‘କସୌଟୀ' ଛାଡ଼ିଲେ କରଣ ସିଂହ ଗ୍ରୋଭର୍ !

ମୁମ୍ବାଇ: ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ହେଉଛି ଧାରାବାହିକ ‘କସୌଟୀ ଜିନ୍ଦେଗୀ କୀ-୨’। ଏହି ଶୋ’ ଆରମ୍ଭ ହେବା ପୂର୍ବରୁ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଏପରିକି ଏହାର ଷ୍ଟାର କାଷ୍ଟକୁ ନେଇ ମଧ୍ୟ ବହୁତ ଚର୍ଚ୍ଚା ହୋଇଥିଲା। ହେଲେ ଏବେ ଏହା ଖରାପ କାରଣକୁ ନେଇ ଚର୍ଚ୍ଚାକୁ ଆସୁଛି। ହିନା ଖାନ୍ ଶୋ’ ଛାଡ଼ିବା ପରେ ମିଷ୍ଟର ବଜାଜ୍‌ ଚରିତ୍ରରେ ଅଭିନୟ କରୁଥିବା କରଣ ସିଂହ ଗ୍ରୋଭର ମଧ୍ୟ ଏଥିରୁ ବାହାରି ଯାଇଥିବା ନେଇ ଚର୍ଚ୍ଚା ହେଉଛି। ସୋଶାଲ୍‌ […]

Karan-Singh-Grover

Karan-Singh-Grover

Chinmayee Roy
  • Published: Saturday, 19 October 2019
  • Updated: 19 October 2019, 01:13 PM IST

Sports

Latest News

ମୁମ୍ବାଇ: ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ହେଉଛି ଧାରାବାହିକ ‘କସୌଟୀ ଜିନ୍ଦେଗୀ କୀ-୨’। ଏହି ଶୋ’ ଆରମ୍ଭ ହେବା ପୂର୍ବରୁ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଏପରିକି ଏହାର ଷ୍ଟାର କାଷ୍ଟକୁ ନେଇ ମଧ୍ୟ ବହୁତ ଚର୍ଚ୍ଚା ହୋଇଥିଲା। ହେଲେ ଏବେ ଏହା ଖରାପ କାରଣକୁ ନେଇ ଚର୍ଚ୍ଚାକୁ ଆସୁଛି। ହିନା ଖାନ୍ ଶୋ’ ଛାଡ଼ିବା ପରେ ମିଷ୍ଟର ବଜାଜ୍‌ ଚରିତ୍ରରେ ଅଭିନୟ କରୁଥିବା କରଣ ସିଂହ ଗ୍ରୋଭର ମଧ୍ୟ ଏଥିରୁ ବାହାରି ଯାଇଥିବା ନେଇ ଚର୍ଚ୍ଚା ହେଉଛି।

ସୋଶାଲ୍‌ ମିଡିଆରେ ହେଉଥିବା ଏକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି କରଣ କରିଥିବା ଏକ ପୋଷ୍ଟ୍‌। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ୍ କରିଛନ୍ତି। ‘କସୌଟୀ ଜିନ୍ଦେଗୀ କୀ ୨’ର ପୂରା ଟିମ୍ ସହିତ ସେ ଏହି ଫଟୋ ଉଠାଇଛନ୍ତି। ତା’ସହିତ ଏଥିରେ ସେ ଲେଖିଛନ୍ତି, “ଖୁବ୍ ସୁନ୍ଦର ସମୟ ଓ ଏଭଳି ଏକ ଭଲ ଫେୟାରୱେଲ୍‌ ପାଇଁ ସମସ୍ତଙ୍କୁ ଧନ୍ୟବାଦ ! ଆପଣ ସମସ୍ତଙ୍କ ସହ କାମ କରି ବହୁତ ଭଲ ଲାଗିଲା। ଧନ୍ୟବାଦ ଏକ୍‌ତା କପୁର।”

https://www.instagram.com/p/B3suKrTFm2c/?utm_source=ig_web_copy_link

ତାଙ୍କର ଏହି ପୋଷ୍ଟ୍ ପଢ଼ି ଅନେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ତାଙ୍କୁ କାହିଁକି ଶୋ’ ଛାଡ଼ିଲେ ବୋଲି ପ୍ରଶ୍ନ କରିଛନ୍ତି। ଅବଶ୍ୟ କେହି କେହି ସେ ଏହି ଶୋ’ ଛାଡ଼ି ଦେଇଥିବାରୁ ଖୁସି ପ୍ରକଟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଆପଣ ଏହି ବେକାର ଶୋ’ ଛାଡ଼ି ଭଲ କରିଛନ୍ତି। କିଛି ଭଲ ପ୍ରୋଜେକ୍ଟ ଦେଖନ୍ତୁ।’ ଆଉ ଜଣେ ଲେଖିଛନ୍ତି, ‘ଆପଣ ବି ହିନା ଖାନ୍‌ଙ୍କ ପରି ସ୍ମାର୍ଟ ବାହାରିଲେ। ସେ ବି ଏହି ବେକାର ସିରିଏଲ୍‌ ଛାଡ଼ି ଦେଇଥିଲେ।’

କୁହାଯାଉଛି, ‘କସୌଟୀ ଜିନ୍ଦେଗୀ କୀ-୨’ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଛି। ଶୋ’କୁ ପାୱାରଫୁଲ୍‌ କରିବା ପାଇଁ ଶୋ’ର ନିର୍ମାତା ଏକ୍‌ତା କପୁର ଯଥା ସମ୍ଭବ ଚେଷ୍ଟା କରୁଛନ୍ତି। ତଥାପି ଏହା ଟିଆର୍‌ପି ବଢ଼ାଇ ପାରୁ ନାହାନ୍ତି। ଯଦି ଏହିଭଳି ସ୍ଥିତି ଲାଗି ରହେ, ତା’ହେଲେ ଖୁବ୍‌ଶୀଘ୍ର ଏହା ବନ୍ଦ ବି ହୋଇପାରେ।

https://www.instagram.com/p/B3tU1t-BdBf/?utm_source=ig_web_copy_link

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos