Advertisment

ଆଉ ଜଣେ ଷ୍ଟାର୍‌ କିଡ୍‌ଙ୍କୁ ଲଞ୍ଚ୍‌ କରିବେ କରଣ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ କରଣ ଜୋହର ନୂଆ ନୂଆ ମୁହଁଙ୍କୁ ସୁଯୋଗ ଦିଅନ୍ତି। ତେବେ ଷ୍ଟାର୍‌ କିଡ୍‌ମାନଙ୍କୁ ଲଞ୍ଚ୍ କରିବାରେ ସେ ସବୁଠୁ ଆଗରେ ରହିଛନ୍ତି। ଆଲିଆ ଭଟ୍ଟ, ବରୁଣ ଧୱନ୍‌, ଜାହ୍ନବୀ କପୁର, ଇଶାନ୍ ଖଟ୍ଟର୍ ଓ ଅନନ୍ୟା ପାଣ୍ଡେ ପ୍ରମୁଖଙ୍କୁ ସେ ଲଞ୍ଚ୍ କରିଥିଲେ। ଏବେ କରଣ ଆଉ ଜଣେ ଷ୍ଟାର୍‌ କିଡ୍‌ଙ୍କୁ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ପହିଲମାନ୍ ତଥା ଅଭିନେତା ଦାରା ସିଂହଙ୍କ ନାତି ତଥା ବିନ୍ଦୁ ଦାରା ସିଂହଙ୍କ […]

author-image
Chinmayee Roy
ଆଉ ଜଣେ ଷ୍ଟାର୍‌ କିଡ୍‌ଙ୍କୁ ଲଞ୍ଚ୍‌ କରିବେ କରଣ

dara-singh

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ କରଣ ଜୋହର ନୂଆ ନୂଆ ମୁହଁଙ୍କୁ ସୁଯୋଗ ଦିଅନ୍ତି। ତେବେ ଷ୍ଟାର୍‌ କିଡ୍‌ମାନଙ୍କୁ ଲଞ୍ଚ୍ କରିବାରେ ସେ ସବୁଠୁ ଆଗରେ ରହିଛନ୍ତି। ଆଲିଆ ଭଟ୍ଟ, ବରୁଣ ଧୱନ୍‌, ଜାହ୍ନବୀ କପୁର, ଇଶାନ୍ ଖଟ୍ଟର୍ ଓ ଅନନ୍ୟା ପାଣ୍ଡେ ପ୍ରମୁଖଙ୍କୁ ସେ ଲଞ୍ଚ୍ କରିଥିଲେ। ଏବେ କରଣ ଆଉ ଜଣେ ଷ୍ଟାର୍‌ କିଡ୍‌ଙ୍କୁ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ପହିଲମାନ୍ ତଥା ଅଭିନେତା ଦାରା ସିଂହଙ୍କ ନାତି ତଥା ବିନ୍ଦୁ ଦାରା ସିଂହଙ୍କ ପୁଅ ଫତେହ ରନ୍ଧାୱା।

Advertisment

publive-imageକରଣ ତାଙ୍କର ଆଗାମୀ ଫିଲ୍ମ ‘ଦୋସ୍ତାନା ୨’ରେ ଫତେହଙ୍କୁ ଲଞ୍ଚ୍ କରିବାକୁ ଯାଉଛନ୍ତି। ଏହି ଫିଲ୍ମ ଜରିଆରେ ଫତେହଙ୍କ ବ୍ୟତୀତ ଟେଲିଭିଜନ୍ ଷ୍ଟାର୍‌ ଲକ୍ଷ୍ୟ ଲାଲୱାନି ମଧ୍ୟ ବଲିଉଡ୍‌ରେ ଡେବ୍ୟୁ କରିବେ।

ପୁଅ ଫତେହଙ୍କ ବଲିଉଡ୍‌ ଡେବ୍ୟୁକୁ ନେଇ ବିନ୍ଦୁ କହିଛନ୍ତି, “ସେ ଗତ ୪ ବର୍ଷ ହେବ ଅଭିନୟର ସବୁ ବିଭାଗରେ ଅନେକ ପରିଶ୍ରମ କରିଛନ୍ତି। ଆଉ ପରିଶ୍ରମର ଫଳ ତ ନିଶ୍ଚିତ ମିଳିଥାଏ।” ଏହି ଫିଲ୍ମରେ ଫତେହ ଓ ଲକ୍ଷ୍ୟଙ୍କ ବ୍ୟତୀତ କାର୍ତିକ ଆର୍ଯ୍ୟନ୍ ଓ ଜାହ୍ନବୀ କପୁର ମଧ୍ୟ ଅଛନ୍ତି। ଫିଲ୍ମଟିକୁ କରଣ ପ୍ରଯୋଜନା କରୁଥିବାବେଳେ ତରୁଣ ମନସୁଖାନୀ ନିର୍ଦ୍ଦେଶନା ଦେବେ। ଏହା ଆସନ୍ତା ବର୍ଷ ଶେଷ ଆଡ଼କୁ ରିଲିଜ୍ ହେବ।

Advertisment