Advertisment

ଏକାଠି ଆସିବେ ବିଦ୍ୟା ଓ କ୍ୟାଟ୍ରିନା

ମୁମ୍ୱାଇ: ବଲିଉଡ୍‌ର ଅନ୍ୟତମ ଦକ୍ଷ ଅଭିନେତ୍ରୀ ହେଉଛନ୍ତି ବିଦ୍ୟା ବାଲନ୍ ଓ କ୍ୟାଟ୍ରିନା କୈଫ୍‌। ଦୁହେଁ ଅନେକ ବର୍ଷ ହେଲା ଇଣ୍ଡଷ୍ଟ୍ରୀରେ ଅଛନ୍ତି ଓ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତେବେ ଏବେ ଆପଣମାନେ ଏ ଦୁହିଁଙ୍କୁ ଏକାଠି ଗୋଟିଏ ଫିଲ୍ମରେ ଦେଖିପାରିବେ। ଯଦି ଖବରଟି ଠିକ୍, ତା’ହେଲେ ପ୍ରଥମ ଥର ପାଇଁ ଏ ଦୁହେଁ ସ୍କ୍ରିନ୍ ଶେଆର୍ କରିବାକୁ ଯାଉଛନ୍ତି। ଫିଲ୍ମର ନାଁ ଜଣାପଡ଼ିନି। ତେବେ ଏହାର ପ୍ରଯୋଜନା କରିବେ ଆନନ୍ଦ ଏଲ୍‌ ରାଏ। ଆଉ […]

ଅଦ୍ୟତନ ହୋଇଛି
ଏକାଠି ଆସିବେ ବିଦ୍ୟା ଓ କ୍ୟାଟ୍ରିନା

kat

Advertisment

ମୁମ୍ୱାଇ: ବଲିଉଡ୍‌ର ଅନ୍ୟତମ ଦକ୍ଷ ଅଭିନେତ୍ରୀ ହେଉଛନ୍ତି ବିଦ୍ୟା ବାଲନ୍ ଓ କ୍ୟାଟ୍ରିନା କୈଫ୍‌। ଦୁହେଁ ଅନେକ ବର୍ଷ ହେଲା ଇଣ୍ଡଷ୍ଟ୍ରୀରେ ଅଛନ୍ତି ଓ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତେବେ ଏବେ ଆପଣମାନେ ଏ ଦୁହିଁଙ୍କୁ ଏକାଠି ଗୋଟିଏ ଫିଲ୍ମରେ ଦେଖିପାରିବେ। ଯଦି ଖବରଟି ଠିକ୍, ତା’ହେଲେ ପ୍ରଥମ ଥର ପାଇଁ ଏ ଦୁହେଁ ସ୍କ୍ରିନ୍ ଶେଆର୍ କରିବାକୁ ଯାଉଛନ୍ତି।

Advertisment

ଫିଲ୍ମର ନାଁ ଜଣାପଡ଼ିନି। ତେବେ ଏହାର ପ୍ରଯୋଜନା କରିବେ ଆନନ୍ଦ ଏଲ୍‌ ରାଏ। ଆଉ ଏହାର ନିର୍ଦ୍ଦେଶନା ଦେବେ ଅନିରୁଦ୍ଧ ଗଣପତି। ନିର୍ଦ୍ଦେଶକ ଭାବେ ସେ ଏହି ଫିଲ୍ମରେ ଡେବ୍ୟୁ କରିବେ। ରାଏ ପ୍ରଡକ୍ସନ୍ସ ହାଉସ୍ ସହିତ ସେ ଦୀର୍ଘ ଦିନ ହେବ ଜଡ଼ିତ ଅଛନ୍ତି। ଫିଲ୍ମଟିରେ ଉଭୟ ଆକ୍ସନ୍ ଓ କେମଡି ରହିବ ବୋଲି ଜଣାପଡ଼ିଛି।

ଏକ ରିପୋର୍ଟ ଅନୁସାରେ, ‘ଜିରୋ’ ଫିଲ୍ମରେ ଅନିରୁଦ୍ଧ ସହ ନିର୍ଦ୍ଦେଶକ ଭାବେ କାମ କରିଥିଲେ। ଆଉ ସେତେବେଳେ ହିଁ ସେ ଏହି ନୂଆ ପ୍ରୋଜେକ୍ଟ ପାଇଁ କ୍ୟାଟ୍ରିନାଙ୍କୁ ଅଫର୍ ଦେଇଥିଲେ।  କ୍ୟାଟ୍ରିନା କୁଆଡ଼େ ତାଙ୍କ କଥାରେ ରାଜି ହୋଇଯାଇଥିଲେ। ସେହିଭଳି ଅନିରୁଦ୍ଧ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ବିଦ୍ୟାଙ୍କୁ ମଧ୍ୟ ଅଫର୍ ଦେଇଛନ୍ତି।

Advertisment

ଏବେ ଏହି ଫିଲ୍ମର ସ୍କ୍ରିପ୍ଟ ଲେଖା କାମ ଚାଲିଛି ଓ ଏହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ସ୍କ୍ରିପ୍ଟ କାମ ସରିଗଲେ ନିର୍ମାତା ଓ ନିର୍ଦ୍ଦେଶକ ଆନୁଷ୍ଠାନିକ ଭାବେ ଏହି ଦୁଇ ଅଭିନେତ୍ରୀଙ୍କ ସହିତ ଚୂଡ଼ାନ୍ତ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କ୍ୟାଟ୍ରିନା ଏବେ ‘ସୂର୍ଯ୍ୟବଂଶୀ’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କ ସହିତ ଅକ୍ଷୟ କୁମାର ଅଛନ୍ତି। ସେହିପରି ବିଦ୍ୟା ‘ଶକୁନ୍ତଳା ଦେବୀ’ଙ୍କ ବାୟୋପିକ୍‌ରେ କାମ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe