Advertisment

ଆଖିବୁଜିଲେ ସାଉଥ ଫିଲ୍ମ ନିର୍ଦ୍ଦେଶକ ଏସ୍‌କେ ଭଗବାନ

ଗତବର୍ଷ ଡିସେମ୍ବର ମାସରେ ସେ ଅସୁସ୍ଥ ହୋଇପଡିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

SK Bhagavan

SK Bhagavan

Advertisment

ପୁଣି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର। କନ୍ନଡ ସିନେମାର ଫେମସ ଫିଲ୍ମ ନିର୍ଦ୍ଦେଶକ ଏସ୍‌କେ ଭଗବାନଙ୍କ ଦେହାନ୍ତ ହୋଇଛି। ୮୯ ବର୍ଷ ବୟସରେ ବେଙ୍ଗାଲୁରୁରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ବୟସ ଜନିତ ରୋଗରେ ପୀଡିତ ଥିଲେ। ତାଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। 

Advertisment

ଗତବର୍ଷ ଡିସେମ୍ବର ମାସରେ ସେ ଅସୁସ୍ଥ ହୋଇପଡିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଅବସରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଏସ.କେ ଭଗବନଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି, ‘କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ.କେ ଭଗବାନଙ୍କ ମୃତ୍ୟୁ ଖବର ଶୁଣି ମୁଁ ବହୁତ ଦୁଃଖିତ। ଭଗବାନ ତାଙ୍କ ପରିବାରକୁ ଏହି ଯନ୍ତ୍ରଣା ସହିବାକୁ ଶକ୍ତି ଦିଅନ୍ତୁ।’

ନିର୍ଦ୍ଦେଶକ ଭଗବାନ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ସେ ନିଜ ବନ୍ଧୁ ଦୋରଇ ରାଜଙ୍କ ସହ ମିଶି ପୁନୀତ ରାଜକୁମାରଙ୍କ  ଅଭିନୀତ ‘କସ୍ତୁରୀ ନୀବାସ’, ‘ଏରାଡୁ ସୋୟମ’, ‘ବୟାଲୁ ଦାରୀ’, ‘ଗିରି କାନ୍ୟେ’, ‘ହୋସା ଲେକୁକ’ ସମେତ ୫୫ଟି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। 

Advertisment

Kannada Film
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe