Advertisment

ପଡ଼ିଯାଇଥା’ନ୍ତେ ସାରା, ଧରି ପକାଇଲେ କାର୍ତ୍ତିକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲୀ ଖାନ୍‌ ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏଥିରେ ସାରା କ୍ୟାଟ୍ ୱାକ୍‌ କରୁଥିବା ବେଳେ ଛନ୍ଦି ହୋଇ ଭାରସାମ୍ୟ ହରାଇଥିବା ବେଳେ କାର୍ତ୍ତିକ ତାଙ୍କୁ ଧରି ପକାଉଥିବା ଦେଖିବାକୁ ମିଳିଛି। ଏ ଦୃଶ୍ୟଟି ହେଉଛି ଷ୍ଟାର ସ୍କ୍ରିନ୍ ଆୱାର୍ଡ ଉତ୍ସବର। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ସାରା ଷ୍ଟେଜ୍‌ ଉପରେ ଗୋଟିଏ ଗୋଡ଼ରେ ସ୍ୟାଣ୍ଡେଲ୍‌ ପିନ୍ଧିଛନ୍ତି। ଆଉ ଗୋଟିଏ ସ୍ୟାଣ୍ଡେଲକୁ […]

ପଡ଼ିଯାଇଥା’ନ୍ତେ ସାରା, ଧରି ପକାଇଲେ କାର୍ତ୍ତିକ୍‌

sara

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲୀ ଖାନ୍‌ ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏଥିରେ ସାରା କ୍ୟାଟ୍ ୱାକ୍‌ କରୁଥିବା ବେଳେ ଛନ୍ଦି ହୋଇ ଭାରସାମ୍ୟ ହରାଇଥିବା ବେଳେ କାର୍ତ୍ତିକ ତାଙ୍କୁ ଧରି ପକାଉଥିବା ଦେଖିବାକୁ ମିଳିଛି। ଏ ଦୃଶ୍ୟଟି ହେଉଛି ଷ୍ଟାର ସ୍କ୍ରିନ୍ ଆୱାର୍ଡ ଉତ୍ସବର।

Advertisment

ଭିଡିଓଟିରେ ଦେଖିବାକୁ ମିଳିଛି ଯେ ସାରା ଷ୍ଟେଜ୍‌ ଉପରେ ଗୋଟିଏ ଗୋଡ଼ରେ ସ୍ୟାଣ୍ଡେଲ୍‌ ପିନ୍ଧିଛନ୍ତି। ଆଉ ଗୋଟିଏ ସ୍ୟାଣ୍ଡେଲକୁ ସେ ହାତରେ ଧରିଛନ୍ତି। ତା’ପରେ ଏକ ଗୀତରେ ସେ କ୍ୟାଟ୍ ୱାକ୍ କରୁଛନ୍ତି। ତେବେ ଦୁଇ ତିନୋଟି ଷ୍ଟେପ୍ ପରେ ତାଙ୍କର ଗୋଟିଏ ଗୋଡ଼ ତାଙ୍କ ଡ୍ରେସ୍‌ରେ ଛନ୍ଦି ହୋଇଯାଇଛି ଓ ସେ ଭାରସାମ୍ୟ ହରାଇଛନ୍ତି। ହୁଏତ ଏଥିଯୋଗୁ ସେ ପଡ଼ି ବି ଯାଇଥା’ନ୍ତେ। କିନ୍ତୁ ତା’ପୂର୍ବରୁ ଷ୍ଟେଜ୍‌ରେ ଉପସ୍ଥିତ କାର୍ତ୍ତିକ ତାଙ୍କୁ ଧରି ପକାଇଥିଲେ।

https://www.instagram.com/p/B53YkCahx1m/?utm_source=ig_web_button_share_sheet

Advertisment

ଅନ୍ୟପକ୍ଷରେ ଉଭୟଙ୍କୁ ନେଇ ପ୍ରଥମେ ସେତେବେଳେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେତେବେଳେ କରଣ ଜୋହରଙ୍କ ଟକ୍‌ ଶୋ’ ‘କଫି ୱିଥ୍‌ କରନ୍‌ ୬’ ରେ ଏକ ପ୍ରଶ୍ନର ଜବାବରେ ସାରା କହିଥିଲେ ଯେ ସେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଡେଟ୍‌ କରିବାକୁ ପସନ୍ଦ କରିବେ। ସେହିଭଳି ସାରାଙ୍କ ସହିତ ଏକ କଫି ଡେଟ୍‌ରେ ଯିବାରେ ତାଙ୍କର କିଛି ଅସୁବିଧା ନାହିଁ ବୋଲି କାର୍ତ୍ତିକ କହିଥିଲେ। ସେବେଠୁ ଏହି ଦୁହିଁଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହା ପରେ ଦୁହିଁଙ୍କ ପ୍ରେମ ସଂପର୍କ ଖବର ଆସିଥିଲା। ଏପରିକି ବ୍ରେକ୍‌ଅପ୍ ଖବର ମଧ୍ୟ ଆସିଥିଲା। ଦୁହେଁ ପରସ୍ପରକୁ ଅଧିକ ସମୟ ଦେଇ ପାରୁ ନଥିବା ଯୋଗୁ ଓ ନିଜ ନିଜ କ୍ୟାରିୟର ପ୍ରତି ଯଥେଷ୍ଟ ସମୟ ଦେବାକୁ ସହମତି ଭିତ୍ତିରେ ବ୍ରେକ୍‌ଅପ୍ କରିଥିଲେ ବୋଲି ଖବର ଆସିଥିଲା। ତେବେ କିଛି ଦିନ ତଳେ ‘ପତି ପତ୍ନୀ ଔର ୱ’ର ପ୍ରମୋସନ୍ ବେଳେ ଏକ ପ୍ରଶ୍ନର ଉତ୍ତରରେ କାର୍ତ୍ତିକ କହିଥିଲେ ଯେ ସେ ସାରାଙ୍କୁ ପତ୍ନୀ ଭାବେ ଦେଖିବାକୁ ଚାହାନ୍ତି। ଯଦିଓ ସେ ଏହି ଫିଲ୍ମର ଚରିତ୍ର ସହିତ ଜଡ଼ିତ ପ୍ରଶ୍ନର ଉତ୍ତରରେ ଏହା କହିଥିଲେ ତଥାପି ସେମାନଙ୍କ ମଧ୍ୟରେ ଯେ ସବୁ କିଛି ଶେଷ ହୋଇଯାଇନି, ତାହା ଏଥିରୁ ସ୍ପଷ୍ଟ ହେଉଛି ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ୨୦୦୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ର ରିମେକ୍‌ରେ ସାରା ଓ କାର୍ତ୍ତିକଙ୍କୁ ଦେଖିବାକୁ ମିଳିବ। ଆସନ୍ତା ବର୍ଷ ଫେବୃଆରୀ ୧୪ରେ ଫିଲ୍ମଟି ରିଲିଜ୍‌ ହୋଇପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe