Advertisment

ନୂଆ ରୋଲ୍‌ରେ ବେବୋ

ମୁମ୍ବାଇ: ବଲିଉଡ୍‌ର ‘ବେବୋ’ ମାନେ କରୀନା କପୁର ଖାନ୍‌ଙ୍କର ଏକ ନୂଆ ଫିଲ୍ମ ଆସୁଛି। ଏହାର ନାଁ ‘ଅଂଗ୍ରେଜି ମିଡିୟମ୍‌’। ଆଉ ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ଜଣେ ପୁଲିସ୍ ଅଫିସର୍‌ ଭୂମିକାରେ ଅଭିନୟ କରୁଛନ୍ତି। ଇତି ମଧ୍ୟରେ ତାଙ୍କର ଫଟୋ ସାମ୍ନାକୁ ଆସିଛି। ଏହି ଫଟୋଟି ‘ଅଂଗ୍ରେଜି ମିଡିୟମ୍‌’ ଫିଲ୍ମ ଶୁଟିଂ ବେଳର। କେହି ଜଣେ ଫ୍ୟାନ୍ ଫଟୋଟିକୁ ଉଠାଇ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି। https://www.instagram.com/p/BzVWRjwDIHk/?utm_source=ig_web_copy_link ଏହି ଫଟୋରେ କରୀନା ଏକ […]

ଅଦ୍ୟତନ ହୋଇଛି
ନୂଆ ରୋଲ୍‌ରେ ବେବୋ

kkhan

Advertisment

ମୁମ୍ବାଇ: ବଲିଉଡ୍‌ର ‘ବେବୋ’ ମାନେ କରୀନା କପୁର ଖାନ୍‌ଙ୍କର ଏକ ନୂଆ ଫିଲ୍ମ ଆସୁଛି। ଏହାର ନାଁ ‘ଅଂଗ୍ରେଜି ମିଡିୟମ୍‌’। ଆଉ ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ଜଣେ ପୁଲିସ୍ ଅଫିସର୍‌ ଭୂମିକାରେ ଅଭିନୟ କରୁଛନ୍ତି। ଇତି ମଧ୍ୟରେ ତାଙ୍କର ଫଟୋ ସାମ୍ନାକୁ ଆସିଛି। ଏହି ଫଟୋଟି ‘ଅଂଗ୍ରେଜି ମିଡିୟମ୍‌’ ଫିଲ୍ମ ଶୁଟିଂ ବେଳର। କେହି ଜଣେ ଫ୍ୟାନ୍ ଫଟୋଟିକୁ ଉଠାଇ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି।

Advertisment

https://www.instagram.com/p/BzVWRjwDIHk/?utm_source=ig_web_copy_link

ଏହି ଫଟୋରେ କରୀନା ଏକ ବ୍ରାଉନ୍ ଟପ୍ ଓ ଡେନିମ୍ ଜିନ୍ସ ସହିତ ବୁଟ୍‌ ପିନ୍ଧିଛନ୍ତି। ଏହି ଲୁକ୍‌ରେ ସେ ବେଶ୍ ଷ୍ଟାଇଲିଶ୍‌ ଦେଖାଯାଉଛନ୍ତି। ଏଥିରୁ ଜଣାପଡ଼ୁଛି, ସେ ଏହି ଫିଲ୍ମରେ ଜଣେ ଷ୍ଟାଇଲିଶ୍‌ ପୁଲିସ୍ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି।

ନିଜ ନୂଆ ରୋଲ୍ ସଂପର୍କରେ ଏ ନ୍ୟୁଜ୍ ଚ୍ୟାନେଲ୍‌କୁ ଦେଇଥିବା ସାକ୍ଷାତକାରରେ କରୀନା କହିଛନ୍ତି,“ଏହା ଏକ ଛୋଟ ରୋଲ୍‌। କିନ୍ତୁ ମୁଁ ମୋ କଂଫୋର୍ଟ ଜୋନ୍ ଭିତରୁ ବାହାରି କିଛି ଅଲଗା ଚରିତ୍ରରେ ଅଭିନୟ କରିବା ପାଇଁ ଚାହୁଁଥିଲି।”

Advertisment

angreji2‘ଅଂଗ୍ରେଜି ମିଡିୟମ୍‌’ ହେଉଛି ୨୦୧୬ରେ ରିଲିଜ୍ ହୋଇଥିବା ‘ହିନ୍ଦୀ ମିଡିୟମ୍‌’ର ସିକ୍ୱେଲ୍‌। ‘ହିନ୍ଦୀ ମିଡିୟମ୍‌’ରେ ଇର୍‌ଫାନ୍ ଖାନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ‘ଅଂଗ୍ରେଜି ମିଡିୟମ୍‌’ରେ ମଧ୍ୟ ଲିଡ୍‌ ରୋଲ୍‌ରେ ଅଭିନୟ କରୁଛନ୍ତି।

ନ୍ୟୁରୋଏଣ୍ଡ୍ରୋକ୍ରାଇନ୍‌ ଟ୍ୟୁମର ରୋଗରେ ପୀଡ଼ିତ ହୋଇ ବିଦେଶରେ ଚିକିତ୍ସିତ ହୋଇ ଫେରିବା ପରେ ଇର୍‌ଫାନ୍‌ଙ୍କର ଏହା ହେଉଛି ପ୍ରଥମ ଫିଲ୍ମ। ତାଙ୍କ ସହିତ ଏହି ଫିଲ୍ମରେ ରାଧିକା ମଦାନ ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe