Advertisment

ଆଜି ବି ସାହିଦ୍‌ଙ୍କୁ ଧନ୍ୟବାଦ ଦିଅନ୍ତି କରିନା, କହିଲେ କାହିଁକି ବ୍ରେକଅପ୍‌ ହୋଇଥିଲା

ନୂଆଦିଲ୍ଲୀ: ବଲିଉଡ୍‌ରେ ଏମିକି ଅନେକ ଯୋଡ଼ି ରହିଛନ୍ତି ଯେଉଁମାନଙ୍କର ପ୍ରେମକୁ ନେଇ ଯେତିକି ଚର୍ଚ୍ଚା ହୁଏ ତାଙ୍କ ବିଚ୍ଛେଦକୁ ନେଇ ତାଠୁ ଅଧିକ ଚର୍ଚ୍ଚା ହୁଏ। ସେମିତି ଏକ ଯୋଡ଼ି ହେଲେ କରିନା କପୁର ଏବଂ ସାହିଦ କପୁର। ‘ଜବ୍‌ ୱି ମେଟ୍‌’, ‘ମିଲେଙ୍ଗେ ମିଲେଙ୍ଗେ’, ‘ଫିଦା’ ଆଦି ରୋମାଣ୍ଟିକ୍‌ ଫିଲ୍ମରେ ଆପଣ କରିନା ଏବଂ ସାହିଦ୍‌ଙ୍କର କେମେଷ୍ଟ୍ରି ଦେଖିଥିବେ। ଜବ୍‌ ୱି ମେଟ୍‌ ଫିଲ୍ମ ସମୟରେ ଦୁହେଁ ପରସ୍ପରକୁ ଡେଟ୍‌ କରୁଥିଲେ। ତା’ପରେ ଦୁହେଁ ଅଲଗା […]

author-image
Biswobandita Swain
ଆଜି ବି ସାହିଦ୍‌ଙ୍କୁ ଧନ୍ୟବାଦ ଦିଅନ୍ତି କରିନା, କହିଲେ କାହିଁକି ବ୍ରେକଅପ୍‌ ହୋଇଥିଲା

sahid-1

ନୂଆଦିଲ୍ଲୀ: ବଲିଉଡ୍‌ରେ ଏମିକି ଅନେକ ଯୋଡ଼ି ରହିଛନ୍ତି ଯେଉଁମାନଙ୍କର ପ୍ରେମକୁ ନେଇ ଯେତିକି ଚର୍ଚ୍ଚା ହୁଏ ତାଙ୍କ ବିଚ୍ଛେଦକୁ ନେଇ ତାଠୁ ଅଧିକ ଚର୍ଚ୍ଚା ହୁଏ। ସେମିତି ଏକ ଯୋଡ଼ି ହେଲେ କରିନା କପୁର ଏବଂ ସାହିଦ କପୁର। ‘ଜବ୍‌ ୱି ମେଟ୍‌’, ‘ମିଲେଙ୍ଗେ ମିଲେଙ୍ଗେ’, ‘ଫିଦା’ ଆଦି ରୋମାଣ୍ଟିକ୍‌ ଫିଲ୍ମରେ ଆପଣ କରିନା ଏବଂ ସାହିଦ୍‌ଙ୍କର କେମେଷ୍ଟ୍ରି ଦେଖିଥିବେ। ଜବ୍‌ ୱି ମେଟ୍‌ ଫିଲ୍ମ ସମୟରେ ଦୁହେଁ ପରସ୍ପରକୁ ଡେଟ୍‌ କରୁଥିଲେ। ତା’ପରେ ଦୁହେଁ ଅଲଗା ହୋଇଯାଇଥିଲେ।

Advertisment

କରିନାଙ୍କ କହିବା ଅନୁଯାୟୀ, ସାହିଦ୍‌ଙ୍କ ସହ ଡେଟ୍‌ କରିବା ସମୟର ଫିଲ୍ମ ଥିଲା ‘ଜବ୍‌ ୱି ମେଟ୍‌’। ତା’ପରେ ତାଙ୍କ ରିଲେସନ୍‌ସିପ୍‌ ଭାଙ୍ଗିଯାଇଥିଲା। କିନ୍ତୁ ସେ ସାହିଦ୍‌ଙ୍କୁ ଏବେ ବି ଧନ୍ୟବାଦ ଦେବାକୁ ଚାହାନ୍ତି, କାରଣ ଏହି ଫିଲ୍ମ ପାଇଁ ସେ ତାଙ୍କୁ ରାଜି କରାଇଥିଲେ। କରିନା ଏହି ଫିଲ୍ମ କରିବେ କି ନାହିଁ ସେଥିପାଇଁ ଟିକେ ଦ୍ୱନ୍ଦ୍ୱରେ ଥିବା ବେଳେ ସାହିଦ୍‌ ତାଙ୍କୁ ବୁଝାଇଥିଲେ। ଆଉ ଏହି ଫିଲ୍ମରେ ତାଙ୍କ ଚରିତ୍ର ତାଙ୍କ ଫିଲ୍ମ କ୍ୟାରିଅରରେ ଏକ ବଡ଼ ସଫଳତା ଆଣିଦେବ ବୋଲି କହିଥିଲେ, ଆଉ ତାହା ହିଁ ହୋଇଥିଲା।

ଏହାପରେ ଫିଲ୍ମ 'ଟସନ୍‌'ରେ କରିନା କାମ କରୁଥିଲେ। କରିନାଙ୍କ କହିବା ଅନୁଯାୟୀ, 'ଟସନ୍‌' ଫିଲ୍ମ ସମୟରେ ଏମିତି କିଛି ଘଟିଥିଲା ଯେଉଁଥିପାଇଁ ସେମାନେ ଅଲଗା ହୋଇଯାଇଥିଲେ। ଏହି ଫିଲ୍ମ ତାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲା। ବୋଧହୁଏ ସାହିଦ୍‌ ତାଙ୍କ ଭାଗ୍ୟରେ ନଥିଲେ।

Advertisment

ଟସନ୍‌ ଫିଲ୍ମ ଶୁଟିଂ ସମୟରେ କରିନା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ସହ ଭେଟ ହୋଇଥିଲେ। ଏହି ଫିଲ୍ମରେ ସୈଫ୍‌ କରିନାଙ୍କ ବିପକ୍ଷରେ ଅଭିନୟ କରୁଥିଲେ। କରିନାଙ୍କ କହିବା ଅନୁଯାୟୀ, ଏହି ଫିଲ୍ମର ଶୁଟିଂ ସମୟରେ ସେ ସୈଫ୍‌ଙ୍କୁ ଭଲ ପାଇ ବସିଥିଲେ। ଯଦିଓ 'ଟସନ୍‌' ଫିଲ୍ମ ଏତେ ସଫଳ ହୋଇନଥିଲା ତେବେ ଏହି ଫିଲ୍ମ ମାଧ୍ୟମରେ ସୈଫ୍‌ ତାଙ୍କ ଜୀବନରେ ଆସିଥିଲେ ବୋଲି ସେ ଏହି ଫିଲ୍ମକୁ ସ୍ୱତନ୍ତ୍ର କହିଛନ୍ତି।

ଏହାପରେ କରିନା ୨୦୧୨ରେ  ସୈଫ୍‌ଙ୍କ ସହ ବିବାହ କରିଥିଲେ। ସେହିପର୍ ସାହିଦ୍‌ ୨୦୧୫ରେ ମିରାଙ୍କ ସହ ବିବାହ କରିନେଲେ।