Advertisment

କରଣଙ୍କ ଟାର୍ଗେଟ୍‌ରେ କଙ୍ଗନା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଗୋଟେପଟେ ଶୋକର ଛାୟା ଖେଳିଯାଇଥିବା ବେଳେ ଅନ୍ୟପଟେ ନେପୋଟିଜମ୍‌ ବିବାଦ ଜୋର୍ ଧରିଛି। କିଛି ବଲିଉଡ୍‌ ସେଲେବ୍ରିଟି କରଣ ଜୋହର, ସଲମାନ୍ ଖାନ୍ ଓ ଷ୍ଟାର୍‌ କିଡ୍ସମାନଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ତେବେ ଏହାର ଆରମ୍ଭ ଅଭିନେତ୍ରୀ କଙ୍ଗନା ରଣାୱତ କରିଥିଲେ। ଆଉ ଏବେ ତାଙ୍କୁ ଟାର୍ଗେଟ୍ କରିଛନ୍ତି ଟେଲିଭିଜନ ଅଭିନେତା କରନ୍ ପଟେଲ୍। https://www.instagram.com/p/B4grwwqHQ8I/?utm_source=ig_web_copy_link ଟେଲି ‌ଇଣ୍ଡଷ୍ଟ୍ରିର ଆଙ୍ଗ୍ରି ୟଙ୍ଗ ମ୍ୟାନ୍ କରଣ ପଟେଲ୍‌ଙ୍କ […]

author-image
Chinmayee Roy
କରଣଙ୍କ ଟାର୍ଗେଟ୍‌ରେ କଙ୍ଗନା

kangana

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଗୋଟେପଟେ ଶୋକର ଛାୟା ଖେଳିଯାଇଥିବା ବେଳେ ଅନ୍ୟପଟେ ନେପୋଟିଜମ୍‌ ବିବାଦ ଜୋର୍ ଧରିଛି। କିଛି ବଲିଉଡ୍‌ ସେଲେବ୍ରିଟି କରଣ ଜୋହର, ସଲମାନ୍ ଖାନ୍ ଓ ଷ୍ଟାର୍‌ କିଡ୍ସମାନଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ତେବେ ଏହାର ଆରମ୍ଭ ଅଭିନେତ୍ରୀ କଙ୍ଗନା ରଣାୱତ କରିଥିଲେ। ଆଉ ଏବେ ତାଙ୍କୁ ଟାର୍ଗେଟ୍ କରିଛନ୍ତି ଟେଲିଭିଜନ ଅଭିନେତା କରନ୍ ପଟେଲ୍।

Advertisment

https://www.instagram.com/p/B4grwwqHQ8I/?utm_source=ig_web_copy_link

ଟେଲି ‌ଇଣ୍ଡଷ୍ଟ୍ରିର ଆଙ୍ଗ୍ରି ୟଙ୍ଗ ମ୍ୟାନ୍ କରଣ ପଟେଲ୍‌ଙ୍କ ରାଗକୁ କିଏ ବା ନ ଜାଣେ। ସେ କାହାକୁ ଖାତିର କରନ୍ତି ନାହିଁ। ଯିଏ ଯେତେ ବଡ଼ ଲୋକ ହେଇଥାଉ ନା କାହିଁକି ଯଦି ତାଙ୍କ ନଜରକୁ କିଛି ଖଟକା ଲାଗେ ତେବେ ସେ ମୁହେଁ ମୁହେଁ କହିଦିଅନ୍ତି। ଆଉ ତାଙ୍କ ଏଥିପାଇଁ ତାଙ୍କ ଫ୍ୟାନ୍‌ଫଲୋଇଂ ବି ବେଶ୍ ଅଧିକ। ଏବେ ପାଳି ପଡ଼ିଛି ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କର।

ନିକଟରେ ଏକ ସାକ୍ଷାତକାରରେ କରଣ ପଟେଲ ନାଁ ନ ନେଇ କଙ୍ଗନାକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି- 'ଅଭିନଭ କାଶ୍ୟପଙ୍କ ଠାରୁ ଆରମ୍ଭ କରି ଅନ୍ୟ ସ୍ୱଳ୍ପ ସମୟର କଳାକାରମାନେ ଏହି ପ୍ରସଙ୍ଗରେ  ଆଗକୁ ଡେଇଁପଡିଛନ୍ତି। ନେପୋଟିଜମ୍‌କୁ ଏପରି ପ୍ରସଙ୍ଗ କରିବା ପଛରେ ମୋତେ କୌଣସି କାରଣ ଦେଖାଯାଉନାହିଁ। ଉଦାହରଣ ସ୍ୱରୂପ, ଜଣେ ଅଭିନେତ୍ରୀ ଆଜିକାଲି ନେପୋଟିଜମ୍‌ ଉପରେ ବହୁତ କିଛି କହୁଛନ୍ତି।

Advertisment

https://www.instagram.com/tv/CBnUBBDhS7W/?utm_source=ig_web_copy_link

କରଣ କଙ୍ଗନାଙ୍କ ନାଁ ନ ନେଇ, ସୁଶାନ୍ତଙ୍କୁ ତାଙ୍କ ପ୍ରଡକ୍ସନ୍ ହାଉସ୍ ଫିଲ୍ମରେ ନ ନେବା କଥା କହିଛନ୍ତି। ଏହା ବ୍ୟତୀତ ସେ କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣେକା’ରେ ସୋନୁ ସୁଦଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। କରଣ କହିଛନ୍ତି- 'ସେ ପ୍ରଥମେ ସୋନୁ ସୁଦଙ୍କୁ ଏହି ଚଳଚ୍ଚିତ୍ରରେ ନେଇଥିଲେ ଏବଂ ପରେ ତାଙ୍କ ସ୍ଥାନ ଅନ୍ୟ କାହାକୁ ଦେଇଥିଲେ। ସେ ସୋନୁ ସୁଦକୁ ଭୁଲିଗଲେ। ମୁଁ ତାଙ୍କୁ କେବେହେଲେ କୌଣସି ନୂଆ ନିର୍ଦ୍ଦେଶକ କିମ୍ବା ଅଭିନେତାଙ୍କ ସହ କାମ କରିବା ଦେଖି ନାହିଁ। କରଣ ଆହୁରି କହିଛନ୍ତି 'ଯେତେବେଳେ ତୁମେ ବଡ଼ ଷ୍ଟୁଡିଓ ପଛରେ ଦୌଡ଼ୁଛ, ତୁମେ କାହିଁକି ନେପୋଟିଜମ୍‌ର ବିଗିଲ୍ ବଜାଉଛ? ଯଦି ତୁମର ଏତେ ବଡ଼ ହୃଦୟ ଅଛି ଏବଂ ନିଜସ୍ୱ ପ୍ରଡକ୍ସନ୍ ହାଉସ୍ ଅଛି, ଦୟାକରି ଯାଇ ଜଣେ ନବାଗତ ଷ୍ଟାର୍, ନୂତନ ନିର୍ଦ୍ଦେଶକଙ୍କୁ ସୁଯୋଗ ଦିଅନ୍ତୁ ଏବଂ ସେମାନଙ୍କ ସହିତ ସେମାନଙ୍କ ଚଳଚ୍ଚିତ୍ରରେ ହିରୋଇନ୍ ଭାବରେ କାମ କରନ୍ତୁ। ତା’ପରେ ଆମେ ତୁମ କଥା କହିବୁ ଏବଂ ଶୁଣିବୁ।‘publive-image

କରଣ କଙ୍ଗନାଙ୍କ ବିଜନେସ୍ ସମ୍ଭାଳୁଥିବା  ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି- 'ତୁମର ନିଜର ପ୍ରଡକ୍ସନ୍ ଅଛି, ଯାହାକୁ ତୁମ ଭଉଣୀ ସମ୍ଭାଳୁଛନ୍ତି। ତୁମେ ନୂଆ ଲୋକଙ୍କୁ ବା ଜଣେ ବାହାର ଲୋକଙ୍କୁ କାହିଁକି ସୁଯୋଗ ଦେଲ ନାହିଁ। ଚାକିରି ପାଇଁ ଇଣ୍ଟଭ୍ୟୁର ଘୋଷଣା କଲନାହିଁ? ତୁମର ପ୍ରଡକଶନ୍ ହାଉସ୍ ସମ୍ଭାଳିବା ପାଇଁ ତୁମେ MBA ଡିଗ୍ରୀ ଥିବା ବ୍ୟକ୍ତି ନିଯୁକ୍ତି କଲ ନାହିଁ କାହିଁକି ?