Advertisment

ଏକତାଙ୍କ ୱେବସିରିଜ୍‌ରୁ କରିସ୍ମାଙ୍କ ଡିଜିଟାଲ୍‌ ଡେବ୍ୟୁ

ମୁମ୍ବାଇ: ଟେଲିଭିଜନ୍‌ କୁଇନ୍ ଏକ୍‌ତା କପୁର୍‌ ଆଗକୁ ଏକ ନୂଆ ୱେବ୍‌ସିରିଜ୍‌ ‘ମେଣ୍ଚାଲ୍‌ହୁଡ୍‌’ ନେଇ ଆସୁଛନ୍ତି। ଏହି ସିରିଜ୍‌ ଜରିଆରେ କରିସ୍ମା କପୁର ନିଜର ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ସିରିଜ୍‌ଟି ମାର୍ଚ୍ଚ ୧୧ରୁ ଆରମ୍ଭ ହେବ। ତେବେ ଏହି ସିରିଜ୍‌ର ଏକ ମଜାଦାର୍‌ ଟିଜର୍‌ ରିଲିଜ୍‌ ହୋଇଯାଇଛି। ଏଥିରେ କରିସ୍ମା କପୁର ମା’ ଭୂମିକାରେ ନଜର ଆସିଛନ୍ତି। https://www.instagram.com/p/B80bdPxAeZj/?utm_source=ig_web_copy_link ନିକଟରେ ଏକ୍‌ତା ଇନ୍‌ଷ୍ଟାଗ୍ରାମରେ ‘ମେଣ୍ଟାଲହୁଡ୍‌’ର ଟିଜର୍‌ ଶେଆର୍ କରିଛନ୍ତି। ଟିଜର୍ ଦେଖି ଜଣାପଡ଼ୁଛି ଯେ […]

ଏକତାଙ୍କ ୱେବସିରିଜ୍‌ରୁ କରିସ୍ମାଙ୍କ ଡିଜିଟାଲ୍‌ ଡେବ୍ୟୁ

mental-hood

Advertisment

ମୁମ୍ବାଇ: ଟେଲିଭିଜନ୍‌ କୁଇନ୍ ଏକ୍‌ତା କପୁର୍‌ ଆଗକୁ ଏକ ନୂଆ ୱେବ୍‌ସିରିଜ୍‌ ‘ମେଣ୍ଚାଲ୍‌ହୁଡ୍‌’ ନେଇ ଆସୁଛନ୍ତି। ଏହି ସିରିଜ୍‌ ଜରିଆରେ କରିସ୍ମା କପୁର ନିଜର ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ସିରିଜ୍‌ଟି ମାର୍ଚ୍ଚ ୧୧ରୁ ଆରମ୍ଭ ହେବ। ତେବେ ଏହି ସିରିଜ୍‌ର ଏକ ମଜାଦାର୍‌ ଟିଜର୍‌ ରିଲିଜ୍‌ ହୋଇଯାଇଛି। ଏଥିରେ କରିସ୍ମା କପୁର ମା’ ଭୂମିକାରେ ନଜର ଆସିଛନ୍ତି।

Advertisment

https://www.instagram.com/p/B80bdPxAeZj/?utm_source=ig_web_copy_link

ନିକଟରେ ଏକ୍‌ତା ଇନ୍‌ଷ୍ଟାଗ୍ରାମରେ ‘ମେଣ୍ଟାଲହୁଡ୍‌’ର ଟିଜର୍‌ ଶେଆର୍ କରିଛନ୍ତି। ଟିଜର୍ ଦେଖି ଜଣାପଡ଼ୁଛି ଯେ ଏହାର କାହାଣୀ ଭିନ୍ନ ଭିନ୍ନ ମହିଳାଙ୍କ ଉପରେ ଆଧାରିତ, ଯେଉଁମାନେ ମାଆ ହେବା ପରେ ଭୋଗୁଥିବା ସମସ୍ୟାରୁ ଚିନ୍ତାରେ ଅଛନ୍ତି। କରିସ୍ମା ଏଥିରେ ମୀରା ଶର୍ମାଙ୍କ ଭୂମିକାରେ ଅଭିନୟ କରିଛନ୍ତି ଯିଏ କି ନିଜ ପିଲାର ଲାଳନ ପାଳନରେ ବ୍ୟସ୍ତ ରୁହନ୍ତି।

https://www.instagram.com/p/B8mDTiuF2hG/?utm_source=ig_web_copy_link

ଏହି ୱେବ୍‌ସିରିଜ୍‌କୁ କରିସ୍ମା କୋହଲି ନିର୍ଦ୍ଦେଶନା ଦେଇଥିବାବେଳେ ରୁପାଲି ଗୋହା ଓ ଏକ୍‌ତାଙ୍କ ସହ ମିଶି ଏହାର ପ୍ରଯୋଜନା କରିଛନ୍ତି। କରିସ୍ମାଙ୍କ ବ୍ୟତୀତ ଏଥିରେ ବଲିଉଡ୍‌ ଅଭିନେତା ଡିନୋ ମୋରିଆ ମଧ୍ୟ ଡିଜିଟାଲ୍‌ ଡେବ୍ୟୁ କରୁଛନ୍ତି। ତେବେ ଏମାନଙ୍କ ବ୍ୟତୀତ ସିରିଜ୍‌ରେ ସଞ୍ଜୟ ସୁରୀ, ସନ୍ଧ୍ୟା ମୃଦୁଲ୍, ଶିଳ୍ପା ଶୁକ୍ଳା, ଶୃତି ଶେଠ୍ ଓ ତିଳୋତମା ଶୋମ୍ ଏହି ସିରିଜ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ମାର୍ଚ୍ଚ ୧୧ରୁ ଏହି ୱେବ୍‌ ସିରିଜ୍‌ର ଷ୍ଟ୍ରିମିଂ ଜି-5 ଓ ଅଲ୍ଟ ବାଲାଜିରେ ହେବ।

Advertisment

https://www.instagram.com/p/B83AYVagMqj/?utm_source=ig_web_copy_link

ସୂଚନାଯୋଗ୍ୟ, କରିସ୍ମା ଶେଷଥର ପାଇଁ ୨୦୧୨ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଡେଞ୍ଜରସ୍‌ ଇସ୍କ’ରେ ଅଭିନୟ କରିଥିଲେ। ଏହା ପୂର୍ବରୁ ତାଙ୍କ ଅଭିନୀତ ଫିଲ୍ମ ‘ମେରେ ଜୀବନ ସାଥୀ’ ୨୦୦୬ରେ ରିଲିଜ୍‌ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe