କପିଲଙ୍କ ଶୋ’ରେ ଏଣ୍ଟ୍ରି କଲେ ଯାଆଁଳା ଭଉଣୀ ଚିଙ୍କି, ମିଙ୍କି

ମୁମ୍ୱାଇ: ଟେଲିଭିଜନରେ ପ୍ରସାରିତ ହେଉଥିବା ‘ଦ କପିଲ ଶର୍ମା ଶୋ’ରେ ପ୍ରତି ସପ୍ତାହରେ ନୂଆ ନୂଆ ଚରିତ୍ରଙ୍କୁ ଦେଖିବାକୁ ମିଳିଥାଏ। ଗତ ଶନିବାର ଓ ରବିବାର କପିଲଙ୍କ ଶୋ’କୁ ଦୁଇ ଜଣ ନୂଆ ସଦସ୍ୟ ଏଣ୍ଟ୍ରି କରିଛନ୍ତି। ସେହି ନୂଆ ଦୁଇ ସଦସ୍ୟ ହେଲେ ଚିଙ୍କି ଓ ମିଙ୍କି। ଏଣ୍ଟ୍ରିର ପ୍ରଥମେ ଦିନରେ ହିଁ ଚମତ୍କାର ଅଭିନୟ ପାଇଁ ଶୋ’ର ଜଜ୍ ଅର୍ଚ୍ଚନା ଉଭୟଙ୍କୁ ପ୍ରଶଂସା କରିବା ସହ ଛିଡ଼ା ହୋଇ ତାଳି ମାରିଥିଲେ। ଚିଙ୍କି ଓ […]

p2

Minati Mishra
  • Published: Tuesday, 02 July 2019
  • , Updated: 02 July 2019, 12:41 PM IST

ମୁମ୍ୱାଇ: ଟେଲିଭିଜନରେ ପ୍ରସାରିତ ହେଉଥିବା ‘ଦ କପିଲ ଶର୍ମା ଶୋ’ରେ ପ୍ରତି ସପ୍ତାହରେ ନୂଆ ନୂଆ ଚରିତ୍ରଙ୍କୁ ଦେଖିବାକୁ ମିଳିଥାଏ। ଗତ ଶନିବାର ଓ ରବିବାର କପିଲଙ୍କ ଶୋ’କୁ ଦୁଇ ଜଣ ନୂଆ ସଦସ୍ୟ ଏଣ୍ଟ୍ରି କରିଛନ୍ତି।
ସେହି ନୂଆ ଦୁଇ ସଦସ୍ୟ ହେଲେ ଚିଙ୍କି ଓ ମିଙ୍କି। ଏଣ୍ଟ୍ରିର ପ୍ରଥମେ ଦିନରେ ହିଁ ଚମତ୍କାର ଅଭିନୟ ପାଇଁ ଶୋ’ର ଜଜ୍ ଅର୍ଚ୍ଚନା ଉଭୟଙ୍କୁ ପ୍ରଶଂସା କରିବା ସହ ଛିଡ଼ା ହୋଇ ତାଳି ମାରିଥିଲେ।

ଚିଙ୍କି ଓ ମିଙ୍କି କପିଲଙ୍କ ଶୋ’ରେ ପ୍ରବେଶ କରିବା ପରେ ଦୁହେଁ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଦୁହିଁଙ୍କର ପୂରା ନାମ ହେଉଛି, ସୁରଭି ଓ ସମୃଦ୍ଧି ମେହରା। ସବୁଠାରୁ ବଡ଼ କଥା ହେଉଛନ୍ତି ଏହି ଝିଅ ଦୁଇଜଣ ହେଉଛନ୍ତି ଯାଆଁଳା ଭଉଣୀ ଏବଂ ସୋଶାଲ ମିଡିଆ ଆପ୍‌ ଟିକ୍‌ଟକ୍‌ର ଲୋକପ୍ରିୟ ଷ୍ଟାର୍‌।

ରିପୋର୍ଟ ଅନୁସାରେ, ଦିଲ୍ଲୀରେ ରହୁଥିବା ଏହି ଦୁଇ ଭଉଣୀ ନିଜ ଷ୍ଟାଇଲ୍‌ ଓ ଫ୍ୟାଶନ୍‌ ପାଇଁ ସୋଶାଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି।

କପିଲଙ୍କ ଶୋ’କୁ ଆସିବା ପୂର୍ବରୁ ଦୁଇ ଯାଆଁଳା ଭଉଣୀ ଅନେକ ବଡ଼ ବ୍ରାଣ୍ଡ ପାଇଁ ମଡେଲିଂ ମଧ୍ୟ କରିଛନ୍ତି। ସୁରଭି ଓ ସମୃଦ୍ଧିଙ୍କ ମଧ୍ୟରେ ଏକ ଖାସ୍‌ କଥା ହେଉଛି ଦୁହେଁ ଦେଖିବାକୁ ଏକା ପରି। ଦୁହିଁଙ୍କର ହେୟାର୍‌ ଷ୍ଟାଇଲ୍‌ ଓ ଡ୍ରେସ୍‌ ପିନ୍ଧିବାର ଶୈଳୀ ମଧ୍ୟ ସମାନ। ଯାହାଙ୍କୁ ଦେଖି କପିଲ୍‌ ନିଜେ କନ୍‌ଫ୍ୟୁଜ  ହୋଇ   କିଏ ସୁରଭି ଓ କିଏ ସମୃଦ୍ଧି ବୋଲି ପଚାରିଥାନ୍ତି।

କପିଲଙ୍କ ଶୋ’କୁ ଏଣ୍ଟ୍ରି କରିବା ପରେ ସୋଶାଲ ମିଡିଆରେ ଏ ଦୁଇ ଭଉଣୀଙ୍କର ଫଲୋୟର୍ସ ବଢ଼ିବାରେ ଲାଗିଛନ୍ତି ଏବଂ ସେମାନଙ୍କ ଅଭିନୟକୁ ଦର୍ଶକ ପସନ୍ଦ ମଧ୍ୟ କରୁଛନ୍ତି।

Related story