Advertisment

ନିଜଠୁ ସାନ ଅଭିନେତାଙ୍କ ସହ ରୋମାନ୍ସ କରିବାକୁ ଚାହାଁନ୍ତି କରୀନା

ମୁମ୍ବାଇ: ଗତକାଲି ଫିଲ୍ମି ଫ୍ରାଇଡେରେ ପରଦାକୁ ଆସିଛି କରୀନା କପୁରଙ୍କ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’। ଏହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି।  ଫିଲ୍ମଟି ଭଲ ଓପନିଂ ମଧ୍ୟ କରିଛି। କରୀନା ଏଥିରେ ଜଣେ ଗର୍ଭବତୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। କରୀନା ପାଖାପାଖି ୨୦ ବର୍ଷ ହେଲାଣି ବଲିଉଡ୍‌ରେ ନିଜର ଜଲୱା ଦେଖାଉଛନ୍ତି।  ସେ ପ୍ରାୟ ସବୁ  ପ୍ରକାରର ଭୂମିକା କରିସାରିଲେଣି। କରୀନା ସବୁବେଳେ କିଛି ହଟ୍‌କେ ଅନ୍ଦାଜରେ ପରଦାକୁ ଆସନ୍ତି। ଆଉ ଏବେ ସେ ପୁଣି କିଛି […]

ଅଦ୍ୟତନ ହୋଇଛି
ନିଜଠୁ ସାନ ଅଭିନେତାଙ୍କ ସହ ରୋମାନ୍ସ କରିବାକୁ ଚାହାଁନ୍ତି କରୀନା

kareena

Advertisment

ମୁମ୍ବାଇ: ଗତକାଲି ଫିଲ୍ମି ଫ୍ରାଇଡେରେ ପରଦାକୁ ଆସିଛି କରୀନା କପୁରଙ୍କ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’। ଏହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି।  ଫିଲ୍ମଟି ଭଲ ଓପନିଂ ମଧ୍ୟ କରିଛି। କରୀନା ଏଥିରେ ଜଣେ ଗର୍ଭବତୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। କରୀନା ପାଖାପାଖି ୨୦ ବର୍ଷ ହେଲାଣି ବଲିଉଡ୍‌ରେ ନିଜର ଜଲୱା ଦେଖାଉଛନ୍ତି।  ସେ ପ୍ରାୟ ସବୁ  ପ୍ରକାରର ଭୂମିକା କରିସାରିଲେଣି। କରୀନା ସବୁବେଳେ କିଛି ହଟ୍‌କେ ଅନ୍ଦାଜରେ ପରଦାକୁ ଆସନ୍ତି। ଆଉ ଏବେ ସେ ପୁଣି କିଛି ନୂଆ ଟ୍ରାଏ କରିବାକୁ ଚାହୁଁଛନ୍ତି।

Advertisment

https://www.instagram.com/p/B5kawoxldon/?utm_source=ig_web_copy_link

https://www.instagram.com/p/B51mNv4FBe7/?utm_source=ig_web_copy_link

ଏକ ସାକ୍ଷାତ୍‌କାରରେ କରୀନା କହିଥିଲେ, “ଯେବେ ମୁଁ ବୁଢ଼ୀ ହେଇଯିବି ସେବେ ମୁଁ ଏଭଳି ଏକ ରୋଲ୍‌ ପ୍ଲେ କରିବାକୁ ଚାହିଁ ବି ଯେଉଁଥିରେ ଜଣେ ଅଧିକ ବୟସର ମହିଳା ନିଜଠୁ କମ୍‌ ବୟସର ପୁଅ ସହ ରୋମାନ୍ସ କରୁଥିବ।’ ତେବେ ଏଥିରୁ ଜଣାପଡ଼ୁଛି ଯେ କରୀନା ନିଜଠୁ ସାନ ଅଭିନେତା ସହ ଫିଲ୍ମ କରିବାକୁ ଚାହୁଁଛନ୍ତି। ତାଙ୍କ କଥାରୁ ସ୍ପଷ୍ଟ ଜଣାପଡ଼ିଯାଉଛି ଯେ ବଲିଉଡ୍‌ରେ ଏବେ ଯେଉଁ ୟଙ୍ଗ ଟ୍ୟାଲେଣ୍ଟମାନେ ଧୂମ ମଚାଉଛନ୍ତି ସେମାନଙ୍କ ସହ କରୀନା ସ୍କ୍ରିନ୍‌ ଶେୟାର କରିବାକୁ ଚାହୁଁଛନ୍ତି। କରୀନା ଆଗକୁ କହିଥିଲେ, ‘ଅଲଗା ଅଲଗା ଜେନେରେଶନ୍‌ର ଲୋକ ପ୍ରେମରେ ପଡ଼ନ୍ତି। ଆପଣ ପ୍ରିୟଙ୍କା ଓ ନିକ୍‌ ଜୋନସ୍‌ଙ୍କୁ ହିଁ ଦେଖିନିଅନ୍ତୁ। ମୁଁ ଓ ସୈଫ୍‌ ମଧ୍ୟ ଦୁଇଟି ଅଲଗା ଜେନେରେଶନ୍‌ର। ଏହା କୌଣସି ବଡ଼ କଥା ନୁହେଁ। ଏବଂ ପ୍ରଯୋଜକମାନଙ୍କୁ ମଧ୍ୟ ନିଜ ଚିନ୍ତାଧାରା ବଦଳାଇବାକୁ ହେବ।’

https://www.instagram.com/p/B6SFx9gFG6-/?utm_source=ig_web_copy_link

ସୂଚନାଯୋଗ୍ୟ, ନିକଟରେ ଏହିଭଳି ଏକ କାହାଣୀ ଥିବା ଫିଲ୍ମ ’ଶିମ୍ଲା ମିର୍ଚ୍ଚ’ର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ହେମା ମାଳିନୀ ପୁଣିଥରେ ବଲିଉଡ୍‌କୁ କମ୍‌ ବ୍ୟାକ୍‌ କରୁଛନ୍ତି। ଏଥିରେ ସେ ନିଜଠୁ ୩୬ ବର୍ଷ କମ୍‌ ବୟସର ପୁଅ ସହ ପ୍ରେମରେ ପଡ଼ିଯାଉଛନ୍ତି। ଏହି ଫିଲ୍ମଟିକୁ ରମେଶ ସିପ୍ପି ପ୍ରଡ୍ୟୁସ୍‌ କରୁଛନ୍ତି। ଫିଲ୍ମର ଟ୍ରେଲର୍‌କୁ ଦର୍ଶକଙ୍କ ଭଲ ରେସ୍‌ପନ୍ସ ମଧ୍ୟ ମିଲୁଛି। ଏହା ଜାନୁଆରୀ ୩ରେ ପରଦାକୁ ଆସିବ।

Advertisment

https://www.instagram.com/p/B52XC64FUsy/?utm_source=ig_web_copy_link

ଅନ୍ୟପଟେ କରୀନାଙ୍କ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ଗତ ୨୭ରେ ପରଦାକୁ ଆସିଛି। ବକ୍ସ ଅଫିସ୍‌ରେ ଏହା ୧୮ କୋଟି ଟଙ୍କା ସହ ବମ୍ପର ଓପନିଂ କରିଛି। ଫିଲ୍ମରେ କରୀନାଙ୍କ ବ୍ୟତୀତ ଅକ୍ଷୟ କୁମାର୍, କିୟାରା ଆଡଭାନୀ ଓ ଦଲ୍‌ଜିତ୍‌ ଦୋସାଞ୍ଝ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe