Advertisment

ବରଖା ଦତ୍ତଙ୍କୁ ବିବାହ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍‌ !

ମୁମ୍ୱାଇ : ଗତ ୩ ମାସରୁ ଅଧିକ ସମୟ ଧରି ଭାରତରେ ମହାମାରୀ କରୋନା ଭାଇରସ୍‌ର ପ୍ରଭାବ ଜାରିରହିଛି। କରୋନାର ମୁକାବିଲା କରିବା ପାଇଁ ବଲିଉଡ୍‌ ସେଲେବ୍ରିଟିମାନେ ସୋଶାଲ ମିଡିଆରେ ସଚେତନତା ବାର୍ତ୍ତା ବାଣ୍ଟୁଥିବା ଦେଖିବାକୁ ମିଳିଛି। ଫ୍ୟାନ୍ସଙ୍କୁ ସଚେତନ କରିବା ପାଇଁ ଲକଡାଉନରେ ଅଭିନେତା କାର୍ତ୍ତିକ୍‌ ଆର୍ଯ୍ୟନ୍ ନିଜର ଏକ ୟୁ ଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲିଛନ୍ତି। ଏହି ଚ୍ୟାନେଲ୍‌ରେ ସେ ‘କୋକି ପୁଛେଗା’ ନାମରେ ଏକ ନୂଆ ଶୋ’ ଆରମ୍ଭ କରିଛନ୍ତି। ଯେଉଁଥିରେ କାର୍ତ୍ତିକ କରୋନା […]

ବରଖା ଦତ୍ତଙ୍କୁ ବିବାହ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍‌ !

yyy

Advertisment

ମୁମ୍ୱାଇ : ଗତ ୩ ମାସରୁ ଅଧିକ ସମୟ ଧରି ଭାରତରେ ମହାମାରୀ କରୋନା ଭାଇରସ୍‌ର ପ୍ରଭାବ ଜାରିରହିଛି। କରୋନାର ମୁକାବିଲା କରିବା ପାଇଁ ବଲିଉଡ୍‌ ସେଲେବ୍ରିଟିମାନେ ସୋଶାଲ ମିଡିଆରେ ସଚେତନତା ବାର୍ତ୍ତା ବାଣ୍ଟୁଥିବା ଦେଖିବାକୁ ମିଳିଛି। ଫ୍ୟାନ୍ସଙ୍କୁ ସଚେତନ କରିବା ପାଇଁ ଲକଡାଉନରେ ଅଭିନେତା କାର୍ତ୍ତିକ୍‌ ଆର୍ଯ୍ୟନ୍ ନିଜର ଏକ ୟୁ ଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲିଛନ୍ତି। ଏହି ଚ୍ୟାନେଲ୍‌ରେ ସେ ‘କୋକି ପୁଛେଗା’ ନାମରେ ଏକ ନୂଆ ଶୋ’ ଆରମ୍ଭ କରିଛନ୍ତି। ଯେଉଁଥିରେ କାର୍ତ୍ତିକ କରୋନା ଯୋଦ୍ଧା ଯେପରିକି ଡାକ୍ତର, ନର୍ସ, ପୁଲିସ, ସାମ୍ୱାଦିକ ଓ ସଫେଇ କର୍ମୀଙ୍କ ସହିତ କଥାବାର୍ତ୍ତା କରୁଛନ୍ତି।

Advertisment

ଶୋ’ରେ କାର୍ତ୍ତିକ ବରିଷ୍ଠ ସାମ୍ୱାଦିକା ତଥା ପଦ୍ମଶ୍ରୀ ବରଖା ଦତ୍ତଙ୍କର ଇଣ୍ଟରଭ୍ୟୁ ନେଇଥିଲେ। ବରଖା ଲକଡାଉନ ପୂର୍ବରୁ ହିଁ ଦେଶର ବିଭିନ୍ନ ସ୍ଥାନକୁ ଯାଇ ରିପୋର୍ଟିଂ ଜାରି ରଖିଛନ୍ତି। ଏପରିକି ଇଣ୍ଟରଭ୍ୟୁ ସମୟରେ ମଧ୍ୟ ବରଖାଙ୍କୁ କୌଣସି ଏକ ସ୍ଥାନରେ ଦେଖିବାକୁ ମିଳିଥିଲା। ଏଥିରେ ବରଖା କରୋନା ଲକଡାଉନରେ ଲୋକେ କିପରି ଅସୁବିଧାରେ ଅଛନ୍ତି, ତାହା କାର୍ତ୍ତିକଙ୍କୁ ଜଣାଇଥିଲେ।

ତେବେ ଇଣ୍ଟରଭ୍ୟୁରେ କାର୍ତ୍ତିକ ବରଖା ଦତ୍ତ ୧୯୯୯ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ରିପୋର୍ଟିଂ କରିଥିବା କଥା ଉଠାଇଥିଲେ। ତାଙ୍କର ଏପରି ଅନେକ ସାହାସିକତା କାର୍ଯ୍ୟ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଥିଲା। ବରଖାଙ୍କ କାମରେ ଖୁସି ହୋଇ କାର୍ତ୍ତିକ ଇଣ୍ଟରଭ୍ୟୁରେ କହିଥିଲେ, ସେ ୧୯୯୯ ମସିହା ବରଖାଙ୍କୁ ବିବାହ କରିବା ପାଇଁ ପ୍ରସ୍ତୁତ ଅଛନ୍ତି।

Advertisment

ଏପରିକି ସେ ମା’ଙ୍କ ହାତରେ ବିବାହ ପ୍ରସ୍ତାବ ପଠାଇବେ ବୋଲି ମଧ୍ୟ କହିଥିଲେ। ଯାହାକୁ ଶୁଣି ବରଖା ହସିଥିଲେ ଏବଂ କାର୍ତ୍ତିକଙ୍କ ପାଇଁ ଏକ ଭଲ ଝିଅ ଖୋଜି ଆଣିଦେବେ ବୋଲି କଥା ଦେଇଥିଲେ।

ଶେଷଥର ପାଇଁ କାର୍ତ୍ତିକ ଆର୍ଯ୍ୟନଙ୍କୁ ‘ଲଭ୍‌ ଆଜ୍‌ କଲ୍’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଲକଡାଉନ ପରେ ସେ ‘ଭୁଲ୍ ଭୁଲେୟା ୨’, ‘ଦୋସ୍ତାନା ୨’ରେ ନଜର ଆସିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe