Advertisment

୮୩ ବିଶ୍ୱକପ୍‌ ବିଜୟ ରାଜ୍‌ ଖୋଲିଲେ କପିଲ୍‌ , କହିଲେ ଭଲ ହେଇଛି ମୋ ଇଂଲିଶ କେହି ବୁଝିପାରୁ ନଥିଲେ

ନୂଆଦିଲ୍ଲୀ: କପିଲଙ୍କ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’(The Kapil Sharma Show)ରେ କ୍ରିକେଟ ଫ୍ୟାନ୍‌ଙ୍କ ପାଇଁ ଆସିବାକୁ ଯାଉଛି ଏକ ମେମୋରିଆଲ୍‌ ଏପିସୋଡ୍‌। କାର୍ଯ୍ୟକ୍ରମରେ ୧୯୮୩ ବିଶ୍ୱ କପ୍‌ ବିଜେତା ଟିମ୍‌ର ସବୁ ସଦସ୍ୟ ସାମିଲ ହେବେ। ଏହା ଏକ ସ୍ମରଣୀୟ ଶୋ’ ହେବାକୁ ଯାଉଛି। କିନ୍ତୁ ସୁନୀଲ ଗାଭାଷ୍କର ଭିଡିଓ କନ୍‌ଫରେନ୍ସଂ ଜରିଆରେ ଶୋ’ରେ ଉପସ୍ଥିତ ରହିବେ। ତେବେ ଶୋ’ଟିର ପ୍ରମୋରୁ ଏକ ମଜାଦାର ରାଜ୍‌ ଖୋଲିଛି। ଆଉ କଥା କଥାରେ ଜଣା ପଡ଼ିଲା […]

author-image
Rosalin Rath
ଅଦ୍ୟତନ ହୋଇଛି
୮୩ ବିଶ୍ୱକପ୍‌ ବିଜୟ ରାଜ୍‌ ଖୋଲିଲେ କପିଲ୍‌ , କହିଲେ ଭଲ ହେଇଛି ମୋ ଇଂଲିଶ କେହି ବୁଝିପାରୁ ନଥିଲେ

k111

ନୂଆଦିଲ୍ଲୀ: କପିଲଙ୍କ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’(The Kapil Sharma Show)ରେ କ୍ରିକେଟ ଫ୍ୟାନ୍‌ଙ୍କ ପାଇଁ ଆସିବାକୁ ଯାଉଛି ଏକ ମେମୋରିଆଲ୍‌ ଏପିସୋଡ୍‌। କାର୍ଯ୍ୟକ୍ରମରେ ୧୯୮୩ ବିଶ୍ୱ କପ୍‌ ବିଜେତା ଟିମ୍‌ର ସବୁ ସଦସ୍ୟ ସାମିଲ ହେବେ। ଏହା ଏକ ସ୍ମରଣୀୟ ଶୋ’ ହେବାକୁ ଯାଉଛି। କିନ୍ତୁ ସୁନୀଲ ଗାଭାଷ୍କର ଭିଡିଓ କନ୍‌ଫରେନ୍ସଂ ଜରିଆରେ ଶୋ’ରେ ଉପସ୍ଥିତ ରହିବେ। ତେବେ ଶୋ’ଟିର ପ୍ରମୋରୁ ଏକ ମଜାଦାର ରାଜ୍‌ ଖୋଲିଛି। ଆଉ କଥା କଥାରେ ଜଣା ପଡ଼ିଲା ଯେ, କପିଲ୍‌ ଦେବ୍‌ଙ୍କୁ ବିଶ୍ୱକପ୍‌ରେ ଭଲ ଇଂରାଜୀ କହିବା ଆସୁନଥିଲା। ସେତେବେଳେ ଅଧିନାୟକ ଥାଇ ମଧ୍ୟ କପିଲ୍‌ ଦେବ୍‌ ବିଦେଶୀ ଖେଳାଳିଙ୍କ ସହ ଭାବବିନିମୟ କରିପାରୁ ନଥିଲେ।

Advertisment

https://www.instagram.com/p/Bunv0SfH2KR/?utm_source=ig_web_copy_link

ଯେତେବେଳେ ପୂରା ଟିମ୍ ଏକାସଙ୍ଗେ ମିଶୁଥିଲେ ସେତେବେଳେ କପିଲ୍‌ ଦେବ୍‌ ଖଣ୍ଡି ଇଂରାଜି କହୁଥିଲେ। ହେଲେ ସେ କ’ଣ କହୁଥିଲେ ଟିମ୍‌ ସଦସ୍ୟ ବୁଝି ପାରୁ ନଥିଲେ। ଏମିତିକି ସେ ନିଜେ ମଧ୍ୟ ବୁଝିପାରୁ ନଥିଲେ। ସେଦିନର ସେଇ ଅଭୁଲା ସ୍ମୁତିକୁ କପିଲ ଦେବ କପିଲ ଶର୍ମା ଶୋରେ ମନେ ପକାଇଥିଲେ। ଆଉ ମଜା ମଜାରେ କହିଥିଲେ ଯେ, ଭଲ ହୋଇଛି ମୁଁ କହିଥିବା କଥା କେହି ବୁଝି ପାରି ନଥିଲେ। ନ ହେଲେ ଆମେ ବିଶ୍ୱ କପ୍‌ ଜିତି ପାରି ନଥାନ୍ତୁ । ଶୋ’ରେ କ୍ରିକେଟର୍‌ ରୋଜର ବିନ୍ନିଙ୍କ ସହ କଥାବାର୍ତ୍ତା ସମୟରେ କପିଲ୍‌ ଦେବ୍‌ ନିଜର ଇଂରାଜି ଜ୍ଞାନ ଉପରେ ଥଟ୍ଟା କରିଥିଲେ।