Advertisment

କପିଲ୍‌ଙ୍କ ଶୋ’କୁ ଆସିଲେ ନାହିଁ ଭୋଜ୍‌ପୁରି ସୁପରଷ୍ଟାର୍‌ ପୱନ୍‌ ସିଂ

ମୁମ୍ବାଇ: ‘ଦ କପିଲ୍‌ ଶର୍ମା ଶୋ’ ଲୋକଙ୍କୁ ଏବେ ଭର୍‌ପୁର୍‌ ମନୋରଞ୍ଜନ ଯୋଗାଉଛି। କପିଲ୍‌ ମଧ୍ୟ ପୂରା ଜୋସ୍‌ରେ ଥିବାର ଦେଖାଯାଉଛନ୍ତି। ଶୋ’ରେ ଏବେ ଫିଲ୍ମ ଓ କ୍ରିକେଟ୍‌ ଇଣ୍ଡଷ୍ଟ୍ରି ର ବହୁ ସେଲିବ୍ରେଟି ଆସି ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି। ବିଗତ ଏପିସୋଡ୍‌ରେ ଭୋଜ୍‌ପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ସେଲିବ୍ରିଟିମାନେ ଆସିଥିବାର ଆପଣ ଦେଖିଥିବେ। ଖେଶରୀ ଲାଲ୍‌ ୟାଦବ, ଦିନେଶ ଲାଲ୍‌ ୟାଦବ ଏବଂ ଆମ୍ରପଲ୍ଲୀ ଦୁବେଙ୍କ ଭଳି ସେଲିବ୍ରେଟି ଏହି ଶୋ’କୁ ଆସିଥିଲେ। କିନ୍ତୁ ଜଣେ ଲୋକପ୍ରିୟ […]

କପିଲ୍‌ଙ୍କ ଶୋ’କୁ ଆସିଲେ ନାହିଁ ଭୋଜ୍‌ପୁରି ସୁପରଷ୍ଟାର୍‌ ପୱନ୍‌ ସିଂ

a11

Advertisment

ମୁମ୍ବାଇ: ‘ଦ କପିଲ୍‌ ଶର୍ମା ଶୋ’ ଲୋକଙ୍କୁ ଏବେ ଭର୍‌ପୁର୍‌ ମନୋରଞ୍ଜନ ଯୋଗାଉଛି। କପିଲ୍‌ ମଧ୍ୟ ପୂରା ଜୋସ୍‌ରେ ଥିବାର ଦେଖାଯାଉଛନ୍ତି। ଶୋ’ରେ ଏବେ ଫିଲ୍ମ ଓ କ୍ରିକେଟ୍‌ ଇଣ୍ଡଷ୍ଟ୍ରି ର ବହୁ ସେଲିବ୍ରେଟି ଆସି ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି।

Advertisment

ବିଗତ ଏପିସୋଡ୍‌ରେ ଭୋଜ୍‌ପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ସେଲିବ୍ରିଟିମାନେ ଆସିଥିବାର ଆପଣ ଦେଖିଥିବେ। ଖେଶରୀ ଲାଲ୍‌ ୟାଦବ, ଦିନେଶ ଲାଲ୍‌ ୟାଦବ ଏବଂ ଆମ୍ରପଲ୍ଲୀ ଦୁବେଙ୍କ ଭଳି ସେଲିବ୍ରେଟି ଏହି ଶୋ’କୁ ଆସିଥିଲେ। କିନ୍ତୁ ଜଣେ ଲୋକପ୍ରିୟ ସେଲିବ୍ରେଟି ଶୋ’କୁ ଆସି ନଥିଲେ। ଆଉ ସେ ହେଉଛନ୍ତି ଭୋଜ୍‌ପୁରି ସୁପରଷ୍ଟାର୍‌ ପୱନ୍‌ ସିଂ।

ତେବେ ସେ କ’ଣ ପାଇଁ ଶୋ’କୁ ଆସିନଥିଲେ ଆପଣ ଜାଣିଛନ୍ତି କି? ଏହା ପଛରେ ଏକ କାରଣ ମଧ୍ୟ ରହିଛି। ତେବେ ସେ ଶୋ’କୁ କ’ଣ ପାଇଁ ଆସି ନଥିଲେ ବୋଲି କପିଲ୍‌ ଶର୍ମା ଦିନେଶଙ୍କୁ ପଚାରିଥିଲେ। ସେ କହିଥିଲେ ଯେ, ମୁଁ ପୱନ୍‌ଙ୍କୁ ଫୋନ୍‌ କରିଥିଲି। ସେ ମଧ୍ୟ ଆସିବା ପାଇଁ ରାଜି ଥିଲେ। କିନ୍ତୁ, ସେ ଯେତେବେଳେ ଜାଣିଲେ ଯେ, ଶୋ’ରେ ଖେଶରୀ ଲାଲ୍‌ ୟାଦବ ଆସୁଛନ୍ତି, ତା ପରେ ସେ ଶୋ’କୁ ଆସିବେ ନାହିଁ ବୋଲି ସିଧା ମନା କରିଦେଇଥିଲେ।
https://www.instagram.com/p/BuOF4HnAZrx/?utm_source=ig_web_copy_link

Advertisment

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଖେଶରୀ ଲାଲ୍‌ ଏବଂ ପୱନ୍‌ ଦୁଇଜଣ ହେଉଛନ୍ତି ଭୋଜ୍‌ପୁରି ସିନେ ଇଣ୍ଡଷ୍ଟ୍ରିର ସୁପରଷ୍ଟାର୍। ଦୁଇଜଣଙ୍କର ମଧ୍ୟ ବହୁତ ଫ୍ୟାନ୍‌ ଅଛନ୍ତି। ତେଣୁ ଏହି ଦୁଇ ଜଣଙ୍କ ଭିତରେ ତାଳମେଳ କେବେ ରୁହେନାହିଁ। ଦୁହେଁ ଦୁଇ ଜଣଙ୍କୁ ଇର୍ଷା କରନ୍ତି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ତେବେ କପିଲ୍‌ଙ୍କ ଶୋ’କୁ ଖେସରୀ ଆସିଲେ ବୋଲି ପୱନ୍‌ ଆସିଲେ ନାହିଁ।

ତେବେ ଯଦି ଆମେ ଶୋ’ କଥା କହିବା ଯଦି କପିଲ୍‌ଙ୍କର ଏହି  ଏପିସୋଡ୍‌ ହିଟ୍‌ ହୋଇଥିଲା। ଭୋଜ୍‌ପୁରୀ କଳାକାରମାନେ ଶୋ’ରେ ଦର୍ଶକଙ୍କ ଖୁବ୍‌ ମନୋରଞ୍ଜନ କରିଥିଲେ। ଏହା ସହ ସେମାନେ କପିଲ୍‌ଙ୍କ ସହ ଡ୍ୟାନ୍ସ ମଧ୍ୟ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe