Advertisment

କାଶ୍ମୀରରେ ସଲ୍ଲୁ

ଶ୍ରୀନଗର: ଦବଙ୍ଗଷ୍ଟାର ସଲମନ ଖାନ ଏବେ ଭାରତର ଭୂସ୍ୱର୍ଗ କାଶ୍ମୀରରେ। ଆପଣ ଭାବୁଥିବେ ନିଶ୍ଚିତ ଦବଙ୍ଗଷ୍ଟାର ଛୁଟି କଟାଇବାକୁ ସେଠାକୁ ଯାଇଥିବେ। କିନ୍ତୁ ତାହା ସତ ନୁହେଁ। ସଲ୍ଲୁଙ୍କ ଅପକମିଂ ଫିଲ୍ମି ‘ବଜରଙ୍ଗୀ ଭାଇଜାନ’ର ସୁଟିଂପାଇଁ ସେଠାରେ ଡେରା ପକାଇଛନ୍ତି ସେ ଆଉ ତାଙ୍କ ଟିମ୍। ତାଙ୍କ ସହ ଅଛନ୍ତି ଫେବିକଲଗର୍ଲ କରୀନା କାପୁର।

ଅଦ୍ୟତନ ହୋଇଛି
କାଶ୍ମୀରରେ ସଲ୍ଲୁ

salmankhan

Advertisment

ଶ୍ରୀନଗର: ଦବଙ୍ଗଷ୍ଟାର ସଲମନ ଖାନ ଏବେ ଭାରତର ଭୂସ୍ୱର୍ଗ କାଶ୍ମୀରରେ। ଆପଣ ଭାବୁଥିବେ ନିଶ୍ଚିତ ଦବଙ୍ଗଷ୍ଟାର ଛୁଟି କଟାଇବାକୁ ସେଠାକୁ ଯାଇଥିବେ। କିନ୍ତୁ ତାହା ସତ ନୁହେଁ। ସଲ୍ଲୁଙ୍କ ଅପକମିଂ ଫିଲ୍ମି ‘ବଜରଙ୍ଗୀ ଭାଇଜାନ’ର ସୁଟିଂପାଇଁ ସେଠାରେ ଡେରା ପକାଇଛନ୍ତି ସେ ଆଉ ତାଙ୍କ ଟିମ୍। ତାଙ୍କ ସହ ଅଛନ୍ତି ଫେବିକଲଗର୍ଲ କରୀନା କାପୁର।salmnankhan1

Advertisment

ତେବେ ସୁଟିଂପାଇଁ ଟିମ୍ ରେଡ୍ଡି ଥିବା ବେଳେ ଏଥିରେ ବାଧା ସାଜିଛି ବର୍ଷା। ଏଥିପାଇଁ ଅଧିକାଂଶ ସମୟ ପୁରାଟିମକୁ ବ୍ୟାକଅପ କରିବାକୁ ପଡୁଛି। ଏହି ଚଳଚ୍ଚିତ୍ରର ନିଦେ୍ର୍ଧଶକ କବୀର ଖାନ କହିଛନ୍ତିଯେ ଏହି ଚଳଚ୍ଚିତ୍ର କାଶ୍ମୀର ବିଭିନ୍ନ ପ୍ରାକୃତିକ ମନୋରମପୁର୍ଣ୍ଣ ଉପତ୍ୟାକାରେ ସୁଟିଂ କରାଯିବ। ସେଥିମଧ୍ୟରେ ରିହିଛି ପ୍ରସିଦ୍ଧ ଉପାତ୍ୟାକା ଅଞ୍ଚଳ ପାହାଲଗାମ, ଗୁଲମାର୍ଗ ଓ କାଶ୍ମୀର।salmankhan-kashmir-twitter

ତେବେ ଏହି ଚଳଚ୍ଚିତ୍ରର ୭୦ ଭାଗ ଅଂଶ ଅନ୍ୟ ଅଞ୍ଚଳରେ ସୁଟିଂ ଶେଷ ହୋଇଥିବା ବେଳେ ଫିଲ୍ମିର ଶେଷ ୩୦ ଭାଗ ଏହିଠାରେ ସୁଟିଂ ହେବ। ଏଥିମଧ୍ୟରେ ରହିଛି କିଛି ଗୀତ ଓ ଆକ୍ସନର ଦୃଶ୍ୟ । ଏଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe