Advertisment

ଦାନ କରି ଟ୍ରୋଲ୍ ହେଲେ ସୈଫ୍-କରୀନା

ମୁମ୍ବାଇ: ‘କରୋନା’ ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀଙ୍କୁ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍ ତାରକା। ଏନେଇ ପ୍ରଧାନମନ୍ତ୍ରୀଙ୍କ ‘ପିଏମ୍‌-କେୟାରସ୍‌ ଫଣ୍ଡ’କୁ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ସହାୟତା କରୁଛନ୍ତି। ତେବେ ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ଏବଂ ଅଭିନେତା ସୈଫ୍ ଅଲ୍ଲୀ ଖାନ ମଧ୍ୟ ଦାନ ଦେଇଥିବା ସୋଶାଲ ମିଡିଆରେ ଖୁଲାସା କରିଛନ୍ତି। କରୀନା ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, “ଏଭଳି ଏକ […]

ଅଦ୍ୟତନ ହୋଇଛି
ଦାନ କରି ଟ୍ରୋଲ୍ ହେଲେ ସୈଫ୍-କରୀନା

kareena

Advertisment

ମୁମ୍ବାଇ: ‘କରୋନା’ ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀଙ୍କୁ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍ ତାରକା। ଏନେଇ ପ୍ରଧାନମନ୍ତ୍ରୀଙ୍କ ‘ପିଏମ୍‌-କେୟାରସ୍‌ ଫଣ୍ଡ’କୁ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ସହାୟତା କରୁଛନ୍ତି। ତେବେ ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ଏବଂ ଅଭିନେତା ସୈଫ୍ ଅଲ୍ଲୀ ଖାନ ମଧ୍ୟ ଦାନ ଦେଇଥିବା ସୋଶାଲ ମିଡିଆରେ ଖୁଲାସା କରିଛନ୍ତି।

Advertisment

କରୀନା ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, "ଏଭଳି ଏକ କଠିନ ସମୟରେ ଆମକୁ ଏକାଠି ଆଗେଇ ଆସିବାକୁ ହେବ ଏବଂ ପରସ୍ପରକୁ ସହଯୋଗ କରିବାକୁ ହେବ। ଆମେ ଦୁୁହେଁ (ସୈଫ୍-କରୀନା) କରୋନା ଭୂତାଣୁ ବିରୋଧରେ ଚାଲିଥିବା ବିଶ୍ୱବ୍ୟାପି ଯୁଦ୍ଧକୁ ସମର୍ଥନ କରୁଛୁ ଏବଂ ମହାମାରୀର ମୁକାବିଲା ପାଇଁ ୟୁନିସେଫ୍, ଗିଭ୍ ଇଣ୍ଡିଆ ଏବଂ ଇଣ୍ଟରନ୍ୟାଶନାଲ ଆସୋସିଏସନ ଫର୍ ହ୍ୟୁମାନ ଭାଲ୍ୟୁ (IAHV)କୁ ଦାନ ଦେଇଛୁ। ଯେଉଁମାନଙ୍କ ଦ୍ୱାରା ସମ୍ଭବ, ସେମାନେ ବି ଦାନ କରିିିବାକୁ ଅନୁୁରୋଧ।"

https://www.instagram.com/p/B-ZRjAqpgku/?utm_source=ig_web_copy_link

ତେବେ ସୈଫ୍-କରୀନାଙ୍କ କରୋନା ମୁକାବିଲା ଲାଗି ଏହି ଦାନକୁ ସୋଶାଲ ମିଡିଆ ପସନ୍ଦ ନ କଲା ଭଳି ଲାଗୁଛି। ଏଭଲି ପଦକ୍ଷେପ ପାଇଁ ଉଭୟଙ୍କୁ ଖୁବ୍ ଟ୍ରୋଲ୍ କରାଯାଉଛି।

Advertisment

ବାସ୍ତବରେ ଲୋକମାନେ କରୀନା ଏବଂ ସୈଫଙ୍କ ଉପରେ ଏଥିପାଇଁ ରାଗିଛନ୍ତି ଯେ, ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପିଏମ କେୟାର୍ସ ଫଣ୍ଡକୁ ଦାନ ନ କରି ଗ୍ଲୋବାଲ୍ ଏଜେନ୍ସିଗୁଡ଼ିକୁ ଦାନ କରିଛନ୍ତି। ସେମାନେ ୟୁନିସେଫ, ଗିଭ ଇଣ୍ଡିଆ ଏବଂ ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍ ଫର ହ୍ୟୁମାନ ଭାଲ୍ୟୁ (IAHV) ଭଳି ସଂଗଠନକୁ କରୋନା ମୁକାବିଲା ପାଇଁ ଆର୍ଥିକ ସହାୟତା ଦେଇଛନ୍ତି। ତେଣୁ ସେଶାଲ୍ ମିଡିଆରେ ସେମାନେ ଟ୍ରୋଲ୍ ହେଉଛନ୍ତି। ହେଲେ କେତେଜଣ ତାଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି ଏବଂ ଭଲ କାମ ପାଇଁ  ପ୍ରଶଂସା ବି କରିଛନ୍ତି।

ସୂଚନାଯୋଗ୍ୟ, କେବଳ ସୈଫ୍-କରୀନା ନୁହନ୍ତି ପ୍ରିୟଙ୍କା ଓ ତାଙ୍କ ସ୍ୱାମୀ ନିକ୍ ଜୋନସ୍ ମଧ୍ୟ ୧୦ଟି ଗ୍ଲୋବାଲ୍ ଏଜେନ୍ସିକୁ କରୋନା ମୁକାବିଲା ପାଇଁ ଦାନ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe