‘ହିନ୍ଦୀ ମିଡିୟମ-୨’ ଛାଡିଲେ କରୀନା!

ମୁମ୍ବାଇ: ଗତ ବର୍ଷ ମେ ୧୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ହିନ୍ଦି ମିଡିୟମ’ ହିଟ୍‌ ହେବା ପରେ ଏବେ ‘ହିନ୍ଦୀ ମିଡିୟମ-୨’ ନିର୍ମାଣ ହେବାକୁ ଯାଉଛି। ଏଥିରେ ମଧ୍ୟ ଇରଫାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଇରଫାନଙ୍କ ସହ ମୁଖ୍ୟ ନାୟିକା ପାଇଁ କରୀନା କପୁର୍‌ଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ସେ ଏହି ଫିଲ୍ମରେ କାମ କରିବାକୁ ମନା କରି ଦେଇଛନ୍ତି। ଶୁଣିବାକୁ ମିଳୁଛି, କରୀନା ଫିସ୍ ପାଇଁ ଏହି ଫିଲ୍ମ ସାଇନ୍‌ କରିନାହାନ୍ତି। କରୀନା ଏହି […]

f

f

Mihir Pattnayak
  • Published: Saturday, 02 March 2019
  • Updated: 02 March 2019, 05:28 PM IST

Sports

Latest News

ମୁମ୍ବାଇ: ଗତ ବର୍ଷ ମେ ୧୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ହିନ୍ଦି ମିଡିୟମ’ ହିଟ୍‌ ହେବା ପରେ ଏବେ ‘ହିନ୍ଦୀ ମିଡିୟମ-୨’ ନିର୍ମାଣ ହେବାକୁ ଯାଉଛି। ଏଥିରେ ମଧ୍ୟ ଇରଫାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଇରଫାନଙ୍କ ସହ ମୁଖ୍ୟ ନାୟିକା ପାଇଁ କରୀନା କପୁର୍‌ଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ସେ ଏହି ଫିଲ୍ମରେ କାମ କରିବାକୁ ମନା କରି ଦେଇଛନ୍ତି। ଶୁଣିବାକୁ ମିଳୁଛି, କରୀନା ଫିସ୍ ପାଇଁ ଏହି ଫିଲ୍ମ ସାଇନ୍‌ କରିନାହାନ୍ତି।

କରୀନା ଏହି ଫିଲ୍ମରେ ଇରଫାନଙ୍କ ପତ୍ନୀ ଭୂମିକାରେ ନଜର ଆସିଥାନ୍ତେ। ମିଡିଆ ରିପୋର୍ଟ ଅନୁଯାୟୀ କରୀନାଙ୍କୁ ଏହି ଫିଲ୍ମର ସ୍କ୍ରିପ୍ଟ ବହୁତ ପସନ୍ଦ ଆସିଥିଲା। କିନ୍ତୁ ଫିଲ୍ମର ପ୍ରଯୋଜକଙ୍କ ସହ ତାଙ୍କ ଫିସ୍‌କୁ ନେଇ ଟଣାଓଟରା ପରିସ୍ଥିତି ହୋଇଥିଲା। କରୀନା ଫିଲ୍ମ ପାଇଁ ୮ କୋଟି ଟଙ୍କା ଫିସ୍‌ ମାଗିଥିଲେ। କିନ୍ତୁ ପ୍ରଯୋଜକ ୫ କୋଟି ଟଙ୍କାରୁ ଅଧିକ ଫିସ୍‌ ଦେବା ଲାଗି ରାଜି ହୋଇ ନ ଥିଲେ। ତେଣୁ ସେ ଫିଲ୍ମ ପାଇଁ ମନା କରିଦେଇଥିଲେ।
ଏଥିପାଇଁ କରୀନାକପୁର୍‌ଙ୍କୁ ରିପ୍ଲେସ୍‌ କରିବା ପାଇଁ  ନୂଆ ନାୟିକା ଖୋଜା ଚାଲିଥିବା ବେଳେ । ଶୁଣିବାକୁ ମିଳୁଛି ରାଧିକା ଅପ୍‌ଟେ କରୀନା କପୁରଙ୍କୁ ରିପ୍ଲେସ୍‌ କରିବାକୁ ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos