Advertisment

ଆସିଲା 'କଲଙ୍କ୍‌'ର ଆଉ ଏକ ଗୀତ 'ତବାହ ହୋ ଗୟେ'

ମୁମ୍ବାଇ: କରନ୍‌ ଜୋହର୍‌ଙ୍କ ଫିଲ୍ମ “କଲଙ୍କ” ୧୭ ଏପ୍ରିଲ୍‌ରେ ରିଲିଜ୍‌ ହେବ। ଏହା ପୂର୍ବରୁ ଫିଲ୍ମର ଏକ ଗୀତ “ତବାହ ହୋ ଗୟେ” ରିଲିଜ୍‌ ହୋଇଛି। ଏହି ଗୀତରେ ବଲିଉଡ୍‌ର ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଡ୍ୟାନ୍ସ କରୁଥିବାର ଦେଖାଯାଉଛନ୍ତି। କରନ୍‌ ଜୋହର୍‌ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ମ୍ୟୁଜିକ୍‌ କମ୍ପୋଜର୍‌ ପ୍ରିତମ୍‌ ଏହି ଗୀତର ମ୍ୟୁଜିକ୍‌ ଦେଇଥିବା ବେଳେ ଶ୍ରେୟା ଘୋଷାଲ୍‌ ଏଥିରେ କଣ୍ଠ ଦାନ କରିଛନ୍ତି। କୋରିଓଗ୍ରାଫର୍‌ ସରୋଜ୍‌ ଖାନ୍‌ ଏବଂ ରେମୋ ଡିସୁଜା […]

ଅଦ୍ୟତନ ହୋଇଛି
ଆସିଲା 'କଲଙ୍କ୍‌'ର ଆଉ ଏକ ଗୀତ 'ତବାହ ହୋ ଗୟେ'

madhuri1

Advertisment

ମୁମ୍ବାଇ: କରନ୍‌ ଜୋହର୍‌ଙ୍କ ଫିଲ୍ମ “କଲଙ୍କ” ୧୭ ଏପ୍ରିଲ୍‌ରେ ରିଲିଜ୍‌ ହେବ। ଏହା ପୂର୍ବରୁ ଫିଲ୍ମର ଏକ ଗୀତ “ତବାହ ହୋ ଗୟେ” ରିଲିଜ୍‌ ହୋଇଛି। ଏହି ଗୀତରେ ବଲିଉଡ୍‌ର ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଡ୍ୟାନ୍ସ କରୁଥିବାର ଦେଖାଯାଉଛନ୍ତି। କରନ୍‌ ଜୋହର୍‌ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ମ୍ୟୁଜିକ୍‌ କମ୍ପୋଜର୍‌ ପ୍ରିତମ୍‌ ଏହି ଗୀତର ମ୍ୟୁଜିକ୍‌ ଦେଇଥିବା ବେଳେ ଶ୍ରେୟା ଘୋଷାଲ୍‌ ଏଥିରେ କଣ୍ଠ ଦାନ କରିଛନ୍ତି। କୋରିଓଗ୍ରାଫର୍‌ ସରୋଜ୍‌ ଖାନ୍‌ ଏବଂ ରେମୋ ଡିସୁଜା ଏହି ଡ୍ୟାନ୍ସକୁ କୋରିଓଗ୍ରାଫ୍‌ କରିଛନ୍ତି।

Advertisment

https://twitter.com/karanjohar/status/1115541861219749888

ମାଧୁରୀଙ୍କ ଉପରେ ପିକ୍ଚରାଇଜେସନ ହୋଇଥିବା ଏହି ଗୀତକୁ ନେଇ ସୋଶାଲ୍‌ ମିଡିଆରେ ବହୁତ ଏକ୍‌ସାଇଟ୍‌ମେଣ୍ଟ ଥିଲା। କିନ୍ତୁ ଏହି ଗୀତ ରିଲିଜ୍‌ ହେବା ପରେ ସୋଶାଲ୍‌ ମିଡିଆରେ ଲୋକଙ୍କୁ ଏହା ଖାସ୍‌ ପସନ୍ଦ ଆସିନାହିଁ। ଏହାକୁ ନେଇ ବହୁତ ପ୍ରକାର କମେଣ୍ଟ ମଧ୍ୟ ଆସୁଛି। ଲୋକମାନେ ମାଧୁରୀଙ୍କ ଡ୍ୟାନ୍ସକୁ ପସନ୍ଦ କରୁଛନ୍ତି କିନ୍ତୁ, ଗୀତର ଲିରିକ୍ସ ଓ ମ୍ୟୁଜିକ୍‌କୁ ପସନ୍ଦ କରୁନାହାନ୍ତି।

ମାଧୁରୀଙ୍କୁ ଏତେ ଖରାପ ଗୀତ ମିଳିବ ବୋଲି ଆଶା ନ ଥିବା ଫ୍ୟାନ୍‌ମାନେ ପ୍ରତିକ୍ରିୟା ଦେଉଛନ୍ତି। ଏହାର ମ୍ୟୁଜିକ୍‌ ପୁରୁଣା ସଙ୍ଗୀତର ମ୍ୟୁଜିକ୍‌ ଭଳି ହୋଇଥିବା ଫ୍ୟାନ୍‌ମାନେ କମେଣ୍ଟରେ ଲେଖିଛନ୍ତି। ଆଉ ଜଣେ ଫ୍ୟାନ୍‌ ଏହା ଲେଖିଛନ୍ତି ଯେ, ସମସ୍ତେ ସଞ୍ଜୟ ଲୀଲା ଭସାଂଲିଙ୍କ ଭଳି ଫିଲ୍ମ କରିବାକୁ ଚେଷ୍ଟା କରିପାରିବେ କିନ୍ତୁ, ତାହାକୁ ସଫଳ କରିପାରିବେ ନାହିଁ।

Advertisment

ଗୀତର ମ୍ୟୁଜିକ୍‌ ଏବଂ ଲିରିକ୍ସ ଠିକ୍‌ ଭାବେ ମେଳ ଖାଉନାହିଁ ବୋଲି ଫ୍ୟାନ୍‌ମାନେ କମେଣ୍ଟ ଦେଇଛନ୍ତି। ଗୀତରେ ମାଧୁରୀ ବହୁତ ସୁନ୍ଦର ଦେଖାଯାଉଛନ୍ତି। ତାଙ୍କ ପୂରା ଗେଟ୍‌ ଅପ୍‌ ମଧ୍ୟ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି।

ଏହି ଗୀତ ରିଲିଜ୍‌ ହେବା ପୂର୍ବରୁ ‘କଲଙ୍କ’ର ୩ଟି ଗୀତ ରିଲିଜ୍‌ କରାଯାଇଛି। ଧର୍ମା ପ୍ରଡକ୍ସନ୍‌ରେ ନିର୍ମିତ ଏହି ଫିଲ୍ମରେ ଅଭିଷେକ ବର୍ମନ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ମାଧୁରୀଙ୍କ ସହ ଆଲିଆ ଭଟ୍ଟ, ବରୁଣ ଧୱନ, ଆଦିତ୍ୟ ରଏ କପୁର୍‌, ସୋନାକ୍ଷୀ ସିହ୍ନା ଏବଂ ସଞ୍ଜୟ ଦତ୍ତ ମଧ୍ୟ ଅଭିନୟ କରୁଛନ୍ତି।

ୟୁଟ୍ୟୁବ୍‌

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe