Advertisment

କପିଲ୍‌ ଦେବଙ୍କ ସହ କ୍ରିକେଟ୍‌ ଖେଳିଲେ କରୀନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ରିଆଲିଟି ଶୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ୭’ର ଜଜ୍ ଅଛନ୍ତି। ବଡ଼ ପରଦାରୁ ଛୋଟ ପରଦାକୁ ଆସି ବେବୋ ବେଶ୍ ଖୁସି ଅଛନ୍ତି। ଜଜ୍ ଭାବେ ନିଜ ଦାୟିତ୍ୱ ନିର୍ବାହ କରିବା ସହିତ ସେଟ୍‌ରେ ସେ ସମସ୍ତଙ୍କ ସହିତ ଖୁବ୍ ମଜାମସ୍ତି ମଧ୍ୟ କରୁଛନ୍ତି। ନିକଟରେ ତାଙ୍କୁ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସେଟ୍‌’ରେ କ୍ରିକେଟର୍‌ କପିଲ୍‌ ଦେବଙ୍କ ସହ ମଜାମସ୍ତି କରିବାର ଦେଖିବାକୁ ମିଳିଥିଲା। ସେଟ୍‌ରେ ସେ କପିଲ୍‌ […]

author-image
Biswobandita Swain
ଅଦ୍ୟତନ ହୋଇଛି
କପିଲ୍‌ ଦେବଙ୍କ ସହ କ୍ରିକେଟ୍‌ ଖେଳିଲେ କରୀନା

415231-kareena

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ରିଆଲିଟି ଶୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ୭’ର ଜଜ୍ ଅଛନ୍ତି। ବଡ଼ ପରଦାରୁ ଛୋଟ ପରଦାକୁ ଆସି ବେବୋ ବେଶ୍ ଖୁସି ଅଛନ୍ତି। ଜଜ୍ ଭାବେ ନିଜ ଦାୟିତ୍ୱ ନିର୍ବାହ କରିବା ସହିତ ସେଟ୍‌ରେ ସେ ସମସ୍ତଙ୍କ ସହିତ ଖୁବ୍ ମଜାମସ୍ତି ମଧ୍ୟ କରୁଛନ୍ତି। ନିକଟରେ ତାଙ୍କୁ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସେଟ୍‌’ରେ କ୍ରିକେଟର୍‌ କପିଲ୍‌ ଦେବଙ୍କ ସହ ମଜାମସ୍ତି କରିବାର ଦେଖିବାକୁ ମିଳିଥିଲା। ସେଟ୍‌ରେ ସେ କପିଲ୍‌ ଦେବଙ୍କ ସହ କ୍ରିକେଟ୍‌ ଖେଳିଥିଲେ। ଆଉ ଏହାର ଏକ ଭିଡିଓ ଏବେ ଭାଇରାଲ୍ ହେଉଛି। କେବଳ ଏତିକି ନୁହେଁ, ଏହି ଭିଡିଓରେ ସେ କପିଲ୍‌ ଦେବଙ୍କ ଠାରୁ ଅଟୋଗ୍ରାଫ୍‌ ମଧ୍ୟ ଆଣିବାର ଦେଖିବାକୁ ମିଳିଛି। ଅବଶ୍ୟ ସେ ଏହି ଅଟୋଗ୍ରାଫ୍‌ ତାଙ୍କ ପୁଅ ତୈମୁରଙ୍କ ପାଇଁ ଆଣିଥିଲେ।

Advertisment

publive-image

କରୀନା କହିଥିଲେ ଯେ, ତାଙ୍କର ଇଚ୍ଛା ଅଛି ତୈମୁର ଜଣେ ଭଲ କ୍ରିକେଟର୍ ହେଉ। ସୂଚନାଯୋଗ୍ୟ, ତୈମୁରଙ୍କ ଜେଜେ ଅର୍ଥାତ୍ କରୀନାଙ୍କ ଶ୍ୱଶୁର ମନସୂର ଅଲ୍ଲୀ ଖାନ୍ ପଟୌଦି ବି ଜଣେ କ୍ରିକେଟ୍‌ର ଥିଲେ। ସେ ଟିମ୍ ଇଣ୍ଡିଆର ଅଧିନାୟକ ବି ଥିଲେ। ସେ ଦେଶ ପାଇଁ ୪୬ଟି ଟେଷ୍ଟ୍ ଖେଳିଥିଲେ।

https://twitter.com/ZEE5India/status/1159349847029194752

କରୀନା ଏବେ ଟେଲିଭିଜନ୍‌ ରିଆଲିଟି ଶୋ’ ସହିତ ତାଙ୍କର ଆଗାମୀ ଫିଲ୍ମ ‘ଅଂଗ୍ରେଜି ମିଡିଅମ୍‌’ ପାଇଁ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଇର୍‌ଫାନ୍ ଖାନ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।

Advertisment