ଫଟୋ ପୋଷ୍ଟ୍‌ କରି ପୁଣି ଚର୍ଚ୍ଚାରେ କପିଲ୍‌

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦି କପିଲ୍‌ ଶର୍ମା ଶୋ’ର ହୋଷ୍ଟ୍ ତଥା କମେଡିଆନ୍‌ କପିଲ୍‌ ଶର୍ମା ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ଏବେ କପିଲ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଦୁଇଟି ଫଟୋ ପୋଷ୍ଟ୍ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।  ଏ ଫଟୋ ଦୁଇଟି ତାଙ୍କ ନିଜର। ତା’ହେଲେ ଏ ଫଟୋରେ ଭିନ୍ନ କ’ଣ ଅଛି? ଫଟୋରେ ସେ କ୍ଲିନ୍‌ ସେଭ୍‌ କରିଥିବା ଦେଖିବାକୁ ମିଳିଛି। ସେ ୬ ମାସ ପରେ କ୍ଲିନ୍ ସେଭ୍ ହୋଇଛନ୍ତି। ସେ […]

k11

k11

Rosalin Rath
  • Published: Sunday, 21 July 2019
  • Updated: 21 July 2019, 11:09 AM IST

Sports

Latest News

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦି କପିଲ୍‌ ଶର୍ମା ଶୋ’ର ହୋଷ୍ଟ୍ ତଥା କମେଡିଆନ୍‌ କପିଲ୍‌ ଶର୍ମା ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ଏବେ କପିଲ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଦୁଇଟି ଫଟୋ ପୋଷ୍ଟ୍ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।  ଏ ଫଟୋ ଦୁଇଟି ତାଙ୍କ ନିଜର। ତା’ହେଲେ ଏ ଫଟୋରେ ଭିନ୍ନ କ’ଣ ଅଛି?

ଫଟୋରେ ସେ କ୍ଲିନ୍‌ ସେଭ୍‌ କରିଥିବା ଦେଖିବାକୁ ମିଳିଛି। ସେ ୬ ମାସ ପରେ କ୍ଲିନ୍ ସେଭ୍ ହୋଇଛନ୍ତି। ସେ ଏ କଥା ତାଙ୍କ ଫଟୋର କ୍ୟାପ୍‌ସନ୍‌ରେ ବି ଲେଖିଛନ୍ତି। ତା’ସହିତ ସର୍ବଦା ଖୁସି ରହିବାକୁ ସେ ପରାମର୍ଶ ଦେଇଛନ୍ତି।

https://www.instagram.com/p/B0F6r6fAn3T/?utm_source=ig_web_copy_link

କପିଲ୍ ପୋଷ୍ଟ୍ କରିଥିବା ଦୁଇଟି ଫଟୋ ମଧ୍ୟରୁ ଗୋଟିଏରେ ହସୁଥିବା ବେଳେ ଆଉ ଗୋଟିଏରେ ଟିକେ ଗମ୍ଭୀର ଜଣାପଡ଼ୁଛନ୍ତି। ସେ ଗତକାଲି ଏହି ଦୁଇଟି ଫଟୋ ପୋଷ୍ଟ୍ କରିଥିବା ବେଳେ ଏହାକୁ ୭ ଲକ୍ଷରୁ ଅଧିକ ଲୋକ ଲାଇକ୍ କରି ସାରିଲେଣି।

କପିଲ୍‌ଙ୍କ ଫଟୋ ଦେଖି ଫ୍ୟାନ୍‌ ମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଫ୍ୟାନ୍ ଲେଖିଛନ୍ତି, ଏ ଫଟୋ ବାହାଘର ପୂର୍ବର ନା ବାହାଘର ପରର।

ସୂଚନାଯୋଗ୍ୟ, କପିଲ୍‌ଙ୍କ ଶୋ’ ଏବେ ମାନ୍ଦା ଚାଲିଛି। ଏହା ଟପ୍‌ ୫ ମଧ୍ୟରେ ରହୁନାହିଁ। ଏଣୁ ଶୋ’ର ଟିଆର୍‌ପି ବଢ଼ାଇବା ପାଇଁ ପୂରା ଦମ୍‌ରେ ଲାଗି ପଡ଼ିଛନ୍ତି। ଏମିତି ବି ଶୁଣାଯାଉଛି ଯେ ଏହି ଶୋ’ରେ ବ୍ରେକ୍ ଲାଗିପାରେ। କାରଣ କପିଲ୍‌ ପତ୍ନୀ ଗର୍ଭବତୀ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos