ମୁମ୍ବାଇ: କରୀନା କପୁର ନିଜ ଭାଇ ରଣବୀର କପୁରଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏକ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ସେ ଏକଥା କହିଛନ୍ତି।
କରୀନା କହିଛନ୍ତି,“ମୁଁ ରଣବୀରଙ୍କ ସହ କାମ କରିବାକୁ ଚାହୁଁଛି। ଯଦି ତାଙ୍କ ସହ କାମ କରିବାକୁ ସୁଯୋଗ ମିଳେ, ତା’ହେଲେ ମୁଁ ବହୁତ୍ ଖୁସି ହେବି।”
[caption id="attachment_278715" align="alignnone" width="750"] image credit-peepingmoon.com[/caption]
“ଆମେ ଦୁହେଁ ଯଦି କୌଣସି ଫିଲ୍ମରେ ଏକାଠି କାମ କରୁ, ତା’ହେଲେ ଆମ କେମେଷ୍ଟ୍ରି ଜବରଦସ୍ତ ହେବ। ସେ ମୋତେ ଖୁବ୍ ଭଲ ଲାଗନ୍ତି। ତେଣୁ ମୁଁ ଆଶା କରୁଛି କେବେ ନା କେବେ ଆମ ପାଇଁ କେହି ନା କେହି ସ୍କ୍ରିପ୍ଟ ଲେଖିବେ।’’
[caption id="attachment_278716" align="alignnone" width="750"] image credit- india9tv.com[/caption]
ରଣବୀରଙ୍କୁ ପ୍ରଶଂସା କରି କରୀନା କହିଛନ୍ତି,“ରଣବୀର ଜଣେ ବହୁତ ଭଲ କଳାକାର।”
ଫିଲ୍ମ ‘ସଞ୍ଜୁ’ ପରେ ରଣବୀର ଏବେ ‘ବ୍ରହ୍ମାସ୍ତ୍ର’ର ଶୁଟିଂ କରୁଛନ୍ତି। ଏଥିରେ ତାଙ୍କ ବିପକ୍ଷରେ ଆଲିଆ ଭଟ୍ଟ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଓସ୍କାର ରେସ୍ରୁ ଆଉଟ ହେଲା 'ଲାପତା ଲେଡିଜ୍'
କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।
Entertainment
ଦଳାଚକଟାରେ ଗୁରୁତର ନାବାଳକଙ୍କୁ ଭେଟିବାକୁ ଚାହିଁଲେ ଅଲ୍ଲୁ ଅର୍ଜୁନ, କହିଲେ...
ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ।
Entertainment
ଶୀତୁଆ ରାତିରେ ତାତି ବଢ଼ାଇଲେ ନିଶା; ମଞ୍ଚରେ କଲେ ତତଲା ଡ୍ୟାନ୍ସ
ମହୁଲଟିକ୍ରା ପଡିଆରେ ଖେଳୁଥିଲା ଗୌରୀ ଗଣନାଟ୍ୟ। ପ୍ରଥମ ତିନି ରାତି ଜବରଦସ୍ତ ନାଟକ ପରିବେଷଣ କରାଯାଇଲା। ଯାତ୍ରା ପ୍ରେମୀଙ୍କର ଖଚାଖଚ୍ ଭିଡ ଜମିଥିଲା।
National
ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ
ତଳ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ଼ ଆଶ୍ୱସ୍ତି।
National
ଅଲ୍ଲୁଙ୍କୁ ଗିରଫ କରିବା ପାଇଁ ବେଡ୍ ରୁମ୍ ପର୍ଯ୍ୟନ୍ତ ପଳାଇଥିଲା ପୁଲିସ, ପୋଷାକ ବଦଳାଇବାକୁ ଦେଇ ନଥିଲା ସମୟ
ନାମପଲ୍ଲୀ କୋର୍ଟ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।