Advertisment

ନିଜ ଦେଶର ନାଁ ପଚରାଯିବାରୁ ଏପରି କହିଲେ କରଣଙ୍କ ପୁଅ

ମୁମ୍ବାଇ: ଲକଡାଉନ ଆରମ୍ଭ ହେବା ଦିନରୁ ସମସ୍ତେ ଘର ଭିତରେ ରହୁଛନ୍ତି। ଫିଲ୍ମ ତାରକାମାନେ ମଧ୍ୟ ଘରେ ସମୟ କାଟୁଛନ୍ତି। ଫିଲ୍ମ ମେକର କରଣ ଜୋହର୍ ମଧ୍ୟ ଘରେ ନିଜ ପିଲାମାନଙ୍କ ସହ ମଜାମସ୍ତି କରୁଛନ୍ତି। ବ୍ୟସ୍ତ ଜୀବନରେ ପିଲାମାନଙ୍କୁ ଯଥେଷ୍ଟ ସମୟ ଦେଇପାରୁ ନ ଥିବା କରଣ ଲକଡାଉନ ଅବଧିକୁ ପୂରା ପିଲାଙ୍କୁ ସମର୍ପିତ କରିଛନ୍ତି। ତେବେ ତାଙ୍କ ଇନଷ୍ଟାଗ୍ରାମ ଶେୟାରମାନ ଦେଖିଲେ ତ ଏଇହା ହିଁ ଜଣାପଡ଼ୁଛି। https://www.instagram.com/p/CAC9UdOJ2_Q/?utm_source=ig_web_copy_link ନିକଟରେ କରଣ ନିଜ ଇନଷ୍ଟାଗ୍ରାମ […]

author-image
Pragnya Choudhury
ନିଜ ଦେଶର ନାଁ ପଚରାଯିବାରୁ ଏପରି କହିଲେ କରଣଙ୍କ ପୁଅ

karan-johar

ମୁମ୍ବାଇ: ଲକଡାଉନ ଆରମ୍ଭ ହେବା ଦିନରୁ ସମସ୍ତେ ଘର ଭିତରେ ରହୁଛନ୍ତି। ଫିଲ୍ମ ତାରକାମାନେ ମଧ୍ୟ ଘରେ ସମୟ କାଟୁଛନ୍ତି। ଫିଲ୍ମ ମେକର କରଣ ଜୋହର୍ ମଧ୍ୟ ଘରେ ନିଜ ପିଲାମାନଙ୍କ ସହ ମଜାମସ୍ତି କରୁଛନ୍ତି। ବ୍ୟସ୍ତ ଜୀବନରେ ପିଲାମାନଙ୍କୁ ଯଥେଷ୍ଟ ସମୟ ଦେଇପାରୁ ନ ଥିବା କରଣ ଲକଡାଉନ ଅବଧିକୁ ପୂରା ପିଲାଙ୍କୁ ସମର୍ପିତ କରିଛନ୍ତି। ତେବେ ତାଙ୍କ ଇନଷ୍ଟାଗ୍ରାମ ଶେୟାରମାନ ଦେଖିଲେ ତ ଏଇହା ହିଁ ଜଣାପଡ଼ୁଛି।

Advertisment

https://www.instagram.com/p/CAC9UdOJ2_Q/?utm_source=ig_web_copy_link

ନିକଟରେ କରଣ ନିଜ ଇନଷ୍ଟାଗ୍ରାମ ହ୍ଯାଣ୍ଡେଲରେ ଏକ ଭିଡିଓ ଶେୟାର କରିଛନ୍ତି, ଯାହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଭିଡିଓରେ କରଣ ନିଜ ପୁଅ ୟଶଙ୍କୁ ପ୍ରଶ୍ନ ପଚାରୁଥିବା ଦେଖିବାକୁ ମିଳିଛି। ତେବେ ୟଶ ମଧ୍ୟ ମଜାଦାର ଢଙ୍ଗରେ ଉତ୍ତର ଦେଉଛନ୍ତି।

https://www.instagram.com/p/CAPWVAtJBHx/?utm_source=ig_web_copy_link

କରଣ ନିଜ ପୁଅଙ୍କୁ ପ୍ରଥମେ ତାଙ୍କ ନାମ ପଚାରୁଛନ୍ତି, ଯାହାର ଉତ୍ତରରେ ୟଶ ମଜାଳିଆ ଢଙ୍ଗରେ କହୁଛନ୍ତି ୟଶ କରଣ ଜୋହର। ପରେ କରଣ ୟଶଙ୍କୁ ଆମ ଦେଶର ନାମ କଣ ବୋଲି ପ୍ରଶ୍ନ କରୁଛନ୍ତି। ଏହାର ଉତ୍ତରରେ ୟଶ କହୁଛନ୍ତି ଅମିତାଭ ବଚ୍ଚନ ଆଉ ଶାହରୁଖ ଖାନ। ଏହା ଶୁଣି କରଣ ଆଶ୍ଚର୍ଯ୍ୟ ହୋଇ ପୁଣି ଠିକ୍ ଉତ୍ତର ଇଣ୍ଡିଆ ବୋଲି କହୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓଟି ସୋଶାଲ ମିଡିଆରେ ଖୁବ ପସନ୍ଦ କରାଯାଉଛି। ଫ୍ୟାନମାନେ ୟଶଙ୍କ କ୍ୟୁଟନେସକୁ କାଫି ପ୍ରଶଂସା କରୁଛନ୍ତି।

Advertisment