ନଡ ଫିଲ୍ମ ଜଗତରେ ଶୋକର ଲହରି ଖେଳି ଯାଇଛି। ସେ ମଧ୍ୟ ୨୦୧୭ରେ 'Uppu Huli Khara' ଜରିଆରେ କନ୍ନଡ ଫିଲ୍ମରେ ଡେବ୍ୟୁ କରିଥିଲେ। ସେ ମଧ୍ୟ ବ୍ଲାକ୍ ନାମକ ଏକ ଫିଲ୍ମରେ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe