Advertisment

ପରଦାରେ ଏକାଠି ହେବେ କରିସ୍ମା ଓ କରୀନା

ମୁମ୍ୱାଇ: ବଲିଉଡ୍‌ରେ ସର୍ବଦା ଲାଇମ୍‌ ଲାଇଟ୍‌ରେ ରହୁଥିବା କପୁର ସିଷ୍ଟର୍ସ କରୀନା କପୁର ଖାନ୍‌ ଓ କରିସ୍ମା କପୁରଙ୍କୁ କେବେ ବି ପରଦାରେ ଏକାଠି ଦେଖିବାକୁ ମିଳିନାହିଁ। କିନ୍ତୁ ସେମାନଙ୍କ ଫ୍ୟାନ୍‌ମାନଙ୍କର ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ କରିସ୍ମା ଓ କରୀନା ୨୦୦୧ରେ ରିଲିଜ୍‌ ହୋଇଥିବା ପିଲ୍ମ ‘ଜୁବୈଦା’ର ସିକ୍ୱେଲ୍‌ ‘ଋତ୍‌ବା’ରେ ଅଭିନୟ କରିବେ। ‘ଜୁବୈଦା’ର ସ୍କ୍ରିପ୍ଟ ଖାଲିଦ ମହମ୍ମଦ ଲେଖିଥିଳେ। ଆଉ ଏବେ ସେ ଏହାର ସିକ୍ୱେଲ୍‌ ପାଇଁ ଯୋଜନା […]

ଅଦ୍ୟତନ ହୋଇଛି
ପରଦାରେ ଏକାଠି ହେବେ କରିସ୍ମା ଓ କରୀନା

kapoor

Advertisment

ମୁମ୍ୱାଇ: ବଲିଉଡ୍‌ରେ ସର୍ବଦା ଲାଇମ୍‌ ଲାଇଟ୍‌ରେ ରହୁଥିବା କପୁର ସିଷ୍ଟର୍ସ କରୀନା କପୁର ଖାନ୍‌ ଓ କରିସ୍ମା କପୁରଙ୍କୁ କେବେ ବି ପରଦାରେ ଏକାଠି ଦେଖିବାକୁ ମିଳିନାହିଁ। କିନ୍ତୁ ସେମାନଙ୍କ ଫ୍ୟାନ୍‌ମାନଙ୍କର ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ କରିସ୍ମା ଓ କରୀନା ୨୦୦୧ରେ ରିଲିଜ୍‌ ହୋଇଥିବା ପିଲ୍ମ ‘ଜୁବୈଦା’ର ସିକ୍ୱେଲ୍‌ ‘ଋତ୍‌ବା’ରେ ଅଭିନୟ କରିବେ।

Advertisment

‘ଜୁବୈଦା’ର ସ୍କ୍ରିପ୍ଟ ଖାଲିଦ ମହମ୍ମଦ ଲେଖିଥିଳେ। ଆଉ ଏବେ ସେ ଏହାର ସିକ୍ୱେଲ୍‌ ପାଇଁ ଯୋଜନା ଆରମ୍ଭ କରିଛନ୍ତି। କରିସ୍ମା ଓ କରୀନାଙ୍କୁ ନେଇ କାହାଣୀ ଲେଖାଯାଉଛି। କରିସ୍ମା ଏଥିରେ କରୀନାଙ୍କ ମାଆ ଭୂମିକାରେ ଅଭିନୟ କରିବେ। କରିସ୍ମାଙ୍କୁ ଫ୍ଲାସ୍‌ବ୍ୟାକ୍‌କୁ ଦେଖାଯିବ ଏବଂ କରୀନା ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ। ଫିଲ୍ମରେ କରିସ୍ମାଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିବ ଓ କରୀନା ଏହି ରହସ୍ୟ ଉପରକୁ ପରଦା ଉଠାଇବେ। ଏହାକୁ ନେଇ ଫିଲ୍ମଟି ଗତିଶୀଳ ହେବ।

https://www.instagram.com/p/B6q9m-cFiQO/?utm_source=ig_web_copy_link

ଏହାକୁ ନେଇ ଖାଲିଦ କହିଛନ୍ତି, “କରିସ୍ମା ଓ କରୀନାଙ୍କୁ ଏହାସଙ୍ଗରେ ସ୍କ୍ରିନ୍‌ରେ ଦେଖିବା ମୋ ପାଇଁ ବହୁତ ଖୁସିର କଥା। ଯଦି କରିସ୍ମା ଓ କରୀନା ଏ ଫିଲ୍ମରେ ଅଭିନୟ କରିବା ପାଇଁ ରାଜି ହେବେ, ତା’ହେଲେ ଫିଲ୍ମଟି ନିଶ୍ଚୟ ତିଆରି କରିବି। ସେହିପରି ଏହି କାହାଣୀ ପାଇଁ ମୁଁ ଏପରି ନିର୍ଦ୍ଦେଶକ ଚାହୁଁଛି, ଯାହାର ଭାବନା ମୋ ସହିତ ମେଳ ଖାଉଥିବ।”

Advertisment

ସୂଚନାଯୋଗ୍ୟ, ୨୦୦୧ରେ ନିର୍ମାଣ ହୋଇଥିବା ଫିଲ୍ମ ‘ଜୁବୈଦା’ରେ କରିସ୍ମା କପୁର, ରେଖା ଓ ମନୋଜ ବାଜପେୟୀ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଶ୍ୟାମ୍‌ ବେନେଗଲ୍‌ ଏହାର ନିର୍ଦ୍ଦେଶନା ଦେଇଥିଲେ। ସେହି ସମୟରେ ବେଷ୍ଟ ଫିଚର୍‌ ଫିଲ୍ମ ଭାବରେ ‘ଜୁବୈଦା’ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe