Advertisment

ଶୁଟିଂ ସେଟ୍‌ରେ ରାଗିଗଲେ ବେବୋ

ମୁମ୍ବାଇ: କରୀନା କପୁର ଅଭିନୟ ସହ ତାଙ୍କ ନିଆରା ଷ୍ଟାଇଲ ପାଇଁ ମଧ୍ୟ ବେଶ ଲୋକପ୍ରିୟ। ଏକ୍ସପ୍ରେସନ କୁଇନ୍‌ ଭାବେ ଜଣା ଯାଉଥିବା କରିନାଙ୍କର ଏକ ଭିଡିଓ ଏବେ ସୋସାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ସେ ତାଙ୍କ କର୍ମଚାରୀଙ୍କ ସହ କଥାବାର୍ତ୍ତା କରୁଛନ୍ତି ଏବଂ ଭଲ କାମ ନକରିବାରୁ ସେମାନଙ୍କୁ ପାଟି କରୁଥିବାର ଦେଖିବାକୁ ମିଳିଛି।। ବେବୋଙ୍କ ଏହି ଭିଡିଓକୁ ନେଇ ପ୍ରଶଂସକମାନେ  କମେଣ୍ଟ ଦେଇଛନ୍ତି। ଏହି ଭିଡିଓ ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ ପୃଷ୍ଠାରୁ ଶେଆର କରାଯାଇଛି। ଭାଇରାଲ ହୋଇଥିବା ଏହି […]

ଅଦ୍ୟତନ ହୋଇଛି
ଶୁଟିଂ ସେଟ୍‌ରେ ରାଗିଗଲେ ବେବୋ

k333

Advertisment

ମୁମ୍ବାଇ: କରୀନା କପୁର ଅଭିନୟ ସହ ତାଙ୍କ ନିଆରା ଷ୍ଟାଇଲ ପାଇଁ ମଧ୍ୟ ବେଶ ଲୋକପ୍ରିୟ। ଏକ୍ସପ୍ରେସନ କୁଇନ୍‌ ଭାବେ ଜଣା ଯାଉଥିବା କରିନାଙ୍କର ଏକ ଭିଡିଓ ଏବେ ସୋସାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ଏହି ଭିଡିଓରେ ସେ ତାଙ୍କ କର୍ମଚାରୀଙ୍କ ସହ କଥାବାର୍ତ୍ତା କରୁଛନ୍ତି ଏବଂ ଭଲ କାମ ନକରିବାରୁ ସେମାନଙ୍କୁ ପାଟି କରୁଥିବାର ଦେଖିବାକୁ ମିଳିଛି।। ବେବୋଙ୍କ ଏହି ଭିଡିଓକୁ ନେଇ ପ୍ରଶଂସକମାନେ  କମେଣ୍ଟ ଦେଇଛନ୍ତି। ଏହି ଭିଡିଓ ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ ପୃଷ୍ଠାରୁ ଶେଆର କରାଯାଇଛି। ଭାଇରାଲ ହୋଇଥିବା ଏହି ଭିଡିଓକୁ ୫ ଲକ୍ଷରୁ ଅଧିକ ଥର ଦେଖାଯାଇଛି।

କରୀନା କପୁରଙ୍କ ଏହି ଭିଡିଓ ତାଙ୍କ ରେଡିଓ ଶୋ ’ ହ୍ଵାଟ୍ ୱିମେନ ଵାଣ୍ଟର ଶୁଟିଂ ସେଟ୍‌ରୁ ଆସିଛି। ଭିଡିଓରେ ଆହୁରି ଦେଖିବାକୁ ମିଳିଛି ଯେ  ତାଙ୍କ ଡ୍ରେସ ଠିକ ଭାବେ ଆଇରନ୍‌ କାହିଁକି ହେଇନି ବୋଲି ସେ ଜଣେ କର୍ମଚାରୀଙ୍କୁ ପ୍ରଶ୍ନ କରୁଛନ୍ତି।

Advertisment

କରୀନା କପୁର  କିଛି ଦିନ ପୂର୍ବରୁ ଇନଷ୍ଟାଗ୍ରାମରେ ପ୍ରବେଶ କରିଛନ୍ତି। କିନ୍ତୁ ଇନଷ୍ଟାଗ୍ରାମକୁ ଆସିବା ପରେ ତାଙ୍କ ଫଲୋଅର୍ସ ଲକ୍ଷ ଲକ୍ଷରେ ପହଞ୍ଚିଯାଇଛନ୍ତି। କିଛି ଦିନ ପୂର୍ବରୁ ସେ ସୋସାଲ ମିଡିଆରେ ତାଙ୍କ ପିଲାଦିନର ଏକ ଫଟୋ ମଧ୍ୟ ଶେଆର କରିଥିଲେ, ଯାହା ବହୁତ ଭାଇରାଲ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe