Advertisment

କମେଡି କିଙ୍ଗଙ୍କ ମୁହଁରୁ ହସ ଗାଏବ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ଲୋକଙ୍କୁ ହସାଇବାରେ ମାହିର। କିଏ କେତେ ଦୁଃଖରେ ଥାଉ ନା କାହିଁକି କପିଲଙ୍କ ଶୋ’ ଦେଖିଲେ ଆପେ ଆପେ ମୁହଁରୁ ହସ ବାହାରିଯାଏ। କିନ୍ତୁ ସମସ୍ତଙ୍କୁ ହସାଉଥିବା କମେଡି କିଙ୍ଗଙ୍କ ମହୁଁରେ ଏବେ ହସ ଗାଏବ ହୋଯାଇଛି। ତାଙ୍କ ମୁହଁ ଶୁଖି ଯାଇଛି। ସେ ନିଜେ ଦୁଃଖି ହୋଇପଡିଛନ୍ତି। ନିକଟରେ କପିଲ ଇନଷ୍ଟାଗ୍ରାମରେ ଶେଆର କରିଥିବା ଏକ ଫଟୋରେ ସେ ଦୁଃଖିତ ଥିବା ଦେଖିବାକୁ ମିଳିଛି। ପ୍ରକୃତରେ ସେ କୌଣସି […]

ଅଦ୍ୟତନ ହୋଇଛି
କମେଡି କିଙ୍ଗଙ୍କ ମୁହଁରୁ ହସ ଗାଏବ

kapilshrma-1

Advertisment

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ଲୋକଙ୍କୁ ହସାଇବାରେ ମାହିର। କିଏ କେତେ ଦୁଃଖରେ ଥାଉ ନା କାହିଁକି କପିଲଙ୍କ ଶୋ’ ଦେଖିଲେ ଆପେ ଆପେ ମୁହଁରୁ ହସ ବାହାରିଯାଏ। କିନ୍ତୁ ସମସ୍ତଙ୍କୁ ହସାଉଥିବା କମେଡି କିଙ୍ଗଙ୍କ ମହୁଁରେ ଏବେ ହସ ଗାଏବ ହୋଯାଇଛି। ତାଙ୍କ ମୁହଁ ଶୁଖି ଯାଇଛି। ସେ ନିଜେ ଦୁଃଖି ହୋଇପଡିଛନ୍ତି।

Advertisment

ନିକଟରେ କପିଲ ଇନଷ୍ଟାଗ୍ରାମରେ ଶେଆର କରିଥିବା ଏକ ଫଟୋରେ ସେ ଦୁଃଖିତ ଥିବା ଦେଖିବାକୁ ମିଳିଛି। ପ୍ରକୃତରେ ସେ କୌଣସି କଥାକୁ ନେଇ ନୁହେଁ ତାଙ୍କ ଡଏଟ  ପାଇଁ ସେ ଦୁଃଖି ହୋଇଛନ୍ତି। କପିଲ ଫଟୋ ପୋଷ୍ଟ କରି ଲେଖିଛନ୍ତ, “ଏହି ସାଲାଡ ସହ ମୁଁ ହସି ପାରିବି ନାହିଁ।  ମୋତେ ବଟର ସହ ପରଟା ଦିଅ ଏବଂ ମୋ ହସ ଦେଖ।”

Advertisment


କରୋନା ଲକଡାଉନ ଭିତରେ ବଢ଼ିଥିବା ଓଜନକୁ କପିଲ ଏବେ କମ କରିବା ପାଇଁ ଲାଗି ପଡିଛନ୍ତି। ଏଥିପାଇଁ ତାଙ୍କୁ କଡା ଡାଏଟ ଫଲୋ କରିବାକୁ ପଡୁଛି। ସାଲାଡ ବ୍ୟତୀତ ଆଉ ତେଲ ଯୁକ୍ତ ଖାଦ୍ୟ ଖାଇ ପାରୁନାହାନ୍ତି କପିଲ। ଏଥିପାଇଁ ତାଙ୍କ ମୁହଁରୁ ହସ ହଜିଯାଇଛି ।

ନିକଟରେ କମେଡିଆନ କପିଲ ଶର୍ମାଙ୍କ ଝିଅ ଅନାୟରାକୁ ଏକ ବର୍ଷ ପୂରିଛି। ଏହି ଅବସରରେ କପିଲ ତାଙ୍କ ଇନଷ୍ଟାଗ୍ରାମରେ ଝିଅର ବାର୍ଥଡେ’ ସେଲିବ୍ରେସନର ସବୁ ଫଟୋ ଶେଆର କରିଥିଲେ । ଯାହା ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

ଅଧିକ ପଢ଼ନ୍ତୁ : ପୁଣି ସଲମାନ-କ୍ୟାଟ୍ରିନା ଯୋଡି!

Kapil Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe