Advertisment

ପ୍ରଯୋଜକ କରିମ୍ ମୋରାନିଙ୍କ ଦ୍ୱିତୀୟ ଝିଅ ବି କରୋନା ପଜିଟିଭ୍

ମୁମ୍ବାଇ: ଫିଲ୍ମ ନିର୍ମାତା କରିମ୍ ମୋରାନିଙ୍କ ଝିଅ ଶାଜା କରୋନା ପଜିଟିଭ୍ ବୋଲି ଗତ ରବିବାର ଜଣାପଡ଼ିବା ପରେ, ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଟେଷ୍ଟ ପାଇଁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସମସ୍ତଙ୍କ କରୋନା ପରୀକ୍ଷା କରାଯାଇଥିଲା, ଯେଉଁଥିରେ କରିମଙ୍କ ଦ୍ୱିତୀୟ ଝିଅ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। https://www.instagram.com/p/B8f9YqNBuDK/?utm_source=ig_web_copy_link କରିମ୍ ନିଜେ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ତାଙ୍କ ଦୁଇ ଝିଅ ଶାଜା ମୋରାନି ଓ ଜୋଆ ମୋରାନି କରୋନା ପଜିଟିଭ୍। ଦୁଇ ଭଉଣୀଙ୍କୁ […]

ପ୍ରଯୋଜକ କରିମ୍ ମୋରାନିଙ୍କ ଦ୍ୱିତୀୟ ଝିଅ ବି କରୋନା ପଜିଟିଭ୍

karim

Advertisment

ମୁମ୍ବାଇ: ଫିଲ୍ମ ନିର୍ମାତା କରିମ୍ ମୋରାନିଙ୍କ ଝିଅ ଶାଜା କରୋନା ପଜିଟିଭ୍ ବୋଲି ଗତ ରବିବାର ଜଣାପଡ଼ିବା ପରେ, ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଟେଷ୍ଟ ପାଇଁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସମସ୍ତଙ୍କ କରୋନା ପରୀକ୍ଷା କରାଯାଇଥିଲା, ଯେଉଁଥିରେ କରିମଙ୍କ ଦ୍ୱିତୀୟ ଝିଅ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

Advertisment

https://www.instagram.com/p/B8f9YqNBuDK/?utm_source=ig_web_copy_link

କରିମ୍ ନିଜେ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ତାଙ୍କ ଦୁଇ ଝିଅ ଶାଜା ମୋରାନି ଓ ଜୋଆ ମୋରାନି କରୋନା ପଜିଟିଭ୍। ଦୁଇ ଭଉଣୀଙ୍କୁ ବର୍ତ୍ତମାନ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ଡାକ୍ତରଖାନାର ଆଇଶୋଲେଶନ୍ ୱାର୍ଡରେ ଅଛନ୍ତି।  କରୀମ କହିଛନ୍ତି ଯେ ପ୍ରଥମେ ଶାଜାଙ୍କ ନିକଟରେ କୌଣସି ଲକ୍ଷଣ ଦେଖା ନ ଦେଇଥିଲେ ବି ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ଜୋଆଙ୍କଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା।

https://www.instagram.com/p/BySY5TBhNfc/?utm_source=ig_web_copy_link

ତେବେ ତାଙ୍କ ପରିବାରର ଦୁଇଟିଯାକ ସନ୍ତାନ କରୋନା ସଂକ୍ରମିତ ହୋଇଥିବାରୁ ସେ ରହୁଥିବା ବିଲ୍ଡିଂରେ ସମସ୍ତେ ଏକ ପ୍ରକାର ଆତଙ୍କିତ ହୋଇଯାଇଛନ୍ତି। ପୂରା ବିଲ୍ଡିଂକୁ ମୁମ୍ବାଇ ପ୍ରଶାସନ ସିଲ୍ କରିଦେଇଛି। ବର୍ତ୍ତମାନ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ପରୀକ୍ଷା ଚାଲିଛି। ବିଲ୍ଡିଂର ସମସ୍ତ ଲୋକଙ୍କୁ ସଚେତନ କରିବା ପାଇଁ ଶାଜା ନିଜେ ଏକ ବାର୍ତ୍ତା ପଠାଇଛନ୍ତି। ଏହି ବାର୍ତ୍ତାରେ ସେ ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ସମସ୍ତଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ କହିଛନ୍ତି।

Advertisment

https://www.instagram.com/p/BtySOLoB4c5/?utm_source=ig_web_copy_link

କରିମ୍ ମୋରାନି ଅନେକ ବଡ଼ ବଡ଼ ବଲିଉଡ୍ ଫିଲ୍ମ ତିଆରି କରିଛନ୍ତି।  ସେ ‘ଚେନ୍ନାଇ ଏକ୍ସପ୍ରେସ’, ‘ଦିଲୱାଲେ’ ଓ ‘ଦମ୍’, ‘ହାପି ନ୍ୟୁ ଇୟର୍’ ଭଳି ହିଟ୍ ଫିଲ୍ମ ନିର୍ମାଣ କରିଛନ୍ତି। କୁହାଯାଏ ଯେ ସେ ଶାହାରୁଖ ଖାନଙ୍କର ଜଣେ ଘନିଷ୍ଠ ବନ୍ଧୁ। ତାଙ୍କ ଝିଅ ଜୋଆ ମୋରାନି ଜଣେ ବଲିଉଡ୍ ଅଭିନେତ୍ରୀ। ସେ ‘ଅଲୱେଜ୍ କଭି କଭି’, ‘ମସ୍ତାନ୍’, ‘ଭାଗ ଜନି’ ଭଳି ଫିଲ୍ମ କରିବା ସହ ‘ଅକୂରି’ ଓ ‘ଭୂତ୍ ପୂର୍ବା’ ଭଳି ୱେବ୍ ସିରିଜରେ କାମକରିଛନ୍ତି। ଏହା ବ୍ୟତୀତ ସେ ଶାହାରୁଖ ଖାନଙ୍କ ଫିଲ୍ମ ‘ଓମ୍ ଶାନ୍ତି ଓମ୍’ ଏବଂ ଫିଲ୍ମ ‘ହାଲ୍ଲାବୋଲ୍’ରେ ସହ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe