/odisha-reporter/media/post_attachments/uploadimage/library/16_9/16_9_0/IMAGE_1715518948.jpg)
Pavitra Jayaram
ପୁଣି ଟେଲି ଦୁନିଆରୁ ଅସିଲା ଦୁଃଖଦ ଖବର। ଆଖିବୁଜିଲେ ଲୋକପ୍ରିୟ ଅଭିନେତ୍ରୀ ପବିତ୍ରା ଜୟରାମ। ସଡକ ଦୁର୍ଘଟଣାରେ କନ୍ନଡ଼ ଟେଲି ଅଭିନେତ୍ରୀ ପବିତ୍ରା ଜୟରାମଙ୍କର ମୃତ୍ୟ ହୋଇଛି। ରବିବାର ଦିନ ଆନ୍ଧ୍ରପ୍ରଦେଶର ମେହେବୁବା ନଗର ନିକଟରେ ଏକ କାର୍ ଦୁର୍ଘଟଣାରେ ସେ ଆଖି ବୁଜିଛନ୍ତି।
ଅଭିନେତ୍ରୀଙ୍କ କାରଟି ପ୍ରଥମେ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇଥିଲା। ପରେ ହାଇଦ୍ରାବାଦରୁ ଆସୁଥିବା ଏକ ବସ୍ ପବିତ୍ରାଙ୍କ କାରର ଡାହାଣ ପାର୍ଶ୍ୱକୁ ଧକ୍କା ଦେଇଥିଲା। ଫଳରେ ପବିତ୍ରା ଗୁରୁତର ଆହତ ହେବା ସହ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ସେ କର୍ଣ୍ଣାଟକାର ମାଣ୍ଡିଆ ଜିଲ୍ଲାରୁ ଫେରୁଥିବା ବେଳେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଅଭିନେତ୍ରୀଙ୍କ ସମ୍ପର୍କୀୟ ଭଉଣୀ ଉପେକ୍ଷା, ଡ୍ରାଇଭର ଓ ଅଭିନେତା ଚନ୍ଦ୍ରକାନ୍ତ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।
ପବିତ୍ରା ଜୟରାମ କନ୍ନଡ଼ ବ୍ୟତୀତ ଲୋକପ୍ରିୟ ତେଲୁଗୁ ଧାରାବାହିକ 'ତ୍ରିନୟନୀ'ରେ ତିଳୋତମା ଭୂମିକାରେ ଅଭିନୟ କରିଥିଲେ। ଏହି ସିରିଏଲ୍ରୁ ସେ ଢ଼େର ଲୋକପ୍ରିୟତା ସାଉଁଟିଛନ୍ତି। ତେବେ ତାଙ୍କର ଏଭଳି ହଠାତ୍ ମୃତ୍ୟୁକୁ କେହି ବି ସହଜରେ ଗ୍ରହଣ କରିପାରୁ ନାହାନ୍ତି।
କନ୍ନଡ଼ ଟେଲି ଜଗତରେ ଶୋକର ଛାୟା ଖେଳି ଯାଇଛି। ଅଭିନେତା ସମୀପ ଆଚାର୍ଯ୍ୟ ଅଭିନେତ୍ରୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ସହ ସୋଶାଲ ମିଡିଆରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
