Advertisment

ସଲ୍‌ମାନ୍‌ଙ୍କ ଏହି ଫିଲ୍ମ ବଦଳାଇ ଦେଇଥିଲା କରନ୍‌ଙ୍କ ଭାଗ୍ୟ

ମୁମ୍ବାଇ: ପ୍ରଯୋଜକ ଭାବରେ କରନ୍‌ ଜୋହରଙ୍କ ବହୁ ପ୍ରତିକ୍ଷିତ  ଫିଲ୍ମ ‘କଲଙ୍କ’ ଏବେ ସବୁ ସିନେମା ଘରେ ରିଲିଜ୍‌ ହୋଇ ସାରିଛି। ଫିଲ୍ମକୁ ଦର୍ଶକଙ୍କ ମିଶ୍ର  ପ୍ରତିକ୍ରିୟା ମିଳିଛି। ତେବେ ଏହା ପୂର୍ବରୁ କରନ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଅନେକ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। କରନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଅନ୍ୟ ଫିଲ୍ମ ନିର୍ମାତାଙ୍କ ଅପେକ୍ଷା ଏକ ଭିନ୍ନ ଝଲକ ଦେଖିବାକୁ ମିଳେ। ତେବେ ଆପଣ ଜାଣିଛନ୍ତି,  ସଲମାନଙ୍କ ଏକ ଫିଲ୍ମରୁ ନିର୍ଦ୍ଦେଶକ ହେବାକୁ […]

ସଲ୍‌ମାନ୍‌ଙ୍କ ଏହି ଫିଲ୍ମ ବଦଳାଇ ଦେଇଥିଲା କରନ୍‌ଙ୍କ ଭାଗ୍ୟ

karana

Advertisment

ମୁମ୍ବାଇ: ପ୍ରଯୋଜକ ଭାବରେ କରନ୍‌ ଜୋହରଙ୍କ ବହୁ ପ୍ରତିକ୍ଷିତ  ଫିଲ୍ମ ‘କଲଙ୍କ’ ଏବେ ସବୁ ସିନେମା ଘରେ ରିଲିଜ୍‌ ହୋଇ ସାରିଛି। ଫିଲ୍ମକୁ ଦର୍ଶକଙ୍କ ମିଶ୍ର  ପ୍ରତିକ୍ରିୟା ମିଳିଛି। ତେବେ ଏହା ପୂର୍ବରୁ କରନ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଅନେକ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି।

Advertisment

କରନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଅନ୍ୟ ଫିଲ୍ମ ନିର୍ମାତାଙ୍କ ଅପେକ୍ଷା ଏକ ଭିନ୍ନ ଝଲକ ଦେଖିବାକୁ ମିଳେ। ତେବେ ଆପଣ ଜାଣିଛନ୍ତି,  ସଲମାନଙ୍କ ଏକ ଫିଲ୍ମରୁ ନିର୍ଦ୍ଦେଶକ ହେବାକୁ କରନ୍‌ଙ୍କୁ ପ୍ରେରଣା ମିଳିଥିଲା। ସେ ଫିଲ୍ମଟି ହେଉଛି ‘ହମ୍‌ ଆପ୍‌କେ ହୈ କୌନ’। ଏହି ଫିଲ୍ମଟି ୧୯୯୪ ମସିହାରେ ରିଲିଜ୍‌ ହୋଇଥିଲା।

publive-imageକରନ୍‌ଙ୍କ କହିବା ଅନୁଯାୟୀ, ସେ ‘ହମ୍‌ ଆପ୍‌କେ ହେ କୌନ୍‌’ ଫିଲ୍ମ ଦେଖିବା ପରେ ନିର୍ମାତା ହେବାକୁ ମନସ୍ଥ କରିଥିଲେ। ଏହି ଫିଲ୍ମ ରିଲିଜ୍‌ ହେବାର ଦୁଇ ଦଶକ ପରେ କରନ୍‌ ଏହି ଫିଲ୍ମ ପାଇଁ ଏକ ସ୍ପେଶାଲ୍‌ ନୋଟ୍‌ ଲେଖି ଟ୍ୱିଟରରେ ଶେଆର୍‌ କରିଥିଲେ। ତେବେ ଏହି ଫିଲ୍ମ କେବଳ କରନ୍‌ଙ୍କ ଜୀବନ ନୁହେଁ ସଲମାନଙ୍କୁ ମଧ୍ୟ ଏକ ନୂଆ ପରିଚୟ ଦେଇଥିଲା। ଫିଲ୍ମ ନିର୍ମାତା ଭାବେ କରନ୍‌ ବଲିଉଡ୍‌ରେ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରିଥିଲେ। ଯାହା ବକ୍ସ ଅଫିସରେ ବ୍ଲକ୍‌ବଷ୍ଟର ସାବ୍ୟସ୍ତ ହୋଇଥିଲା ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe