Advertisment

ଚର୍ଚ୍ଚାରେ କରୀନାଙ୍କ ସ୍ନେକ୍‌ ଚୋକର୍: ଦାମ୍‌ ଲଗ୍‌ଜରି କାର୍‌ଠୁ ବି ଅଧିକ

ମୁମ୍ବାଇ: ବଲିଉଡ୍‌ର ହଟ୍‌ ମମ୍ କରୀନା କପୁର ଖାନ୍‌ ବଲିଉଡରେ ଜଣେ ଚର୍ଚ୍ଚିତ ଚେହେରା। ସେ ନିଜ ଅଭିନୟ ଓ ବୋଲ୍ଡ ଅନ୍ଦାଜ୍‌ ପାଇଁ ଦର୍ଶକଙ୍କ ହୃଦୟରେ ରାଜ୍‌ କରନ୍ତି। କରୀନା ଏବେ ରିଆଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ଜଜ୍‌ ଅଛନ୍ତି। ଶୋ’ରେ ତାଙ୍କ ଫ୍ୟାଶନ୍‌ର ଜଲୱା ସମସ୍ତଙ୍କୁ ବେଶ୍ ପସନ୍ଦ ଆସୁଛି। ସବୁଥର ପରି ଶୋ’ର ଗ୍ରାଣ୍ଡଫିନାଲେରେ ମଧ୍ୟ ତାଙ୍କ ଷ୍ଟାଇଲ୍‌ ଥିଲା ଏକଦମ୍‌ ହଟ୍‌କେ। https://www.instagram.com/p/B21o1ijlh_w/?utm_source=ig_web_copy_link ଫିନାଲେ ଏପିସୋଡ୍‌ରେ କରୀନାଙ୍କ ଲୁକ୍‌ ସୋଶାଲ୍‌ […]

ଅଦ୍ୟତନ ହୋଇଛି
ଚର୍ଚ୍ଚାରେ କରୀନାଙ୍କ ସ୍ନେକ୍‌ ଚୋକର୍: ଦାମ୍‌ ଲଗ୍‌ଜରି କାର୍‌ଠୁ ବି ଅଧିକ

bebo

Advertisment

ମୁମ୍ବାଇ: ବଲିଉଡ୍‌ର ହଟ୍‌ ମମ୍ କରୀନା କପୁର ଖାନ୍‌ ବଲିଉଡରେ ଜଣେ ଚର୍ଚ୍ଚିତ ଚେହେରା। ସେ ନିଜ ଅଭିନୟ ଓ ବୋଲ୍ଡ ଅନ୍ଦାଜ୍‌ ପାଇଁ ଦର୍ଶକଙ୍କ ହୃଦୟରେ ରାଜ୍‌ କରନ୍ତି। କରୀନା ଏବେ ରିଆଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ଜଜ୍‌ ଅଛନ୍ତି। ଶୋ’ରେ ତାଙ୍କ ଫ୍ୟାଶନ୍‌ର ଜଲୱା ସମସ୍ତଙ୍କୁ ବେଶ୍ ପସନ୍ଦ ଆସୁଛି। ସବୁଥର ପରି ଶୋ’ର ଗ୍ରାଣ୍ଡଫିନାଲେରେ ମଧ୍ୟ ତାଙ୍କ ଷ୍ଟାଇଲ୍‌ ଥିଲା ଏକଦମ୍‌ ହଟ୍‌କେ।

Advertisment

https://www.instagram.com/p/B21o1ijlh_w/?utm_source=ig_web_copy_link

ଫିନାଲେ ଏପିସୋଡ୍‌ରେ କରୀନାଙ୍କ ଲୁକ୍‌ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେଉଛି। ନିଜ ଗର୍ଜିୟସ୍‌ ଲୁକ୍‌ରେ ସମସ୍ତଙ୍କୁ ଦିୱାନା କରିଦେଇଛନ୍ତି ବେବୋ। ତାଙ୍କ ଲୁକ୍‌ରେ ସବୁଠୁ ବେଶୀ ଦୃଷ୍ଟି ଆକର୍ଷଣ କରୁଛି ତାଙ୍କର ଡାଇମଣ୍ଡ ସ୍ନେକ୍‌ ଚୋକର୍‌। କରୀନାଙ୍କ ଏହି ନେକ୍‌ପିସ୍‌କୁ ନେଇ ଏବେ ପୂରା ବି-ଟାଉନ୍‌ରେ ଚର୍ଚ୍ଚା। ସେ ଲାଇଟ୍‌ ପିଙ୍କ୍ କଲର୍‌ର ଏକ ବଲୁନ୍‌ ସ୍ଲିଭ୍ ବଡି ହ୍ୟାଂଗିଙ୍ଗ୍ ଡ୍ରେସ୍‌ ପିନ୍ଧିଛନ୍ତି। ଏହି ଡ୍ରେସ୍‌ ସହ ତାଙ୍କ ସ୍ନେକ୍‌ ଚୋକର୍‌ ବେଶ୍‌ କ୍ଲାସି ଲୁକ୍‌ ଦେଉଛି।

https://www.instagram.com/p/B21o7VlF2Pb/?utm_source=ig_web_copy_link

କରୀନାଙ୍କର ଏହି ସ୍ନେକ୍‌ ଚୋକର୍‌ର ଦାମ୍‌ ଜାଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ସୂଚନା ଅନୁଯାୟୀ ଏହି ନେକ୍‌ପିସ୍‌ର ମୂଲ୍ୟ ୩୮ ଲକ୍ଷ ଟଙ୍କା। ଏହା କୌଣସି ଏକ ଲଗ୍‌ଜରି କାର୍‌ର ଦାମ୍‌ଠୁ ବି ଅଧିକ।

Advertisment

କରୀନାଙ୍କ ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ୍ ୭’ର ଗ୍ରାଣ୍ଡ ଫିନାଲେରେ ତାଙ୍କ ସେଲେବ୍ରିଟି ଫ୍ରେଣ୍ଡ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ମଧ୍ୟ ଆସିଥିଲେ। ପ୍ରିୟଙ୍କା ଶୋ’ରେ ତାଙ୍କ ଅପକମିଂ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ୍’ର ପ୍ରମୋଶନ୍ କରିବାକୁ ଆସିଥିଲେ। ପ୍ରିୟଙ୍କା ଓ କରୀନା ଶୋ'ରେ ବହୁତ ମସ୍ତି କରିଥିଲେ, ଯାହାର ଭିଡିଓ ମଧ୍ୟ ଭାଇରାଲ୍‌ ହେଉଛି।

https://www.instagram.com/p/B22KdThnLF4/?utm_source=ig_web_copy_link

https://www.instagram.com/p/B22BaDHpaW9/?utm_source=ig_web_copy_link

ସୂଚନାଯୋଗ୍ୟ, କରୀନା ଆଗକୁ ରାଜ୍‌ ମେହେତାଙ୍କ ଫିଲ୍ମ ‘ଗୁଡ୍‌ ନ୍ୟଜ୍’ରେ ନଜର ଆସିବେ। ଫିଲ୍ମରେ କରୀନାଙ୍କ ବ୍ୟତୀତ ଅକ୍ଷୟ କୁମାର, କିୟାରା ଆଡଭାନୀ ଓ ଦଲଜିତ୍ ଦୋସାଞ୍ଜଙ୍କୁ ମଧ୍ୟ ଦେଖିବାକୁମିଳିବ। ଏହା ଡିସେମ୍ବର ୨୭ରେ ପରଦା ଉପରକୁ ଆସିବ। ଏହି ଫିଲ୍ମ ବ୍ୟତୀତ କରୀନା ଆଗକୁ ଆହୁରି ୨ଟି ଫିଲ୍ମ ‘ଇଂରାଜୀ ମିଡିୟମ୍’ ଓ ‘ଲାଲ୍‌ ସିଂହ ଚଡା’ରେ ନିଜର ଆସିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe