Advertisment

‘କନ୍ତାରା’ ଫେମ୍ ରିଷଭ୍‌ଙ୍କୁ ଦାଦା ସାହେବ ଫାଲକେ ସମ୍ମାନ

କେନ୍ଦ୍ରୀୟ ସେନ୍ସର ବୋର୍ଡର ସଦସ୍ୟ ତଥା ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ସିଇଓ ଅଭିଷେକ ମିଶ୍ରା ଏକ ଚିଠି ମାଧ୍ୟମରେ ଏହି ଖବର ଘୋଷଣା କରିଛନ୍ତି।

author-image
Madhupriya Mistry
Rishab Shetty

Rishab Shetty

ଦାଦା ସାହେବ ଫାଲକେ ସମ୍ମାନ ପାଇବେ ‘କନ୍ତାରା’ ଫେମ୍ ରିଷଭ ଶେଟ୍ଟୀ। ଗତବର୍ଷ ନିଜ ବ୍ଲକବଷ୍ଟର ଫିଲ୍ମ କନ୍ତାରା ଜରିଆରେ ଅନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିବା ରିଷଭଙ୍କୁ ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୩ ରେ ମୋଷ୍ଟ ପ୍ରମିସିଙ୍ଗ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯିବ। 

Advertisment

କନ୍ନଡ ଫିଲ୍ମର ସୀମା ଅତିକ୍ରମ କରି ରିଷଭ ବର୍ତ୍ତମାନ ଅଖିଳଭାରତୀୟ ସ୍ତରର ଅଭିନେତା ହୋଇପାରିଛନ୍ତି। କେନ୍ଦ୍ରୀୟ ସେନ୍ସର ବୋର୍ଡର ସଦସ୍ୟ ତଥା ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ସିଇଓ ଅଭିଷେକ ମିଶ୍ରା ଏକ ଚିଠି ମାଧ୍ୟମରେ ଏହି ଖବର ଘୋଷଣା କରିଛନ୍ତି।

ଆସନ୍ତା ଫେବ୍ରୁଆରୀ ୨୦ ତାରିଖରେ ମୁମ୍ବାଇରେ ଏହି ପୁରସ୍କାର ସମାରୋହ ଆୟୋଜିତ ହେବ। ଫିଲ୍ମ କନ୍ତାରା ଜରିଆରେ ପୂରା ଭାରତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ଶେଟ୍ଟୀଙ୍କୁ ତାଜ ଲ୍ୟାଣ୍ଡ ଆଣ୍ଡ ହୋଟଲ୍‌ରେ ପୁରସ୍କୃତ କରାଯିବ। ଏନେଇ ଅଭିଷେକ ମିଶ୍ରା ଚିଠି ମାଧ୍ୟମରେ ଜଣାଇଛନ୍ତି।

Advertisment

ଏହାପୂର୍ବରୁ ସାଉଥର ଅନେକ ଅଭିନେତାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇସାରିଛି। ୨୦୧୯ରେ କେଜିଏଫ୍ ଚାପ୍ଟର-୧ ପାଇଁ ଅଭିନେତା ୟଶ୍‌ଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ ମିଳିଥିଲା। ଏହାପରେ ୨୦୨୦ରେ କିଚ୍ଚା ସୁଦୀପକୁ ଫିଲ୍ମ ଦବଙ୍ଗ-୩ ପାଇଁ ମୋଷ୍ଟ ପ୍ରମିସିଙ୍ଗ ଅଭିନେତା କ୍ୟାଟେଗୋରୀରେ ପୁରସ୍କୃତ କରାଯାଇଥିଲା। 

ନିକଟରେ ରିଷଭ ବେଙ୍ଗାଲୁରୁର ରାଜଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ନରେନ୍ଦ୍ର ମୋଦିଙ୍କ ସହ ସେ ରାତ୍ରୀ ଭୋଜନ କରିବାର ସୁଯୋଗ ପାଇଥିଲେ। ଏହି ସମୟରେ ସେ ମୋଦିଙ୍କ ସହ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ ଆଲୋଚନା କରିଥିଲେ। ତାଙ୍କ ସହ କେଜିଏଫ୍ ଷ୍ଟାର୍ ୟଶ୍ ମଧ୍ୟ ସାମିଲ ଥିଲେ। 

Dadasaheb Phalke Award