Advertisment

ସିରିଅସ ହୋଇଗଲେ କାର୍ତ୍ତିକ

ମୁମ୍ବାଇ: ନୂଆ ଲୁକରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ। ଲମ୍ବା କେଶ ସାଙ୍ଗକୁ ଚଷମା ଆଉ ବ୍ଲୁ ଫର୍ମାଲ ସୁଟ୍  ପୁରାପୁରି ସିରିଅସ ଅନ୍ଦାଜରେ ନଜର ଆସିଛନ୍ତି ଅଭିନେତା କାର୍ତ୍ତିକ । ତାଙ୍କର ଏହି ଫଟୋ ସେ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ ଏ ହେଉଛି ତାଙ୍କ ଅପକମିଂ ଫିଲ୍ମ ‘ଧମାକା’ର ଲୁକ। ଏଥିରେ ସେ ଅର୍ଜୁନ ପାଠକ ଭୂମିକାରେ ନଜର ଆସିବେ  କମେଡି କରୁଥିବା କାର୍ତ୍ତିକଙ୍କ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ସିରିଅସ ହୋଇଗଲେ କାର୍ତ୍ତିକ

kartik

ମୁମ୍ବାଇ: ନୂଆ ଲୁକରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ। ଲମ୍ବା କେଶ ସାଙ୍ଗକୁ ଚଷମା ଆଉ ବ୍ଲୁ ଫର୍ମାଲ ସୁଟ୍  ପୁରାପୁରି ସିରିଅସ ଅନ୍ଦାଜରେ ନଜର ଆସିଛନ୍ତି ଅଭିନେତା କାର୍ତ୍ତିକ । ତାଙ୍କର ଏହି ଫଟୋ ସେ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି।

Advertisment

ପ୍ରକୃତରେ ଏ ହେଉଛି ତାଙ୍କ ଅପକମିଂ ଫିଲ୍ମ ‘ଧମାକା’ର ଲୁକ। ଏଥିରେ ସେ ଅର୍ଜୁନ ପାଠକ ଭୂମିକାରେ ନଜର ଆସିବେ  କମେଡି କରୁଥିବା କାର୍ତ୍ତିକଙ୍କ ଏଥିରେ ପୁରା ସିରିଏସ ଏବଂ ଆକ୍ସନ ଲୁକ ଦେଖିବାକୁ ମିଳିବ।  କୁହାଯାଉଛି ଯେ, ଏହି ଫିଲ୍ମରେ କାର୍ତ୍ତିକ ଜଣେ ସାମ୍ବାଦିକ ଭୂମିକାରେ ନଜର ଆସିବେ। ଏହି ଫଟୋକୁ କାର୍ତ୍ତିକ ଶେଆର କରି ଲେଖିଛନ୍ତି, ଅର୍ଜୁନ ପାଠକଙ୍କ ସହ ମିଶନ୍ତୁ, ଏବଂ ହ୍ୟାସଟାଗ ଧମାକା’।

Advertisment


ଗତ ୧୨ ତାରିଖରୁ ଧମକା ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି କାର୍ତ୍ତିକ। ଏନେଇ କିଛି ଦିନ ତଳେ ସେ ନିଜେ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଶେଆର କରି ସୂଚନା ଦେଇଥିଲେ । ରାମ ମାଘବାନୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମଟି ଆସନ୍ତା ବର୍ଷ ରିଲିଜ ହେବ।

Bollywood