ଗାଙ୍ଗୁଲିଙ୍କ ବାୟୋପିକ୍‌ ତିଆରି କରିବେ କରଣ ଜୋହର

ମୁମ୍ବାଇ: ଆଜିକାଲି ବଲିଉଡ୍‌ରେ ଚାଲିଛି ବାୟୋପିକ୍‌ର ଟ୍ରେଣ୍ଡ। ବିଶେଷକରି ଖେଳାଳିମାନଙ୍କ ଉପରେ ବାୟୋପିକ୍‌ କରିବାକୁ ବଲିଉଡ୍‌ର ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ଭଲ ପାଉଛନ୍ତି। ଏହି କ୍ରମରେ ସାମିଲ୍‌ ହୋଇଯାଇଛନ୍ତି ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ସୂଚନା ଅନୁଯାୟୀ ତାଙ୍କ ଉପରେ ନିର୍ମିତ ବାୟୋପିକ୍‌ ଫିଲ୍ମଟି ବଲିଉଡ୍‌ର ପ୍ରଖ୍ୟାତ୍ ନିର୍ଦ୍ଦେଶକ କରଣ ଜୋହର ତିଆରି କରିବେ। ଆଉ ଏଥିରେ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ ହ୍ରିତିକ୍ ରୋଶନ୍। https://www.instagram.com/p/B7_8uITHygk/?utm_source=ig_web_copy_link କିଛିଦିନ […]

gamguli

Chinmayee Roy
  • Published: Tuesday, 25 February 2020
  • , Updated: 25 February 2020, 03:08 PM IST

ମୁମ୍ବାଇ: ଆଜିକାଲି ବଲିଉଡ୍‌ରେ ଚାଲିଛି ବାୟୋପିକ୍‌ର ଟ୍ରେଣ୍ଡ। ବିଶେଷକରି ଖେଳାଳିମାନଙ୍କ ଉପରେ ବାୟୋପିକ୍‌ କରିବାକୁ ବଲିଉଡ୍‌ର ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ଭଲ ପାଉଛନ୍ତି। ଏହି କ୍ରମରେ ସାମିଲ୍‌ ହୋଇଯାଇଛନ୍ତି ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ସୂଚନା ଅନୁଯାୟୀ ତାଙ୍କ ଉପରେ ନିର୍ମିତ ବାୟୋପିକ୍‌ ଫିଲ୍ମଟି ବଲିଉଡ୍‌ର ପ୍ରଖ୍ୟାତ୍ ନିର୍ଦ୍ଦେଶକ କରଣ ଜୋହର ତିଆରି କରିବେ। ଆଉ ଏଥିରେ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ ହ୍ରିତିକ୍ ରୋଶନ୍।

https://www.instagram.com/p/B7_8uITHygk/?utm_source=ig_web_copy_link

କିଛିଦିନ ତଳେ ସୌରଭ ଗାଙ୍ଗୁଲିଙ୍କୁ ଏକ ଟକ୍‌ ଶୋ’ରେ ପ୍ରଶ୍ନ କରାଯାଇଥିଲା ଯେ ତାଙ୍କ ଉପରେ ବାୟୋପିକ୍‌ଟିଏ ହେଲେ ସେ ବଲିଉଡ୍‌ର କେଉଁ ଅଭିନେତାଙ୍କୁ ତାଙ୍କ ଚରିତ୍ରରେ ଦେଖିବାକୁ ଚାହିଁବେ। ଏହାର ଉତ୍ତରରେ ଦାଦା କହିଥିଲେ ଯେ ସେ ହ୍ରିତିକ୍‌ ରୋଶନ୍‌ଙ୍କୁ ତାଙ୍କ ଚରିତ୍ରରେ ଦେଖିବାକୁ ଚାହିଁବେ। ଏଥିସହ ସେ ଶୋ’ରେ ହ୍ରିତିକ୍‌ଙ୍କ ଅଭିନୟକୁ ବହୁତ ପ୍ରଶଂସା କରିଥିଲେ। ଗାଙ୍ଗୁଲି କହିଥିଲେ, “ମୁଁ ହ୍ରିତିକ୍‌ଙ୍କର ଜଣେ ବଡ଼ ଫ୍ୟାନ୍‌। ଯେତେବେଳେ ‘ସୁପର୍‌-୩୦’ରେ ଆନନ୍ଦ କୁମାରଙ୍କ ରୋଲ୍‌ ପାଇଁ ହ୍ରିତିକ୍‌ଙ୍କୁ ବଛାଯାଇଥିଲା ସେତେବେଳେ ପ୍ରାୟ ସମସ୍ତେ ଏହାକୁ ନାପସନ୍ଦ କରିଥିଲେ। ଆନନ୍ଦଙ୍କ ଚରିତ୍ରରେ ସେ ଫିଟ୍ ହେବେ ନାହିଁ ବୋଲି ଅଧିକାଂଶ ଯୁକ୍ତି କରିଥିଲେ। କିନ୍ତୁ ହ୍ରିତିକ୍‌ଙ୍କ ବ୍ୟତୀତ ଅନ୍ୟ କୌଣସି ଅଭିନେତା ଏହି ରୋଲ୍‌ରେ ଫିଟ୍ ହୋଇ ନଥା’ନ୍ତେ।”

https://www.instagram.com/tv/B0DGtyInBQr/?utm_source=ig_web_copy_link

ତେବେ ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ସୌରଭ ଓ କରଣ ଏହି ଫିଲ୍ମ ପାଇଁ ହାତ ମିଳାଇଛନ୍ତି।  ଆଉ ଏଥିପାଇଁ ଦୁହିଁଙ୍କ ଭିତରେ ବହୁତ ଥର ଦେଖାସାକ୍ଷାତ ମଧ୍ୟ ହୋଇସାରିଲେଣି। ବର୍ତ୍ତମାନ କରଣ ଏହି ଫିଲ୍ମ ପାଇଁ ଲିଡ୍‌ କ୍ୟାରକଟର୍‌ ଖୋଜୁଛନ୍ତି। ଦାଦାଙ୍କ ପସନ୍ଦ ମୁତାବକ ହ୍ରିତିକ୍‌ ଯଦି ରାଜି ହୋଇଯାଆନ୍ତି ତେବେ ଗାଙ୍ଗୁଲିଙ୍କ ଭୂମିକାରେ ତାଙ୍କୁ ହିଁ ଦେଖିବାକୁ ମିଳିବ। ଏହା ପୂର୍ବରୁ ଏକ୍‌ତା କପୁର ଏହି ବାୟୋପିକ୍‌ ତିଆରି କରିବାକୁ ଚାହୁଁଥିଲେ। ଏ ନେଇ ସେ ଗାଙ୍ଗୁଲିଙ୍କ ସହ କଥା ମଧ୍ୟ ହୋଇଥିଲେ। ହେଲେ କୌଣସି କାରଣରୁ ଏହା ଆଗକୁ ବଢ଼ିପାରିନଥିଲା।

https://www.instagram.com/p/B8x7tQqntmA/?utm_source=ig_web_copy_link

ସୂଚନାଯୋଗ୍ୟ, ବଲିଉଡ୍‌ରେ ଅନେକ ଖେଳାଳୀଙ୍କ ବାୟୋପିକ୍‌ ତିଆରି ହୋଇଛି। ଏଥିମଧ୍ୟରେ ମହେନ୍ଦ୍ର ସିଂହ ଧୋନି, ମହମ୍ମଦ ଅଝାରୁଦ୍ଦିନ୍, ସଚିନ୍ ତେନ୍ଦୁଲକର୍, ପାନ ସିଂହ ତୋମର୍, ମେରି କମ୍‌ ପ୍ରଭୃତି ସାମିଲ୍‌ ଅଛି। ଆଗକୁ ମହିଳା କ୍ରିକେଟର୍ ମିତାଲୀ ରାଜ୍‌ଙ୍କର ମଧ୍ୟ ବାୟୋପିକ୍‌ ଆସୁଛି। ଏଥିରେ ତାପସୀ ଲିଡ୍‌ ରୋଲ୍‌ କରୁଛନ୍ତି।

Related story