Advertisment

ସାରାଙ୍କୁ ନିଜ ପତ୍ନୀ ଭାବେ ଦେଖିବାକୁ ଚାହାଁନ୍ତି କାର୍ତ୍ତିକ

କିଛି ଦିନ ତଳେ ବି-ଟାଉନ୍‌ରେ ଉଡ଼ିବୁଲୁଥିଲା ଦୁଇଜଣ ୟଙ୍ଗ କପଲ୍‌ଙ୍କ ଅଫେୟାର୍‌ର ଖବର। ଏମାନେ ଆଉ କେହି ନୁହନ୍ତି ଏମାନେ ହେଉଛନ୍ତି କାର୍ତ୍ତିକ ଆର୍ଯ୍ୟନ ଓ ସାରା ଅଲ୍ଲୀ ଖାନ୍‌। ଦୁହିଁଙ୍କର ଅଫେୟାର୍‌ର ଖବର ସବୁବେଳେ ଚର୍ଚ୍ଚାରେ ରହୁଥିଲା। ଏମାନଙ୍କୁ ଅନେକ ସମୟରେ ଅନେକ ସ୍ଥାନରେ ଏକାଠି ମଧ୍ୟ ଦେଖିବାକୁ ମିଳୁଥିଲା। ଏପରିକି ସାରା ଅନେକ ଟକ୍ ଶୋ’ରେ କାର୍ତ୍ତିକ୍‌ଙ୍କୁ ସେ ପସନ୍ଦ କରନ୍ତି ବୋଲି କହିଥିଲେ। ହେଲେ ମାତ୍ର କିଛି ସମୟ ଭିତରେ ହିଁ ତାଙ୍କର […]

ସାରାଙ୍କୁ ନିଜ ପତ୍ନୀ ଭାବେ ଦେଖିବାକୁ ଚାହାଁନ୍ତି କାର୍ତ୍ତିକ

sara

Advertisment

କିଛି ଦିନ ତଳେ ବି-ଟାଉନ୍‌ରେ ଉଡ଼ିବୁଲୁଥିଲା ଦୁଇଜଣ ୟଙ୍ଗ କପଲ୍‌ଙ୍କ ଅଫେୟାର୍‌ର ଖବର। ଏମାନେ ଆଉ କେହି ନୁହନ୍ତି ଏମାନେ ହେଉଛନ୍ତି କାର୍ତ୍ତିକ ଆର୍ଯ୍ୟନ ଓ ସାରା ଅଲ୍ଲୀ ଖାନ୍‌। ଦୁହିଁଙ୍କର ଅଫେୟାର୍‌ର ଖବର ସବୁବେଳେ ଚର୍ଚ୍ଚାରେ ରହୁଥିଲା। ଏମାନଙ୍କୁ ଅନେକ ସମୟରେ ଅନେକ ସ୍ଥାନରେ ଏକାଠି ମଧ୍ୟ ଦେଖିବାକୁ ମିଳୁଥିଲା। ଏପରିକି ସାରା ଅନେକ ଟକ୍ ଶୋ’ରେ କାର୍ତ୍ତିକ୍‌ଙ୍କୁ ସେ ପସନ୍ଦ କରନ୍ତି ବୋଲି କହିଥିଲେ। ହେଲେ ମାତ୍ର କିଛି ସମୟ ଭିତରେ ହିଁ ତାଙ୍କର ବ୍ରେକ୍‌ଅପ୍‌ ହେବାର ଖବର ସାମ୍ନାକୁ ଆସିଥିଲା। କିନ୍ତୁ ଏବେ କାର୍ତ୍ତିକ ଏମିତି କିଛି କହିଛନ୍ତି ଯେଉଁଥିରୁ ଜଣା ପଡ଼ୁଛି ଯେ ଏବେ ବି ସାରା ଓ ତାଙ୍କ ଭିତରେ ସବୁକିଛି ଶେଷ ହୋଇ ନାହିଁ।

Advertisment

https://www.instagram.com/p/BzoCP4qh3g8/?utm_source=ig_web_copy_link

ଚର୍ଚ୍ଚା ହେଉଥିଲା ୟେ କାର୍ତ୍ତିକ ଆଉ ସାରା ବ୍ରେକ୍‌ଅପ୍‌ ପରେ ପରସ୍ପର ସହ କଥା ବି ହେଉ ନାହାଁନ୍ତି। କିନ୍ତୁ ଏବେ କାର୍ତ୍ତିକ ଏହାକୁ କେବଳ ଏକ ଗୁଜବ ବୋଲି ପ୍ରମାଣିତ କରିଦେଇଛନ୍ତି। କାରଣ ସେ ସାରାଙ୍କୁ ନିଜ ପତ୍ନୀ ଭାବେ ଦେଖିବାକୁ ଚାହାଁନ୍ତି ବୋଲି କହିଛନ୍ତି। ନିକଟରେ ଫିଲ୍ମ ‘ପତି ପତ୍ନୀ ଔର୍ ୱୋ’ର ପ୍ରମୋସନ୍‌ ପାଇଁ କାର୍ତ୍ତିକ ଆର୍ଯ୍ୟନ, ଅନନ୍ୟା ପାଣ୍ଡେ ଓ ଭୂମି ପେଡନାକର୍‌ ଏକ ଟକ୍‌ ଶୋ’ରେ ପହଞ୍ଚିଥିଲେ। ସେଠାରେ ତିନି ଜଣଙ୍କ ଭିତରେ ଏକ ରାପିଡ୍‌ ଫାୟାର୍‌ ରାଉଣ୍ଡ ଖେଳାଯାଇଥିଲା। ଏହି ପ୍ରଶ୍ନ ଉତ୍ତର ରାଉଣ୍ଡରେ କାର୍ତ୍ତିକ୍‌ଙ୍କୁ ପଚରା ଯାଇଥିଲା ଯେ ଅନନ୍ୟା ଓ ଭୂମିଙ୍କ ବ୍ୟତୀତ ସେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟ କେଉଁ ଅଭିନେତ୍ରୀଙ୍କୁ ପତ୍ନୀ ଓ କାହାକୁ ‘ୱୋ’ର ଭୂମିକାରେ ଦେଖିବାକୁ ଚାହାଁନ୍ତି। ତେବେ ଏହାର ଜବାବରେ କାର୍ତ୍ତିକ୍‌, ସାରା ଅଲ୍ଲୀ ଖାନ୍‌ଙ୍କୁ ନିଜ ପତ୍ନୀ ଭୂମିକାରେ ଦେଖିବାକୁ ଚାହାଁନ୍ତି ବୋଲି କହିଥିଲେ। ଏଥିସହ ସେ କିୟାରା ଆଡଭାନିଙ୍କ ନାଁ ମଧ୍ୟ ନେଇଥିଲେ। ତେବେ ’ୱୋ’ର ଭୂମିକାରେ ସେ ତାରା ସୂତାରିଆଙ୍କୁ ଦେଖିବାକୁ ଛାହୁଁଥିବା କହିଥିଲେ।

https://www.instagram.com/p/B3q1hqwDqyj/?utm_source=ig_web_copy_link

ତେବେ କାର୍ତ୍ତିକ ପତ୍ନୀ ଭୂମିକା ପାଇଁ ସାରାଙ୍କୁ ବାଛିବା ପରେ ଏହା ଜଣାପଡ଼ିଯାଉଛି ଯେ ସେମାନଙ୍କ ମଧ୍ୟରେ ସମ୍ପର୍କ ଏତେ ବି ଖରାପ ହୋଇନାହିଁ। ଏବେ ବି ପରସ୍ପରଙ୍କ ମନରେ କିଛି କଥା ବାକି ଅଛି। ସୂଚନାଯୋଗ୍ୟ ଏହି ଫିଲ୍ମଟି ୧୯୭୮ ମସିହାରେ ଆସିଥିବା ବି.ଆର୍. ଚୋପ୍ରାଙ୍କ ଫିଲ୍ମ ‘ପତି ପତ୍ନୀ ଔର୍ ୱୋ’ର ରିମେକ୍। ଯେଉଁଥିରେ ଲିଡ୍ ରୋଲ୍‌ରେ କାର୍ତ୍ତିକ ଆର୍ଯ୍ୟନ, ଭୂମି ପେଡନେକର୍ ଓ ଅନନ୍ୟା ପାଣ୍ଡେ ଅଭିନୟ କରିଛନ୍ତି। ଏମାନଙ୍କ ବ୍ୟତୀତ ଫିଲ୍ମରେ ଆୟୁଷ୍ମାନ୍‌ ଖୁରାନାଙ୍କ ଭାଇ ଅପାରଶକ୍ତି ଖୁରାନା ମଧ୍ୟ ଅଛନ୍ତି। ଫିଲ୍ମଟି ଡିସେମ୍ବର ୬ରେ ପରଦାକୁ ଆସିବ।

Advertisment

https://www.instagram.com/p/B5dM9IPBS-K/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe