Advertisment

କାର୍ତ୍ତିକ ଓ ନାୟରାଙ୍କ ଫ୍ୟାନ୍‌ଙ୍କୁ ନିରାଶ କଲେ ରାଜନ୍

ମୁମ୍ବାଇ: ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ ଆସିବ ଏକ ବଡ଼ ଟ୍ୱିଷ୍ଟ। ଶୋ’ର ନିର୍ମାତା ରାଜନ୍‌ ଶାହି ଇନ୍‌ଷ୍ଟାଗ୍ରାମ୍‌ରେ କରିଥିବା ଏକ ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି। ସେ ଲେଖିଛନ୍ତି ଯେ ୨୦୨୦ରେ ଶୋ’ରେ ସବୁଠୁ ବଡ଼ ଲିପ୍‌ ବା କିଛି ବର୍ଷ ଅତିକ୍ରାନ୍ତ କରିଯାଇଥିବାର ଏପିସୋଡ୍ ଆସିବ। https://www.instagram.com/p/B4ihz2DJTk1/?utm_source=ig_web_copy_link ରାଜନ୍‌ ଲେଖିଛନ୍ତି, “୨୦୨୦ ଫେବୃଆରୀରେ ସବୁଠୁ ବଡ଼ ଶୋ’ରେ ଏବେ ପର୍ଯ୍ୟନ୍ତର ସବୁଠୁ ବଡ଼ ଲିପ୍‌ ଆସିବ। କେହି ବି ଶୋ’ଠୁ ବଡ଼ […]

ଅଦ୍ୟତନ ହୋଇଛି
କାର୍ତ୍ତିକ ଓ ନାୟରାଙ୍କ ଫ୍ୟାନ୍‌ଙ୍କୁ ନିରାଶ କଲେ ରାଜନ୍

kaira

Advertisment

ମୁମ୍ବାଇ: ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ ଆସିବ ଏକ ବଡ଼ ଟ୍ୱିଷ୍ଟ। ଶୋ’ର ନିର୍ମାତା ରାଜନ୍‌ ଶାହି ଇନ୍‌ଷ୍ଟାଗ୍ରାମ୍‌ରେ କରିଥିବା ଏକ ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି। ସେ ଲେଖିଛନ୍ତି ଯେ ୨୦୨୦ରେ ଶୋ’ରେ ସବୁଠୁ ବଡ଼ ଲିପ୍‌ ବା କିଛି ବର୍ଷ ଅତିକ୍ରାନ୍ତ କରିଯାଇଥିବାର ଏପିସୋଡ୍ ଆସିବ।

Advertisment

https://www.instagram.com/p/B4ihz2DJTk1/?utm_source=ig_web_copy_link

ରାଜନ୍‌ ଲେଖିଛନ୍ତି, “୨୦୨୦ ଫେବୃଆରୀରେ ସବୁଠୁ ବଡ଼ ଶୋ’ରେ ଏବେ ପର୍ଯ୍ୟନ୍ତର ସବୁଠୁ ବଡ଼ ଲିପ୍‌ ଆସିବ। କେହି ବି ଶୋ’ଠୁ ବଡ଼ ନୁହଁ। ଏକ କଡ଼ା ନିଷ୍ପତ୍ତି ନେବାର ସମୟ ଆସିଯାଇଛି। ଫେବୃଆରୀ ୨୦୨୦ରୁ ଶୋ’ ନୂଆ ଟିମ୍‌ ସହ ଆଗକୁ ବଢ଼ିବ। ମୁଁ ପୁଣି ଥରେ ପୁରୁଣା ଭୁଲ୍‌ କରିବାକୁ ଚାହୁଁନାହିଁ। କ୍ୟାମେରା ପଛରେ ଥିବା ଟିମ୍‌କୁ ଫେବୃଆରୀରେ ହେବାକୁ ଥିବା ଏହି ନୂଆ ଆରମ୍ଭ ପାଇଁ ଶୁଭକାମନା।”

https://www.instagram.com/p/B4mEYW7BO6x/?utm_source=ig_web_copy_link

ରାଜନ୍‌ ଶାହିଙ୍କର ଏହି ପୋଷ୍ଟ ପଢ଼ି କାର୍ତ୍ତିକ ଓ ନାୟରା ଫ୍ୟାନ୍‌ମାନେ ନିରାଶ ହୋଇଛନ୍ତି ଏବଂ ଏହା ବିରୋଧରେ ପ୍ରତିକ୍ରିୟା ଦେଇଛନ୍ତି।  ବାସ୍ତବରେ ଯଦି  ଶୋ’ରେ ଜେନେରେଶନ୍‌ ଲିପ୍‌ ହୁଏ, ତା’ହେଲେ କାର୍ତ୍ତିକ ଓ ନାୟରା ଶୋ’ରୁ ବାହାରି ଯାଇପାରନ୍ତି। ସେଥିପାଇଁ ସେମାନଙ୍କ ଫ୍ୟାନ୍‌ମାନେ ଆଦୌ ଖୁସି ନାହାନ୍ତି।  ସେମାନେ କେବଳ ଏ ଦୁହିଁଙ୍କୁ ହିଁ ଲିଡ୍‌ ରୋଲ୍‌ରେ ଦେଖିବାକୁ ଚାହାନ୍ତି।

Advertisment

https://www.instagram.com/p/B4op_bDhsnZ/?utm_source=ig_web_copy_link

ଜଣେ ୟୁଜର ଲେଖିଛନ୍ତି, ‘କାର୍ତ୍ତିକ ଓ ନାୟରା ଶୋ’ର ଆତ୍ମା। ସେମାନଙ୍କ ବିନା ଏହି ଶୋ’ କିଛି ନୁହେଁ। ଯଦି ଆପଣ ସେମାନଙ୍କ ବିନା ଶୋ’କୁ ଚଲାଇବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ଶୋ’କୁ ଶୁଭକାମନା।’

https://www.instagram.com/p/B4nTyFShUSA/?utm_source=ig_web_copy_link

ଆଉ ଜଣେ ୟୁଜର ଲେଖିଛନ୍ତି, “କାର୍ତ୍ତିକ ଓ ନାୟରାଙ୍କ ବିନା ଆମେ ଏହି ଶୋ’ ଦେଖିବୁ ନାହିଁ। ଏ ଦୁଇ ଜଣ ସମସ୍ତଙ୍କର ପସନ୍ଦର ଯୋଡ଼ି। ଦୟା କରି ଏମାନଙ୍କୁ ବାହାର କରନ୍ତୁ ନାହିଁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe