Advertisment

କପିଲ୍‌ ଶେଆର୍‌ କଲେ ନିଜ ଝିଅର ପ୍ରଥମ ଫଟୋ

ମୁମ୍ବାଇ: କମେଡ଼ି କିଂ କପିଲ୍‌ ଶର୍ମା ନିଜ ଶୋ’ ମାଧ୍ୟମରେ ଲୋକଙ୍କୁ ହସାଇବା ସହ ଆଜି କାଲି ନିଜ ପର୍ସନାଲ୍‌ ଲାଇଫ୍‌କୁ ନେଇ ବେଶ୍‌ ଖୁସି ଅଛନ୍ତି। କିଛିଦିନ ତଳେ ତାଙ୍କ ପତ୍ନୀ ଗିନ୍ନି ଚତରଥ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। କପିଲ୍‌ ଏ ସମ୍ପର୍କିତ ସୂଚନା ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରି ଦେଇଥିଲେ। ସେବେଠୁ ଫ୍ୟାନ୍‌ମାନେ ତାଙ୍କ ଝିଅଙ୍କୁ ଦେଖିବାକୁ ଚାହୁଁଛନ୍ତି। କପିଲ୍‌ ଫ୍ୟାନ୍‌ଙ୍କର ଏହି ଖ୍ୱାହିସ୍‌ ପୂରା କରିଦେଇଛନ୍ତି। ସେ ପ୍ରଥମଥର […]

କପିଲ୍‌ ଶେଆର୍‌ କଲେ ନିଜ ଝିଅର ପ୍ରଥମ ଫଟୋ

kapil

Advertisment

ମୁମ୍ବାଇ: କମେଡ଼ି କିଂ କପିଲ୍‌ ଶର୍ମା ନିଜ ଶୋ’ ମାଧ୍ୟମରେ ଲୋକଙ୍କୁ ହସାଇବା ସହ ଆଜି କାଲି ନିଜ ପର୍ସନାଲ୍‌ ଲାଇଫ୍‌କୁ ନେଇ ବେଶ୍‌ ଖୁସି ଅଛନ୍ତି। କିଛିଦିନ ତଳେ ତାଙ୍କ ପତ୍ନୀ ଗିନ୍ନି ଚତରଥ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। କପିଲ୍‌ ଏ ସମ୍ପର୍କିତ ସୂଚନା ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରି ଦେଇଥିଲେ। ସେବେଠୁ ଫ୍ୟାନ୍‌ମାନେ ତାଙ୍କ ଝିଅଙ୍କୁ ଦେଖିବାକୁ ଚାହୁଁଛନ୍ତି। କପିଲ୍‌ ଫ୍ୟାନ୍‌ଙ୍କର ଏହି ଖ୍ୱାହିସ୍‌ ପୂରା କରିଦେଇଛନ୍ତି। ସେ ପ୍ରଥମଥର ପାଇଁ ଇନ୍‌ଷ୍ଟାଗ୍ରାମରେ ନିଜ ନହ୍ନି ପରିର ଫଟୋ ଶେଆର୍ କରିଛନ୍ତି।

Advertisment

https://www.instagram.com/p/B7VweU_nxV-/?utm_source=ig_web_copy_link

ଫଟୋରେ କପିଲ ତାଙ୍କ କୁନି ଝିଅକୁ କୋଳରେ ଧରିଥିବା ଦେଖିବାକୁ ମିଳିଛି ଓ ତାଙ୍କ ପାଖରେ ପତ୍ନୀ ଗିନ୍ନି ମଧ୍ୟ ଛିଡ଼ା ହୋଇଛନ୍ତି। ଫଟୋରେ କୁନିଝିଅ ଭାରି କ୍ୟୁଟ୍ ଲାଗୁଛି। ତା ବ୍ୟତୀତ ଏଥିରେ ଲାଗୁଛି ଯେମିତି ବାପା-ଝିଅ ପରସ୍ପରକୁ ଚାହିଁଛନ୍ତି। ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

https://www.instagram.com/p/B7Vv-L8n6Et/?utm_source=ig_web_copy_link

ସୂଚନାଯୋଗ୍ୟ, ଡିସେମ୍ବର ୧୦ ତାରିଖ କପିଲ ଏକ କନ୍ୟା ସନ୍ତାନର ପିତା ହେବା ସୌଭାଗ୍ୟ ଅର୍ଜନ କରିଥିଲେ। ଏହି ଖବର ସେ ତାଙ୍କର ଟ୍ୱିଟ୍‌ର ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରିଥିଲେ। ଏହା ପରେ ଅନେକ ବଲିଉଡ୍‌ ସେଲେବ୍ରିଟି, ସ୍ପୋର୍ଟ୍ସ ତାରକା ଓ ରାଜନେତା କପିଲ୍‌ଙ୍କୁ ଟ୍ୱିଟ୍‌ରରେ ଶୁଭେଚ୍ଛା ଜଣାଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe