ହୋଲିରେ ଠୁମ୍‌କା ଲଗାଇଲେ କ୍ୟାଟ୍‌: ଭିଡ଼ିଓ ଭାଇରାଲ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଗତକାଲି ଧୁମ୍‌ଧାମ୍‌ରେ ହୋଲି ସେଲିବ୍ରେସନ୍‌ କରିଛନ୍ତି। ଯାହାର ଭିଡ଼ିଓ ସେଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ହୋଲି ଅବସରରେ କ୍ୟାଟ୍‌ କାଲି ଏକ ପ୍ରୋଗାମ୍‌ରେ ଯୋଗ ଦେଇଥିଲେ। ସେଠାରେ ଆଫ୍‌ଗାନ୍‌ ଜଲେୱି ଗୀତରେ ସେ ଜବରଦସ୍ତ ଠୁମ୍‌କା ଲଗାଇଥିଲେ। କ୍ୟାଟ୍‌ଙ୍କ ଡ୍ୟାନ୍ସକୁ ଦେଖି ଉପସ୍ଥିତ ଲୋକ ବେଶ୍‌ ଖୁସି ହୋଇଯାଇଥିଲେ। କ୍ୟାଟ୍‌ଙ୍କ ସହ ପ୍ରୋଗାମ୍‌ରେ ରାପ୍‌ର ବାଦ୍‌ସାହା ମଧ୍ୟ ଯୋଗ ଦେଇଥିଲେ। https://www.instagram.com/p/BvTH5mXjih3/?utm_source=ig_web_copy_link ସୂଚନା ‌ଅନୁଯାୟୀ, ଆଗାମୀ ବଲିଉଡ୍‌ ଫିଲ୍ମ ‘ଭାରତ’ରେ […]

maxresdefault

maxresdefault

Biswobandita Swain
  • Published: Saturday, 23 March 2019
  • Updated: 23 March 2019, 11:23 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଗତକାଲି ଧୁମ୍‌ଧାମ୍‌ରେ ହୋଲି ସେଲିବ୍ରେସନ୍‌ କରିଛନ୍ତି। ଯାହାର ଭିଡ଼ିଓ ସେଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ହୋଲି ଅବସରରେ କ୍ୟାଟ୍‌ କାଲି ଏକ ପ୍ରୋଗାମ୍‌ରେ ଯୋଗ ଦେଇଥିଲେ। ସେଠାରେ ଆଫ୍‌ଗାନ୍‌ ଜଲେୱି ଗୀତରେ ସେ ଜବରଦସ୍ତ ଠୁମ୍‌କା ଲଗାଇଥିଲେ।

କ୍ୟାଟ୍‌ଙ୍କ ଡ୍ୟାନ୍ସକୁ ଦେଖି ଉପସ୍ଥିତ ଲୋକ ବେଶ୍‌ ଖୁସି ହୋଇଯାଇଥିଲେ। କ୍ୟାଟ୍‌ଙ୍କ ସହ ପ୍ରୋଗାମ୍‌ରେ ରାପ୍‌ର ବାଦ୍‌ସାହା ମଧ୍ୟ ଯୋଗ ଦେଇଥିଲେ।

https://www.instagram.com/p/BvTH5mXjih3/?utm_source=ig_web_copy_link

ସୂଚନା ‌ଅନୁଯାୟୀ, ଆଗାମୀ ବଲିଉଡ୍‌ ଫିଲ୍ମ ‘ଭାରତ’ରେ ସଲମାନ୍‌ଙ୍କ ସହ କ୍ୟାଟ୍ରିନା ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଅଲ୍ଲୀ ଅବସ ଜଫର ଦେଇଥିବା ବେଳେ ଫିଲ୍ମଟି ଇଦ୍‌ରେ ରିଲିଜ୍‌ ହେବାକୁ ଯାଉଛି।

ସେପଟେ ପୃଥୀରାଜ୍‌ ଚ୍ୱହାନ୍‌ଙ୍କ ଉପରେ ନିର୍ମାଣ ହେଉଥିବା ଫିଲ୍ମରେ ମଧ୍ୟ କ୍ୟାଟ୍ରିନା ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି। କ୍ୟାଟ୍ରିନାଙ୍କ ଫିଲ୍ମ ‘ଠଗ୍ସ ଅଫ୍‌ ହନ୍ଦୁସ୍ତାନ’ ଏବଂ ‘ଜିରୋ’ ବକ୍ସ ଅଫିସ୍‌ରେ ଫ୍ଲପ୍‌ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos