Advertisment

ତିଆରି ହେବ ‘କୁଛ୍‌ କୁଛ୍‌ ହୋତା ହୈ’ ପାର୍ଟ ଟୁ!

ମୁମ୍ବାଇ: ୨୦ ବର୍ଷ ତଳେ ୧୯୯୮ ମସିହାରେ ରିଲିଜ୍ ହୋଇଥିଲା ଶାହାରୁଖ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’। ଶାହାରୁଖ୍‌ଙ୍କ ସହିତ ଏଥିରେ କାଜୋଲ୍‌ ଓ ରାଣୀ ମୁଖାର୍ଜୀ ଅଭିନୟ କରିଥିଲେ। ଫିଲ୍ମଟି ସୁପର୍ ଡୁପର୍ ହିଟ୍ ହୋଇଥିଲା। ଗୀତଗୁଡ଼ିକ ଦର୍ଶକଙ୍କ ହୃଦୟକୁ ଛୁଇଁ ଥିଲା। କରନ୍ ଜୋହର ଏହାର ନିର୍ଦ୍ଦେଶନା ଦେଇଥିଲେ। ତେବେ ନୂଆ ଖବର ହେଉଛି, କରନ୍‌ ‘କୁଛ୍ କୁଛ୍‌ ହୋତା ହୈ’ର ପାର୍ଟ-ଟୁ ନିର୍ମାଣ କରିବେ।  ଏକଥା ସେ ନିଜେ […]

author-image
Sangita Sahoo
ଅଦ୍ୟତନ ହୋଇଛି
ତିଆରି ହେବ ‘କୁଛ୍‌ କୁଛ୍‌ ହୋତା ହୈ’ ପାର୍ଟ ଟୁ!

karan1

ମୁମ୍ବାଇ: ୨୦ ବର୍ଷ ତଳେ ୧୯୯୮ ମସିହାରେ ରିଲିଜ୍ ହୋଇଥିଲା ଶାହାରୁଖ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’। ଶାହାରୁଖ୍‌ଙ୍କ ସହିତ ଏଥିରେ କାଜୋଲ୍‌ ଓ ରାଣୀ ମୁଖାର୍ଜୀ ଅଭିନୟ କରିଥିଲେ। ଫିଲ୍ମଟି ସୁପର୍ ଡୁପର୍ ହିଟ୍ ହୋଇଥିଲା। ଗୀତଗୁଡ଼ିକ ଦର୍ଶକଙ୍କ ହୃଦୟକୁ ଛୁଇଁ ଥିଲା। କରନ୍ ଜୋହର ଏହାର ନିର୍ଦ୍ଦେଶନା ଦେଇଥିଲେ।

Advertisment

ତେବେ ନୂଆ ଖବର ହେଉଛି, କରନ୍‌ ‘କୁଛ୍ କୁଛ୍‌ ହୋତା ହୈ’ର ପାର୍ଟ-ଟୁ ନିର୍ମାଣ କରିବେ।  ଏକଥା ସେ ନିଜେ ଏକ ଶୋ’ରେ କହିଛନ୍ତି।

ଇସ୍କ ୧୦୪.୮ ଏଫ୍‌ଏମ୍‌ରେ ପ୍ରସାରିତ ହେଉଥିବା ‘କଲିଙ୍ଗ୍ କରନ୍‌’ କାର୍ଯ୍ୟକ୍ରମରେ ଜଣେ ଶ୍ରୋତାଙ୍କ ପ୍ରଶ୍ନର ଉତ୍ତରରେ ସେ ଏହି କଥା କହିଥିଲେ। ତାଙ୍କୁ ଷ୍ଟାର କାଷ୍ଟ୍‌ ବିଷୟରେ ବି ପଚରା ଯାଇଥିଲେ।

Advertisment

[caption id="attachment_274569" align="aligncenter" width="750"]karan3 image credit-khaskhabar.com[/caption]

ଏନେଇ କରନ୍‌ କହିଥିଲେ ଯେ, ଯଦି ସେ ‘କୁଛ୍‌ କୁଛ୍‌ ହୋତା ହୈ’ର ପାର୍ଟ୍‌-ଟୁ ନିର୍ମାଣ କରନ୍ତି, ତା’ହେଲେ ସେଥିରେ ରଣବୀର କପୁର, ଆଲିଆ ଭଟ୍ଟ, ଓ ଜାହ୍ନବୀ କପୁରଙ୍କୁ ନେବେ।

ସୂଚନାଯୋଗ୍ୟ, ‘କୁଛ୍ କୁଛ୍ ହୋତା ହୈ’ ଫିଲ୍ମ ଜରିଆରେ କରନ୍ ଜଣେ ନିର୍ଦ୍ଦେଶକ ଭାବେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।