Advertisment

ପାକିସ୍ତାନୀ କଳାକାରଙ୍କୁ ବ୍ୟାନ୍‌ କଲେ ଆତଙ୍କବାଦ ସମସ୍ୟାର ସମାଧାନ ହେବ ନାହିଁ: କରଣ ଜୋହର

ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏସ) ପକ୍ଷରୁ ପାକିସ୍ତାନୀ କଳାକାରଙ୍କୁ ଭାରତ ଛାଡ଼ିବାକୁ ଦିଆଯାଇଥିବା ଚେତାବନୀକୁ ନିର୍ଦ୍ଦେଶକ କରଣ ଜୋହର ବିରୋଧ କରିଛନ୍ତି। ସେ କହିଛନ୍ତି,“ପାକିସ୍ତାନୀ କଳାକାରଙ୍କୁ ବ୍ୟାନ କରିଦେଇ ତାଙ୍କୁ ଦେଶ ଛାଡିବାକୁ କହିଲେ ଆତଙ୍କବାଦ ସମସ୍ୟାର ସମାଧାନ ହୋଇଯିବ ନାହିଁ।” ସେ କହିଛନ୍ତି,“ସହିଦ ସୈନିକଙ୍କ ପାଇଁ ମୋ ମନରେ ବି ଦୁଃଖ ରହିଛି। କିନ୍ତୁ ସମସ୍ୟାର ସମାଧାନ ପାଇଁ ପାକିସ୍ତାନୀ କଳାକାରଙ୍କୁ ଭାରତ ଛାଡ଼ିବାକୁ କହିବା ଅନୁଚିତ ବୋଲି ମୁଁ ମନେ କରୁଛି।” ନିଜ […]

ଅଦ୍ୟତନ ହୋଇଛି
ପାକିସ୍ତାନୀ କଳାକାରଙ୍କୁ ବ୍ୟାନ୍‌ କଲେ ଆତଙ୍କବାଦ ସମସ୍ୟାର ସମାଧାନ ହେବ ନାହିଁ: କରଣ ଜୋହର

karan

Advertisment

ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏସ) ପକ୍ଷରୁ ପାକିସ୍ତାନୀ କଳାକାରଙ୍କୁ ଭାରତ ଛାଡ଼ିବାକୁ ଦିଆଯାଇଥିବା ଚେତାବନୀକୁ ନିର୍ଦ୍ଦେଶକ କରଣ ଜୋହର ବିରୋଧ କରିଛନ୍ତି। ସେ କହିଛନ୍ତି,“ପାକିସ୍ତାନୀ କଳାକାରଙ୍କୁ ବ୍ୟାନ କରିଦେଇ ତାଙ୍କୁ ଦେଶ ଛାଡିବାକୁ କହିଲେ ଆତଙ୍କବାଦ ସମସ୍ୟାର ସମାଧାନ ହୋଇଯିବ ନାହିଁ।”

Advertisment

ସେ କହିଛନ୍ତି,“ସହିଦ ସୈନିକଙ୍କ ପାଇଁ ମୋ ମନରେ ବି ଦୁଃଖ ରହିଛି। କିନ୍ତୁ ସମସ୍ୟାର ସମାଧାନ ପାଇଁ ପାକିସ୍ତାନୀ କଳାକାରଙ୍କୁ ଭାରତ ଛାଡ଼ିବାକୁ କହିବା ଅନୁଚିତ ବୋଲି ମୁଁ ମନେ କରୁଛି।”

ନିଜ ଫିଲ୍ମରେ ପାକିସ୍ତାନୀ କଳାକାରଙ୍କୁ ସୁଯୋଗ ଦେଇ କରଣ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଆଗାମୀ ଫିଲ୍ମ ‘ଏ ଦିଲ୍‌ ହେ ମୁସ୍କିଲ’ରେ ପାକିସ୍ତାନ କଳାକାର ଫୱାଦ ଖାନ୍‌ ନଜର ଆସିବେ।

Advertisment

କେବଳ କରଣ ନୁହନ୍ତି ଭାରତୀୟ ଫିଲ୍ମରେ ପାକିସ୍ତାନୀ କଳାକାରଙ୍କୁ ସୁଯୋଗ ଦେବାରେ ଶାହାରୁଖ ଖାନ୍ ଏବଂ ଭଟ୍ଟ ପରିବାରକୁ ମଧ୍ୟ ଅନେକ ସମୟରେ ଆଲୋଚନାର ସାମ୍ନା କରିବାକୁ ପଡ଼ିଥାଏ। ଆଗକୁ ଆସିବାକୁ ଥିବା ଶାହାରୁଖଙ୍କ ଫିଲ୍ମ ‘ରଇସ୍‌’ରେ ପାକିସ୍ତାନୀ ଅଭିନେତ୍ରୀ ମାହୀରା ଖାନଙ୍କୁ ଦେଖିବାକୁ ମିଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe