/odisha-reporter/media/post_attachments/uploads/2019/07/ekta2.jpg)
ekta2
ମୁମ୍ୱାଇ: ଷ୍ଟାର ପ୍ଲସ୍ର ଲୋକପ୍ରିୟ ଧାରାବାହିକ ‘ୟେ ହେ ମୋହବତେଁ’ର ଅଭିନେତା କରନ୍ ପଟେଲ୍ ଶୋ’ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ ୬ ବର୍ଷ ହେଲା ‘ରମନ୍ ଭଲ୍ଲା’ ଚରିତ୍ରରେ ଅଭିନୟ କରି ଆସୁଥିବା ବେଳେ ଏବେ ଶୋ’ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଷ୍ଟାର ପ୍ଲସ୍ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜରିଆରେ ଏହି ଖବର ସତ ବୋଲି ସ୍ପଷ୍ଟ କରାଯାଇଛି।
/odisha-reporter/media/post_attachments/wp-content/uploads/2019/07/karan23.jpg)
ମିଡିଆ ରିପୋର୍ଟ ଅନୁଯାୟୀ, କରନ୍ ଏହି ଧାରାବାହିକର ଷ୍ଟୋରୀ ଲାଇନ୍କୁ ନେଇ ଖୁସି ନଥିଲେ। ତେଣୁ ଏଭଳି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ମିଡିଆରେ ପ୍ରକାଶ ପାଇଥିବା ରିପୋର୍ଟକୁ ମିଛ ବୋଲି କହିଛନ୍ତି କରନ୍। ଏହା ସହିତ ରମନ୍ ଚରିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ଦେଇଥିବାରୁ ସେ ଏକତା କପୁରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟିମ୍ର ଅନ୍ୟ ସଦସ୍ୟଙ୍କୁ ବି ସେ ଧନ୍ୟବାଦ ଜଣାଇଛନ୍ତି। /odisha-reporter/media/post_attachments/wp-content/uploads/2019/07/karan24.jpg)
କରନ୍ ଆହୁରି କହିଛନ୍ତି,“ ଖତରୋଁ କି ଖିଲାଡ଼ୀ ସିଜନ୍ -୧୦ରେ ଅଂଶଗ୍ରହଣ କରିବାକୁ ମୋତେ ସୁଯୋଗ ମିଳିଛି। ଏହାର ଶୁଟିଂ ପାଇଁ ଖୁବ୍ଶୀଘ୍ର ମୁଁ ବୁଲଗେରିଆ ଗସ୍ତ କରିବି।”
କରନ୍ଙ୍କ ଏହି ନିଷ୍ପତ୍ତି ଏ ଧାରାବାହିକର ପ୍ରଯୋଜକ ଏକତା କପୁରଙ୍କ ପାଇଁ ବଡ଼ ଝଟ୍କା ବୋଲି କୁହାଯାଉଛି। କାରଣ ଏହି ଶୋ’ ଟିଆର୍ପି ସବୁବେଳେ ବହୁତ ଭଲ ଥାଏ। ଶୋ’ରେ ରମନ୍ ଓ ଇଶିତାଙ୍କ ଯୋଡ଼ିଙ୍କୁ ଦର୍ଶକ ଖୁବ୍ ପସନ୍ଦ କରନ୍ତି। ତେଣୁ କରନ୍ଙ୍କ ଶୋ’ ଛାଡ଼ିବା ପରେ ଏହାର ଟିଆର୍ପି କମିପାରେ ବୋଲି ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ କରନ୍ଙ୍କ ସ୍ଥାନରେ କିଏ ଅଭିନୟ କରିବେ ନା ଶୋ’କୁ ବନ୍ଦ କରାଯିବ, ସେ ନେଇ କିଛି ସୂଚନା ମିଳିପାରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
