ସଲ୍‌ମାନ୍‌ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଲେ କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲ୍‌ମାନ୍‌ ଖାନ୍‌ କିନ୍ତୁ କ୍ୟାଟ୍ରିନାଙ୍କ ଲାଗି ‘ମେରି ଜାନ’। ଏକଥା ଖୋଦ୍‌ କହିଥିଲେ ସଲ୍‌ମାନ୍‌। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏବେ ଉଭୟଙ୍କ ବିବାହ ନେଇ ଆରମ୍ଭ ହୋଇଛି ଗସିପ୍‌। ୫୦ଟି ଫଗୁଣ ଅତିକ୍ରମ କରି ସାରିଥିବା ସଲ୍‌ମାନ୍‌ ଏବେ ମଧ୍ୟ ବଲିଉଡ୍‌ର ମୋଷ୍ଟ ଇଲିଜିବୁଲ୍‌ ବ୍ୟାଚଲର୍‌। ଆଉ ସବୁବେଳେ ତାଙ୍କ ଫିଲ୍ମ ସହ ବିବାହ   ମଧ୍ୟ ଥାଏ ଚର୍ଚ୍ଚାରେ।  କେବେ ଓ କାହାକୁ ବିବାହ କରିବେ ବୋଲି ସବୁବେଳେ […]

44

44

Rosalin Rath
  • Published: Monday, 27 May 2019
  • Updated: 27 May 2019, 08:39 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲ୍‌ମାନ୍‌ ଖାନ୍‌ କିନ୍ତୁ କ୍ୟାଟ୍ରିନାଙ୍କ ଲାଗି ‘ମେରି ଜାନ’। ଏକଥା ଖୋଦ୍‌ କହିଥିଲେ ସଲ୍‌ମାନ୍‌। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏବେ ଉଭୟଙ୍କ ବିବାହ ନେଇ ଆରମ୍ଭ ହୋଇଛି ଗସିପ୍‌। ୫୦ଟି ଫଗୁଣ ଅତିକ୍ରମ କରି ସାରିଥିବା ସଲ୍‌ମାନ୍‌ ଏବେ ମଧ୍ୟ ବଲିଉଡ୍‌ର ମୋଷ୍ଟ ଇଲିଜିବୁଲ୍‌ ବ୍ୟାଚଲର୍‌। ଆଉ ସବୁବେଳେ ତାଙ୍କ ଫିଲ୍ମ ସହ ବିବାହ   ମଧ୍ୟ ଥାଏ ଚର୍ଚ୍ଚାରେ।  କେବେ ଓ କାହାକୁ ବିବାହ କରିବେ ବୋଲି ସବୁବେଳେ ଫ୍ୟାନ୍ସମାନେ ମଧ୍ୟ ପ୍ରଶ୍ନ କରିଥାନ୍ତି।

ଏବେ କିନ୍ତୁ ସଲ୍‌ମାନ୍‌ଙ୍କ ବାହାଘର ପାଇଁ ପ୍ରସ୍ତାବ ଆସିସାରିଛି। ଆଉ ଏହି ବାହାଘର  ପ୍ରସ୍ତାବ ଦେଇଛନ୍ତି ଖୋଦ୍‌ ବଲିଉଡ୍‌ ସୁନ୍ଦରୀ କ୍ୟାଟ୍ରିନା। ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଛି କି? ତାହାଲେ ପୂରା ଘଟଣା କ’ଣ ପଢ଼ନ୍ତୁ।

କ୍ୟାଟ୍ରିନା ସଲ୍‌ମାନ୍‌ଙ୍କୁ ରିୟଲ୍‌ ଲାଇଫ୍‌ରେ ନୁହେଁ ରିଲ୍‌ ଲାଇଫ୍‌ରେ ଏହି ପ୍ରସ୍ତାବ ଦେଇଛନ୍ତି। ସଲ୍‌ମାନ ଏବଂ କ୍ୟାଟ୍ରିନା ଆଗାମୀ ଫିଲ୍ମ ‘ଭାରତ’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ସୋଶାଲ୍‌ ମିଡିଆରେ ମଧ୍ୟ ଏହାର ପ୍ରମୋସନ୍‌ ଖୁବ୍‌ ଜୋର୍‌ ସୋର୍‌ରେ ଚାଲିଛି।

ତେବେ ଏହି ଫିଲ୍ମକୁ ନେଇ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ କ୍ୟାଟ୍ରିନା ସଲ୍‌ମାନଙ୍କୁ ବାହା ହେବା ପାଇଁ ପ୍ରସ୍ତାବ ଦେଉଛନ୍ତି।

ଦେଖନ୍ତୁ ସେହି ଭିଡିଓ

ଏଠାରେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯେ, ସଲ୍‌ମାନ ଏବଂ କ୍ୟାଟ୍ରିନାଙ୍କ ଫିଲ୍ମ ‘ଭାରତ’ ୫ ଜୁନ୍‌ରେ ରିଲିଜ୍‌ ହେବ। ପୂର୍ବରୁ ଏହି ଦୁଇଜଣଙ୍କ ଯୋଡ଼ି ସୁପର୍‌ହିଟ୍‌ ହୋଇଥିବା ବେଳେ ଏବେ ପୁଣି ଥରେ ସିନେମା ହଲ୍‌ରେ ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ କରିବାକୁ ଯାଉଛନ୍ତି। ଫିଲ୍ମରେ ସଲ୍‌ମାନ୍‌, କ୍ୟାଟ୍ରିନାଙ୍କ ସହ ତବୁ, ଜ୍ୟାକି ଶ୍ରଫ୍‌, ଦିଶା ପଟାନି, ସୁନିଲ୍‌ ଗ୍ରୋବରଙ୍କ ଭଳି ବହୁ କଳାକାର ଅଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos