କରୀନାଙ୍କ ଦାମୀ ବ୍ୟାଗ୍‌

ମୁମ୍ବାଇ: ବଲିଉଡ୍‌ କଳାକାରମାନେ ସେମାନଙ୍କ ଫିଲ୍ମ ଓ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ରହନ୍ତି, ସେମାନଙ୍କ ଜୀବନଶୈଳୀକୁ ନେଇ ମଧ୍ୟ ସେତିକି ଆଲୋଚନା ହୁଏ। ସେମାନଙ୍କ ଗାଡ଼ି, ପୋଷାକ ଓ ବ୍ୟାଗ୍‌କୁ ନେଇ ବି ଆଲୋଚନା ହୁଏ। ଏବେ ଏମିତି କିଛି ଆଲୋଚନା ଚାଲିଛି ବେବୋ ବା କରୀନା କପୁର ଖାନ୍‌ଙ୍କୁ ନେଇ। ଆପଣମାନେ ତ ଜାଣିଥିବେ କରୀନା ସବୁ ବେଳେ ଦାମୀ ଜିନିଷ ବ୍ୟବହାର କରନ୍ତି। ନିକଟରେ ତାଙ୍କ ହାତରେ ଏକ ଦାମୀ ବ୍ୟାଗ୍ ଦେଖିବାକୁ […]

kareena

Biswobandita Swain
  • Published: Friday, 01 November 2019
  • , Updated: 01 November 2019, 02:02 PM IST

ମୁମ୍ବାଇ: ବଲିଉଡ୍‌ କଳାକାରମାନେ ସେମାନଙ୍କ ଫିଲ୍ମ ଓ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ରହନ୍ତି, ସେମାନଙ୍କ ଜୀବନଶୈଳୀକୁ ନେଇ ମଧ୍ୟ ସେତିକି ଆଲୋଚନା ହୁଏ। ସେମାନଙ୍କ ଗାଡ଼ି, ପୋଷାକ ଓ ବ୍ୟାଗ୍‌କୁ ନେଇ ବି ଆଲୋଚନା ହୁଏ। ଏବେ ଏମିତି କିଛି ଆଲୋଚନା ଚାଲିଛି ବେବୋ ବା କରୀନା କପୁର ଖାନ୍‌ଙ୍କୁ ନେଇ। ଆପଣମାନେ ତ ଜାଣିଥିବେ କରୀନା ସବୁ ବେଳେ ଦାମୀ ଜିନିଷ ବ୍ୟବହାର କରନ୍ତି। ନିକଟରେ ତାଙ୍କ ହାତରେ ଏକ ଦାମୀ ବ୍ୟାଗ୍ ଦେଖିବାକୁ ମିଳିଥିଲା। ଏ ବ୍ୟାଗ୍‌ର ଦାମ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହାର ଦାମ୍ ଛୋଟମୋଟ କାର୍‌ର ଦାମ୍ ପାଖାପାଖି। ସେ ଧରିଥିବା ବ୍ୟାଗ୍‌ର ଦାମ୍ ୩ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।

ମୁମ୍ବାଇ ବିମାନବନ୍ଦରରେ ତାଙ୍କୁ ଏହି ବ୍ୟାଗ୍ ସହିତ ଦେଖିବାକୁ ମିଳିଥିଲା। ତାଙ୍କ ସହିତ ତୈମୁର ବି ଥିଲେ। ବେବୋ ସ୍କିନି ଡେନିମ୍‌ ପ୍ୟାଣ୍ଟ ସହ ଧଳା ରଙ୍ଗର ଟି-ଶାର୍ଟ ଥିଲେ। ସେ ଏକ ଜ୍ୟାକେଟ୍‌ ବି ପିନ୍ଧିଥିଲେ। ଏଥିସହ ସେ ନି ହାଇ ବୁଟ୍‌ସ ପିନ୍ଧିଥିଲେ। ଆଉ ଏହି ଗେଟ୍‌ ଅପ୍‌ରେ ତାଙ୍କୁ ଏହି  କଳା ରଙ୍ଗର ବ୍ୟାଗ୍‌ ଖୁବ୍ ମାନୁଥିଲା।

 

Related story