Advertisment

ଘର ଚଳାଇବାକୁ ଟେଲିଫୋନ୍ ବୁଥ୍‌ରେ କାମ କରୁଥିଲେ କପିଲ୍

ମୁମ୍ବାଇ: କମେଡିଆନ୍‌ ଏବଂ ଅଭିନେତା କପିଲ ଶର୍ମାଙ୍କ ଆଜି ହେଉଛି ୩୮ତମ ଜନ୍ମ ଦିନ। କପିଙ୍କ ଜନ୍ମ ୧୯୮୧ ମସିହା ଆଜିର ଦିନରେ ଅମୃତସର୍‌ରେ ହୋଇଥିଲା। ୨୦୧୩ରେ ଫୋର୍ବସ୍‌ ମାଗାଜିନ କପିଲ୍‌ ଶର୍ମାଙ୍କୁ ଟପ୍‌ ୧୦୦ ସେଲିବ୍ରିଟିଙ୍କ ମଧ୍ୟରେ ସାମିଲ୍‌ କରିଥିଲା। ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, କପିଲ୍‌ ଶର୍ମା କମେଡିଆନ୍‌ ଏବଂ ଭଲ ଅଭିନେତା ସହ ଜଣେ ଭଲ ଗାୟକ ମଧ୍ୟ। ଜନ୍ମଦିନ ଅବସରରେ ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି। […]

author-image
Rosalin Rath
ଘର ଚଳାଇବାକୁ ଟେଲିଫୋନ୍ ବୁଥ୍‌ରେ କାମ କରୁଥିଲେ କପିଲ୍

k55

ମୁମ୍ବାଇ: କମେଡିଆନ୍‌ ଏବଂ ଅଭିନେତା କପିଲ ଶର୍ମାଙ୍କ ଆଜି ହେଉଛି ୩୮ତମ ଜନ୍ମ ଦିନ। କପିଙ୍କ ଜନ୍ମ ୧୯୮୧ ମସିହା ଆଜିର ଦିନରେ ଅମୃତସର୍‌ରେ ହୋଇଥିଲା। ୨୦୧୩ରେ ଫୋର୍ବସ୍‌ ମାଗାଜିନ କପିଲ୍‌ ଶର୍ମାଙ୍କୁ ଟପ୍‌ ୧୦୦ ସେଲିବ୍ରିଟିଙ୍କ ମଧ୍ୟରେ ସାମିଲ୍‌ କରିଥିଲା। ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, କପିଲ୍‌ ଶର୍ମା କମେଡିଆନ୍‌ ଏବଂ ଭଲ ଅଭିନେତା ସହ ଜଣେ ଭଲ ଗାୟକ ମଧ୍ୟ। ଜନ୍ମଦିନ ଅବସରରେ ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି।

Advertisment

ଆସନ୍ତୁ ଜାଣିବା ତାଙ୍କ ଜୀବନ ବିଷୟରେ କିଛି ଅଜଣା କଥା।

publive-image

କପିଲ୍‌ ଶର୍ମା ୨୦୦୬ରେ “ହସ୍‌ ଦେ ହସା ଦେ” ନାମକ ଏକ ଶୋ’ କରିଥିଲେ। ଆଉ ତା ପର ବର୍ଷ ୨୦୦୭ରେ ତାଙ୍କୁ “ ଦ ଗ୍ରେଟ୍‌ ଇଣ୍ଡିଆନ୍‌ ଲାଫ୍ଟର ଚ୍ୟାଲେଞ୍ଚ” ନାମକ ଶୋ’ରେ ବହୁତ ବଡ଼ ବ୍ରେକ୍‌ ମିଳିଥିଲା। ସେଥିରେ ସେ ବିଜେତା ହୋଇଥିଲେ। ଏହା ପରେ ୨୦୧୦-୧୩ ବର୍ଷରେ କମେଡି ସର୍କସ୍‌ରେ ସେ ଲଗାତାର ୬ ଥର ବିଜେତା ହୋଇଥିଲେ। କମେଡିରେ ସେ ନିଜକୁ ପରିଚିତ କରାଇବା ପରେ ନିଜେ ଏକ ଶୋ’ ଲଞ୍ଚ କରିଥିଲେ। ଯାହାର ନାଁ ହେଉଛି “ କମେଡି ନାଇଟ୍‌ସ୍‌ ୱିଥ୍‌ କପିଲ୍‌ ଶର୍ମା”।

publive-image

ତାଙ୍କ ବାପା ପଞ୍ଜାବ ପୁଲିସ୍‌ରେ ହାବିଲଦାର ଥିଲେ। ତାଙ୍କର ତିନିଜଣ ଭାଇ ଭଉଣୀ ଅଛନ୍ତି। ଗତ ବର୍ଷ କପିଲ୍‌ ବିବାହ କରିଥିବା ବେଳେ ତାଙ୍କ ପତ୍ନୀଙ୍କ ନାମ ଗିନ୍ନି ଚାତ୍ରାଥ।  କପିଲ୍‌ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ କେବେ ହାର୍‌ ମାନନ୍ତି ନାହିଁ। ଏହା ତାଙ୍କ ବାପାଙ୍କଠାରୁ ସେ ଶିଖିଛନ୍ତି। ଆହୁରି ମଧ୍ୟ ସେ କହିଥିଲେ ଯେ, ତାଙ୍କ ବାପାଙ୍କୁ କ୍ୟାନସର ହୋଇଥିଲା। ଏ ସମ୍ପର୍କ ସେ ଶେଷ ସମୟ ବେଳକୁ ପରିବାରକୁ କହିଥିଲେ। ସେ ଏହି ରୋଗ ସହ ୧୦ ବର୍ଷ ପର୍ଯ୍ୟନ୍ତ ଲଢ଼ିଥିଲେ।

Advertisment

publive-image

କପିଲ୍‌ଙ୍କ ପରିବାର ଏକ ସାଧାରଣ ଏବଂ ମଧ୍ୟମବର୍ଗ ପରିବାର ଥିଲା। ତାଙ୍କ ବାପାଙ୍କ ଚିକିତ୍ସା କରିବାକୁ  ଅର୍ଥର ଘୋର ଅଭାବ ହେଉଥିଲା।  ତେଣୁ ବାଧ୍ୟ ହୋଇ  ଘର ଚଳାଇବା ପାଇଁ କପିଲ୍‌ ଟେଲିଫୋନ୍‌ ବୁଥ୍‌ରେ କାମ ମଧ୍ୟ କରିଛନ୍ତି। ତାଙ୍କ ବାପାଙ୍କ ମୃତ୍ୟୁ ସମୟରେ ସେ ଦିଲ୍ଲୀ ଏମସ୍‌ ହସ୍ପିଟାଲ୍‌ରେ ତାଙ୍କ ସହ ଥିଲେ। ସେ ବାପାଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀରୁ ଅମୃତସର୍‌ ନେଇଥିଲେ। ଆଉ ସେହି ସମୟରୁ ହିଁ ସେ ତାଙ୍କ ପରିବାର ପ୍ରତି ମଜବୁତ୍‌ ହୋଇ କାମ କରିବେ ବୋଲି ନିଷ୍ପତି ନେଇଥିଲେ।

publive-image

କପିଲ୍‌ କମେଡି କରିବା ସହ “୬୦ତମ ଫିଲ୍ମ ଫେୟାର୍‌ ଆୱାର୍ଡ଼ ”, “୨୨ତମ ଷ୍ଟାର୍‌ ସ୍କ୍ରିନ୍‌ ଆୱାର୍ଡ଼”, “ଝଲକ୍‌ ଦିଖ୍‌ଲା ଜା ୬”, “୬୧ତମ ଫିଲ୍ମ ଫେୟାର୍‌ ଆୱାର୍ଡ଼”, “୬୨ତମ ଫିଲ୍ମ ଫେୟାର୍ ଆୱାର୍ଡ଼” ଶୋ’କୁ ହୋଷ୍ଟ ମଧ୍ୟ କରିଥିଲେ। ସେ ୩ଟି ବଲିଉଡ୍‌ ସିନେମା ମଧ୍ୟ କରିଛନ୍ତି। “ଭାବ୍‌ନାଓ କୋ ସମ୍‌ଝାଓ” “କିସ୍‌ କିସ୍‌ କୋ ପ୍ରାର୍‌ କରୁଁ” ଏବଂ “ଫିରଙ୍ଗି”ରେ ସେ ଅଭିନୟ କରିଛନ୍ତି। ଏବେ ମଧ୍ୟ ସେ ସୋନି ଟିଭିରେ ପ୍ରସାରିତ ହେଉଥିବା ଶୋ’ “ଦ କପିଲ୍‌ ଶର୍ମା ଶୋ’ ସିଜିନ୍‌ ୨”ରେ ଦର୍ଶକଙ୍କ ମନ କିଣୁଛନ୍ତି। ଏହି ଶୋ’ର ଲୋକପ୍ରିୟତା ବହୁ ଅଧିକ ରହିଛି।