Advertisment

ଏବେ ବଡ଼ ପରଦାରେ ଦର୍ଶକଙ୍କୁ ଡରାଇବେ କରନ୍‌

ମୁମ୍ବାଇ: ବଲିଉଡ୍‌ର ନାମୀଦାମୀ ନିର୍ଦ୍ଦେଶକ କରନ୍‌ ଜୋହର୍‌ ଗୋଟେ ପରେ ଗୋଟେ ରୋମାଣ୍ଟିକ୍‌ ଫିଲ୍ମ ତିଆରି କରି ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ ଯୋଗାଇଥାନ୍ତି।  ‘କୁଛ୍‌ କୁଛ୍‌ ହୋତା ହୈ’, ‘କଲ୍‌ ହୋ ନା ହୋ’, ‘କଭି ଅଲ୍‌ବିଦା ନା କେହେନା’ ‘ରାଜି’ ଏବଂ ନିକଟରେ ରିଲିଜ୍‌ ହୋଇଥିବା ‘କଲଙ୍କ୍‌’ ଭଳି ଫିଲ୍ମ ନିର୍ମାଣ କରି କରନ୍‌ ଦର୍ଶକଙ୍କ ମନରେ ଏକ ଖାସ୍‌ ଜାଗା ତିଆରି କରିପାରିଛନ୍ତି। ଯେତେବେଳେ ତାଙ୍କର କୌଣସି ଫିଲ୍ମ ରିଲିଜ୍‌ ହୁଏ, ଦର୍ଶକ ବହୁତ […]

ଅଦ୍ୟତନ ହୋଇଛି
ଏବେ ବଡ଼ ପରଦାରେ ଦର୍ଶକଙ୍କୁ ଡରାଇବେ କରନ୍‌

k11

Advertisment

ମୁମ୍ବାଇ: ବଲିଉଡ୍‌ର ନାମୀଦାମୀ ନିର୍ଦ୍ଦେଶକ କରନ୍‌ ଜୋହର୍‌ ଗୋଟେ ପରେ ଗୋଟେ ରୋମାଣ୍ଟିକ୍‌ ଫିଲ୍ମ ତିଆରି କରି ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ ଯୋଗାଇଥାନ୍ତି।  ‘କୁଛ୍‌ କୁଛ୍‌ ହୋତା ହୈ’, ‘କଲ୍‌ ହୋ ନା ହୋ’, ‘କଭି ଅଲ୍‌ବିଦା ନା କେହେନା’ ‘ରାଜି’ ଏବଂ ନିକଟରେ ରିଲିଜ୍‌ ହୋଇଥିବା ‘କଲଙ୍କ୍‌’ ଭଳି ଫିଲ୍ମ ନିର୍ମାଣ କରି କରନ୍‌ ଦର୍ଶକଙ୍କ ମନରେ ଏକ ଖାସ୍‌ ଜାଗା ତିଆରି କରିପାରିଛନ୍ତି। ଯେତେବେଳେ ତାଙ୍କର କୌଣସି ଫିଲ୍ମ ରିଲିଜ୍‌ ହୁଏ, ଦର୍ଶକ ବହୁତ ଉତ୍ସୁକତାର ସହ  ଦେଖିବାକୁ ଯାଇଥାନ୍ତି।

Advertisment

ରୋମାଣ୍ଟିକ୍‌ ଫିଲ୍ମ କରି ଦର୍ଶକଙ୍କୁ ରୋମାନ୍ସ ଶିଖାଇଥିବା କରନ୍‌ ଏବେ ଦର୍ଶକଙ୍କୁ ଡରାଇବାକୁ ଯାଉଛନ୍ତି। ଅର୍ଥ କରନ୍‌ ଏବେ କିଛି ଦିନ ଲାଗି ରୋମାଣ୍ଟିକ୍‌ ଫିଲ୍ମରୁ ବିରତି ନେବାକୁ ଚାହୁଁଛନ୍ତି। ଏବେ ସେ କରିବେ ହରର୍‌ ଫିଲ୍ମ । ନିକଟରେ କରନ୍‌ ସୋଶାଲ୍‌ ମିଡିଆ ଜରିଆରେ ଏହି କଥା କହିଛନ୍ତି। ଏବେ ତାଙ୍କ ପ୍ରଡକ୍ସନ୍‌ ହାଉସ୍‌ ‘ଧର୍ମା ପ୍ରଡକ୍ସନ୍‌’ ହରର୍‌ ଫିଲ୍ମ ତିଆରି କରି ଦର୍ଶକଙ୍କ ମନୋରଞ୍ଜନ କରିବ।

https://twitter.com/karanjohar/status/1136974067469131777

ଏ ନେଇ କରନ୍‌ ଏକ ଫଟୋ ନିଜ ସୋଶାଲ୍‌ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହା ବିଷୟରେ ଅନ୍ୟ କିଛି ତଥ୍ୟ ମିଳି ନ ଥିବା ବେଳେ ବିକି କୌଶଲ୍‌ ଏବଂ ଭୂମି ପେଡ୍‌ନେକର୍‌ଙ୍କ ଆସୁଥିବା ଫିଲ୍ମ ବୋଧେ ଏହି ହରର୍‌ ଫିଲ୍ମ ବୋଲି ଗସିପ୍‌ ହେଉଛି। ଯାହାକୁ ‘ଧର୍ମା ପ୍ରଡକ୍ସନ୍‌’ ପ୍ରଯୋଜନା କରୁଛି। ଏହି ଫିଲ୍ମଟି ସମୁଦ୍ର ତଟରେ ହଜିଯାଇଥିବା ଜାହାଜକୁ ଆଧାର କରି ତିଆରି କରାଯାଉଛି।

Advertisment

କରନ୍‌ଙ୍କ ଏହି ପୋଷ୍ଟ ପରେ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସୁକତା ବଢ଼ି ଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe