Advertisment

ବେବୋଙ୍କୁ କ୍ୱାରେଣ୍ଟାଇନ୍ ଗିଫ୍ଟ ଦେଲେ ସୈଫ୍-ତୈମୁର

ମୁମ୍ବାଇ: ଲକଡାଉନ ପାଇଁ ଏବେ ସମସ୍ତେ ଘରେ ରହୁଛନ୍ତି। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଲିଉଡ କଳାକାରମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଘରେ ରହି ସମୟ ବିତାଉଛନ୍ତି। ଏଣୁ ଅନେକ ସମୟ ମିଳୁଥିବାରୁ ଵଲିଉଡ୍ କଳାକାରମାନେ ସୋଶାଲ ମିଡିଆରେ ପ୍ରାୟ ସକ୍ରିୟ ରହୁଥିବାର ଦେଖିବାକୁ ମିଳୁଛି। ଆଉ ଫ୍ୟାନମାନେ ମଧ୍ୟ ଘରେ ରହି ନିଜ ମନପସନ୍ଦର ତାରକାମାନଙ୍କ ଅପଡେଟ୍ସ ସୋଶାଲ ମିଡିଆରେ ପାଇପାରୁଛନ୍ତି।  https://www.instagram.com/p/B_H3j9CJWf8/?igshid=d084siwtonzf ନିକଟରେ ବେଵୋ ମାନେ କରୀନା କପୁର ଖାନ୍ ସୋଶାଲ ମିଡିଆରେ ସ୍ୱାମୀ […]

author-image
Biswobandita Swain
ବେବୋଙ୍କୁ କ୍ୱାରେଣ୍ଟାଇନ୍ ଗିଫ୍ଟ ଦେଲେ ସୈଫ୍-ତୈମୁର

saif kareena

ମୁମ୍ବାଇ: ଲକଡାଉନ ପାଇଁ ଏବେ ସମସ୍ତେ ଘରେ ରହୁଛନ୍ତି। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଲିଉଡ କଳାକାରମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଘରେ ରହି ସମୟ ବିତାଉଛନ୍ତି। ଏଣୁ ଅନେକ ସମୟ ମିଳୁଥିବାରୁ ଵଲିଉଡ୍ କଳାକାରମାନେ ସୋଶାଲ ମିଡିଆରେ ପ୍ରାୟ ସକ୍ରିୟ ରହୁଥିବାର ଦେଖିବାକୁ ମିଳୁଛି। ଆଉ ଫ୍ୟାନମାନେ ମଧ୍ୟ ଘରେ ରହି ନିଜ ମନପସନ୍ଦର ତାରକାମାନଙ୍କ ଅପଡେଟ୍ସ ସୋଶାଲ ମିଡିଆରେ ପାଇପାରୁଛନ୍ତି। 

Advertisment

https://www.instagram.com/p/B_H3j9CJWf8/?igshid=d084siwtonzf

ନିକଟରେ ବେଵୋ ମାନେ କରୀନା କପୁର ଖାନ୍ ସୋଶାଲ ମିଡିଆରେ ସ୍ୱାମୀ ସୈଫ୍ ଅଲୀ ଖାନ୍ ଏବଂ ପୁଅ ତୈମୁର ଅଲୀ ଖାନଙ୍କ କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ବାପା-ପୁଅ ଦୁହେଁ କାନ୍ଥରେ ପେଣ୍ଟିଂ କରୁଥିବାର ଦେଖିବାକୁ ମିଳିଛି। ସୈଫ ବାଲକୋନି କାନ୍ଥରେ ଫୁଲ ଅଙ୍କୁଥିବା ଦେଖିବାକୁ ମିଳିଛି।  ଫଟୋର କ୍ୟାପସନରେ କରୀନା ଲେଖିଛନ୍ତି, “ଯେତେବେଳେ ସୈଫ୍ ମତେ କହିଥିଲେ ମୁଁ ତୁମ ପାଇଁ ଫୁଲ ନେଇ ଆସିଛି ସେ ସମୟରେ ମୋ ମନରେ ଅଲଗା ଭାବନା ଆସିଥିଲା।  ତାଙ୍କ କ୍ୱାରେଣ୍ଟାଇନ୍ ଗିଫ୍ଟ ଏପରି ଥିଲା।”

https://www.instagram.com/p/B_H7Z8yJJzL/?igshid=1k33dmrstlnqa

ଏହାପରେ କରୀନା ପୁଅ ତୈମୁରଙ୍କ ଫଟୋ ଶେୟାର କରିଥିଲେ। ତୈମୁରଙ୍କ ଫଟୋରେ କରିନା ଲେଖିଛନ୍ତି, କୌଣସି କାନ୍ଥ ତୁମର ରଚନାତ୍ମକତାକୁ ରୋକି ପାରିବ ନାହିଁ।” 

Advertisment