Advertisment

ମଲାଇକା-ଅର୍ଜୁନ୍‌ଙ୍କୁ ନେଇ କରନ୍‌ କହୁ କହୁ କହିଦେଲେ ଏମିତି...

ମୁମ୍ବାଇ: ଉଭୟ ବି’ଟାଉନ୍‌ ଓ ସୋଶାଲ୍‌ ମିଡିଆରେ କିଛି ଦିନ ଧରି ଅଭିନେତା ଅର୍ଜୁନ୍‌ କପୁର ଓ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଡେଟିଂକୁ ନେଇ ଚର୍ଚ୍ଚା ଜୋରର୍ ଧରିଛି। ଦୁହିଁଙ୍କୁ ଡିନର୍‌ ହେଉ କି କୌଣସି ପାର୍ଟି, ଏପରିକି କିଛି ଫ୍ୟାମିଲି ଫଙ୍କ୍‌ସନ୍‌ରେ ମଧ୍ୟ ଏକତ୍ର ଦେଖିବାକୁ ମିଳିଛି। ଏଥିରୁ ଉଭୟଙ୍କ ମଧ୍ୟରେ ଆଫୟାର୍‌ ଥିବା କୁହାଯାଉଛି। ତେବେ ଉଭୟଙ୍କ ଡେଟିଂ ଖବରକୁ ନିଜ ଟକ୍‌ ଶୋ’ ଜରିଆରେ ଏକପ୍ରକାର ସ୍ପଷ୍ଟ କରିଛନ୍ତି ମଲାଇକାଙ୍କ ବନ୍ଧୁ ତଥା ନିର୍ମାତା, […]

author-image
Sangita Sahoo
ମଲାଇକା-ଅର୍ଜୁନ୍‌ଙ୍କୁ ନେଇ କରନ୍‌ କହୁ କହୁ କହିଦେଲେ ଏମିତି...

karan

ମୁମ୍ବାଇ: ଉଭୟ ବି'ଟାଉନ୍‌ ଓ ସୋଶାଲ୍‌ ମିଡିଆରେ କିଛି ଦିନ ଧରି ଅଭିନେତା ଅର୍ଜୁନ୍‌ କପୁର ଓ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଡେଟିଂକୁ ନେଇ ଚର୍ଚ୍ଚା ଜୋରର୍ ଧରିଛି। ଦୁହିଁଙ୍କୁ ଡିନର୍‌ ହେଉ କି କୌଣସି ପାର୍ଟି, ଏପରିକି କିଛି ଫ୍ୟାମିଲି ଫଙ୍କ୍‌ସନ୍‌ରେ ମଧ୍ୟ ଏକତ୍ର ଦେଖିବାକୁ ମିଳିଛି। ଏଥିରୁ ଉଭୟଙ୍କ ମଧ୍ୟରେ ଆଫୟାର୍‌ ଥିବା କୁହାଯାଉଛି।

Advertisment

ତେବେ ଉଭୟଙ୍କ ଡେଟିଂ ଖବରକୁ ନିଜ ଟକ୍‌ ଶୋ' ଜରିଆରେ ଏକପ୍ରକାର ସ୍ପଷ୍ଟ କରିଛନ୍ତି ମଲାଇକାଙ୍କ ବନ୍ଧୁ ତଥା ନିର୍ମାତା, ନିର୍ଦ୍ଦେଶକ କରନ୍ ଜୋହର୍‌। କରନ୍ ତାଙ୍କ ଟିଭି ଶୋ' 'କଫି ୱିଥ୍‌ କରନ୍‌ ସିଜନ୍‌-୬'ର ନୂଆ ଏପିସୋଡ୍‌ରେ ଏହାର ଖୁଲାସା କରିଛନ୍ତି। ସେହି ଏପିସୋଡ୍‌ରେ ଅତିଥି ହୋଇଛନ୍ତି ଦୁଇ କ୍ରିକେଟ୍‌ ଷ୍ଟାର୍‌ ତଥା ଟିମ୍‌ ଇଣ୍ଡିଆର ଦୁଇ ମୋଷ୍ଟ୍ ଇଲିଜିବଲ୍‌ ବ୍ୟାଚଲର୍‌ ଲୋକେଶ୍ ରାହୁଲ୍‌ ଓ ଓ ହାର୍ଦ୍ଦିକ୍‌ ପାଣ୍ଡ୍ୟା।

କରନ୍‌ ଏହି ଏପିସୋଡ୍‌ରେ ଉଭୟ କ୍ରିକେଟର୍‌ଙ୍କୁ ନିଜ ପସନ୍ଦ ଓ ନାପସନ୍ଦ ବିଷୟରେ ପଚାରିବାରୁ ରାହୁଲ୍‌ କହିଥିଲେ ଯେ ତାଙ୍କର ମଲାଇକାଙ୍କ ଉପରେ କ୍ରଶ୍‌ ଥିଲା। କିନ୍ତୁ ସେ କ୍ରଶ୍‌ ଆଉ ଏବେ ନାହିଁ।

Advertisment

publive-imageଏହି ଉତ୍ତର ଶୁଣି କରନ୍‌ କହିଥିଲେ,"କାହିଁକି,ମଲାଇକା ଅର୍ଜୁନ୍‌ଙ୍କୁ ଏବେ ଡେଟ୍‌ କରୁଛନ୍ତି, ସେଥିପାଇଁ?"

ଶୋ'ରେ କରନ୍‌ ଥରେ ନୁହେଁ, ଅର୍ଜୁନ-ମଲାଇକା ଡେଟିଂକୁ ନେଇ ଦୁଇ ଦୁଇ ଥର ଏପରି ପଚାରିଛନ୍ତି। ଯେହେତୁ ମଲାଇକାଙ୍କ ସହ ସେ ଘନିଷ୍ଠ, ତେଣୁ କରନ୍‌ଙ୍କ ଏହି କଥା ମଲାଇକା-ଅର୍ଜୁନ୍‌ଙ୍କ ପ୍ରେମ ସମ୍ପର୍କକୁ ଏବେ ସ୍ପଷ୍ଟ କରିଛି ବୋଲି ଚର୍ଚ୍ଚା ହେଉଛି।

ଶୋ’ର ପ୍ରମୋ ଭିଡିଓ ମଧ୍ୟ ଜାରି ହୋଇଛି। ଏଥିରେ ଆଉ କିଛି ରୋଚକ ପ୍ରଶ୍ନ ବି ସାମଲ୍‌ ଅଛି।