ମୁମ୍ୱାଇ: କମେଡିୟାନ୍ କପିଲ୍ ଶର୍ମାଙ୍କ ନୂଆ ଶୋ’ ପାଇଁ ବଲିଉଡର ବେବୋ କରୀନା ଓ ଅର୍ଜୁନ କପୁର ପ୍ରମୋ ଶୁଟିଂ କରିଛନ୍ତି। ଏହି ଦୁଇ ଷ୍ଟାର୍ ଶୋ’ରେ ତାଙ୍କ ଆଗାମୀ ଫିଲ୍ମ ‘କି ଆଣ୍ଡ୍ କା’ର ପ୍ରମୋସନ୍ କରୁଥିବା ଦେଖିବାକୁ ମିଳିଛି। ଏହା ବ୍ୟତୀତ ଏହି ଶୋ’ରେ କିଙ୍ଗ୍ ଖାନ୍ ତାଙ୍କ ଆଗାମୀ ଫିଲ୍ମ ‘ଫ୍ୟାନ୍’ର ମଧ୍ୟ ପ୍ରମୋସନ୍ କରିବେ। ଏହି ପ୍ରମୋରେ କପିଲଙ୍କୁ ଦେଖିବାକୁ ମିଳିବ ନାହିଁ। ଶୋ’ ନିର୍ମାତା ଶୋ’ ଆରମ୍ଭ ହେବା ପୂର୍ବରୁ କପିଲଙ୍କୁ ପରଦାକୁ ଆଣିବାକୁ ଚାହୁଁ ନାହାନ୍ତି।
ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କପିଲ ଶର୍ମାଙ୍କ ଏହି ଶୋ’ ଚଳିତବର୍ଷ ମାର୍ଚ୍ଚ ଶେଷ କିମ୍ୱା ଅପ୍ରେଲ୍ ମାସ ଆରମ୍ଭରୁ ଟେଲିକାଷ୍ଟ ହୋଇପାରେ । ଚଳିତମାସ ଶେଷ ସୁଦ୍ଧା ଏହି ଶୋ’ର ସୁଟିଂ ଆରମ୍ଭ ହେବ।
କରିନା ଓ ଅର୍ଜୁନ୍ ବ୍ୟତୀତ ଏହି ଶୋ’ରେ ବିରାଟ କୋହିଲି ଏବଂ ସାଇନା ନେହୱାଲଙ୍କ ନାମ ମଧ୍ୟ ଗେଷ୍ଟଲିଷ୍ଟରେ ରହିଛି। ଏମାନେ ସମସ୍ତେ ଶୋ’ର ୱେଲକମ୍ ପ୍ରମୋ ଶୁଟିଂ କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।
Entertainment
'ବନବାସ୍' ରିଲିଜ ପୂର୍ବରୁ ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା
ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସଫଳତା କାମନା କଲେ।
Entertainment
ଅଭିନେତା ସିଦ୍ଦିକିଙ୍କୁ 'ସୁପ୍ରିମ୍' ଆଶ୍ୱସ୍ତି, ଦୁଷ୍କର୍ମ ମାମଲାରେ ମିଳିଲା ଆଗୁଆ ଜାମିନ
ହେମା କମିଟି ରିପୋର୍ଟ ଆସିବା ପରେ ମାଲୟାଲମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।