Advertisment

ସଲ୍‌ମାନ୍‌ଙ୍କୁ ଏମିତି ସମାଲୋଚନା କଲେ କରୀନା

ମୁମ୍ବାଇ: କରୀନା କପୁର ଖାନ୍‌ ନିଜର ସ୍ପଷ୍ଟବାଦିତା ଗୁଣ ପାଇଁ ବେଶ୍‌ ଜଣାଶୁଣା। ଉଚିତ୍‌ କଥାରେ ମୁହଁ ଖୋଲିବାକୁ ସେ କାହାକୁ ଡରନ୍ତି ନାହିଁ। ନିକଟରେ ତାଙ୍କର ଏକ ସାକ୍ଷାତକାର ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ଯେଉଁଥିରେ ସେ ତିନି ଖାନ୍‌, ସଲ୍‌ମାନ୍‌, ଶାହାରୁଖ୍‌ ଓ ଆମୀରଙ୍କ ବିଷୟରେ ମନ୍ତବ୍ୟ ଦେଇଛନ୍ତି। ଏହି ସାକ୍ଷାତକାରରେ ସୁପରଷ୍ଟାର୍‌ ସଲ୍‌ମାନ ଖାନ୍‌ଙ୍କୁ ସମାଲୋଚନା କରି କରୀନା କିଛି ଟିପ୍ପଣୀ ଦେଇଥିଲେ। କରୀନା କହିଥିଲେ, ‘‘ମୁଁ ସଲ୍‌ମାନ୍‌ ଖାନ୍‌ଙ୍କ ଫ୍ୟାନ୍‌ […]

author-image
Sangita Sahoo
ଅଦ୍ୟତନ ହୋଇଛି
ସଲ୍‌ମାନ୍‌ଙ୍କୁ ଏମିତି ସମାଲୋଚନା କଲେ କରୀନା

salmaaan

ମୁମ୍ବାଇ: କରୀନା କପୁର ଖାନ୍‌ ନିଜର ସ୍ପଷ୍ଟବାଦିତା ଗୁଣ ପାଇଁ ବେଶ୍‌ ଜଣାଶୁଣା। ଉଚିତ୍‌ କଥାରେ ମୁହଁ ଖୋଲିବାକୁ ସେ କାହାକୁ ଡରନ୍ତି ନାହିଁ। ନିକଟରେ ତାଙ୍କର ଏକ ସାକ୍ଷାତକାର ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ଯେଉଁଥିରେ ସେ ତିନି ଖାନ୍‌, ସଲ୍‌ମାନ୍‌, ଶାହାରୁଖ୍‌ ଓ ଆମୀରଙ୍କ ବିଷୟରେ ମନ୍ତବ୍ୟ ଦେଇଛନ୍ତି।

Advertisment

ଏହି ସାକ୍ଷାତକାରରେ ସୁପରଷ୍ଟାର୍‌ ସଲ୍‌ମାନ ଖାନ୍‌ଙ୍କୁ ସମାଲୋଚନା କରି କରୀନା କିଛି ଟିପ୍ପଣୀ ଦେଇଥିଲେ।

କରୀନା କହିଥିଲେ, ‘‘ମୁଁ ସଲ୍‌ମାନ୍‌ ଖାନ୍‌ଙ୍କ ଫ୍ୟାନ୍‌ ନୁହେଁ। ମୁଁ ତାଙ୍କୁ ଆଦୌ ପସନ୍ଦ କରେ ନାହିଁ। ସେ ବି ଜଣେ ଭଲ ଅଭିନେତା ନୁହନ୍ତି। ସେ ସବୁବେଳେ ଗୋଟିଏ ପ୍ରକାର ଅଭିନୟ କରନ୍ତି।’’

Advertisment

karina3ତା'ପରେ କରୀନା ଶାହାରୁଖ୍‌ ଖାନ୍‌ଙ୍କ ବିଷୟରେ ଟିପ୍ପଣୀ ଦେଇ କହିଥିଲେ, "ମୁଁ ତାଙ୍କୁ ଖୁବ୍‌ ଭଲପାଏ। ମତେ  ତାଙ୍କ ବିଷୟରେ ନ ପଚାରିବା ଭଲ। ଶାହାରୁଖ୍‌ଙ୍କ ଅଭିନୟ ଖୁବ୍‌ ଉଚ୍ଚକୋଟୀର। ମୁଁ ସବୁବେଳେ ଦୁଇ ଜଣ ଅଭିନେତାଙ୍କୁ ପ୍ରଶଂସା କରେ। ଜଣେ ହେଉଛନ୍ତି  ଅମିତାଭ୍‌ ବଚ୍ଚନ ଆଉ ଜଣେ ହେଉଛନ୍ତି ଶାହାରୁଖ୍‌ ଖାନ୍।

amir9ତେବେ ଏହି ସାକ୍ଷାତକାରରେ କରୀନା ଅମୀର ଖାନ୍‌ଙ୍କୁ ବି ଅଳ୍ପ ତାରିଫ୍‌ କରିଥିଲେ। କରୀନା କହିଥିଲେ ଯେ, ଆମୀରଙ୍କୁ ବି ସେ ପସନ୍ଦ କରନ୍ତି। ‘ହମ୍‌ ହୈ କହି ପ୍ୟାର୍‌କି’ ଏବଂ ‘କୟାମତ୍‌ ସେ କୟାମତ୍‌ ତକ୍‌’ ଫିଲ୍ମରେ ଆମୀରଙ୍କ ଅଭିନୟ ତାଙ୍କୁ ବେଶ ଛୁଇଁ ପାରିଥିଲା।