Advertisment

ଘରୋଇ ହିଂସାରେ ପୀଡ଼ିତ ମହିଳାଙ୍କ ପାଇଁ ଆଗକୁ ଆସିଲେ କ୍ୟାଟ୍ରିନା

ମୁମ୍ବାଇ: ବର୍ତ୍ତମାନ ଦେଶରେ ଲକଡାଉନ ଚାଲିଥିବାରୁ ସମସ୍ତ ଫିଲ୍ମର ଶୁଟିଂ ବନ୍ଦ ରହିଛି। ବଲିଉଡ ତାରକାମାନେ ଏହି ସମୟରେ ସୋଶାଲ୍ ମିଡିଆରେ ଅଧିକ ଆକ୍ଟିଭ ରହୁଛନ୍ତି। ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ମଧ୍ୟ ଲଗାତାର ଇନଷ୍ଟାଗ୍ରାମରେ କିଛି ନା କିଛି ପୋଷ୍ଟ କରୁଛନ୍ତି। କିଛିଦିନ ପୂର୍ବରୁ ଗିଟାର ବଜାଉଥିବା ଏକ ଭିଡିଓ ଶେଆର୍ କରିଥିଲେ। ଏହା ବ୍ୟତୀତ ତାଙ୍କର ଫିଟନେସ୍ ଟିପ୍ସ ମଧ୍ୟ ବେଶ୍ ପସନ୍ଦ କରାଯାଉଛି। ତେବେ ବର୍ତ୍ତମାନ କ୍ୟାଟ୍ରିନା ଘରୋଇ ହିଂସାରେ ପୀଡ଼ିତ ମହିଳାଙ୍କ ପାଇଁ […]

ଅଦ୍ୟତନ ହୋଇଛି
ଘରୋଇ ହିଂସାରେ ପୀଡ଼ିତ ମହିଳାଙ୍କ ପାଇଁ ଆଗକୁ ଆସିଲେ କ୍ୟାଟ୍ରିନା

kat

Advertisment

ମୁମ୍ବାଇ: ବର୍ତ୍ତମାନ ଦେଶରେ ଲକଡାଉନ ଚାଲିଥିବାରୁ ସମସ୍ତ ଫିଲ୍ମର ଶୁଟିଂ ବନ୍ଦ ରହିଛି। ବଲିଉଡ ତାରକାମାନେ ଏହି ସମୟରେ ସୋଶାଲ୍ ମିଡିଆରେ ଅଧିକ ଆକ୍ଟିଭ ରହୁଛନ୍ତି। ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ମଧ୍ୟ ଲଗାତାର ଇନଷ୍ଟାଗ୍ରାମରେ କିଛି ନା କିଛି ପୋଷ୍ଟ କରୁଛନ୍ତି। କିଛିଦିନ ପୂର୍ବରୁ ଗିଟାର ବଜାଉଥିବା ଏକ ଭିଡିଓ ଶେଆର୍ କରିଥିଲେ। ଏହା ବ୍ୟତୀତ ତାଙ୍କର ଫିଟନେସ୍ ଟିପ୍ସ ମଧ୍ୟ ବେଶ୍ ପସନ୍ଦ କରାଯାଉଛି। ତେବେ ବର୍ତ୍ତମାନ କ୍ୟାଟ୍ରିନା ଘରୋଇ ହିଂସାରେ ପୀଡ଼ିତ ମହିଳାଙ୍କ ପାଇଁ ଏକ ପୋଷ୍ଟ କରିଛନ୍ତି।

Advertisment

କ୍ୟାଟ୍ରିନା ଘରୋଇ ହିଂସା ପୀଡ଼ିତଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ସଂଗଠନ ‘ସ୍ନେହା’କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସଂଗଠନ ଦୀର୍ଘ ୨୦ ବର୍ଷ ଧରି ମୁମ୍ବାଇରେ କାମ କରୁଛି।

ଦେଶରେ ଲକଡାଉନ ଚାଲିଥିବାରୁ ସବୁ କାମ ବନ୍ଦ ରହିଛି। ତେଣୁ ବର୍ତ୍ତମାନ ସମସ୍ତେ ଘରେ ହିଁ ରହୁଛନ୍ତି। ଫଳରେ ଗତ କିଛି ଦିନ ଭିତରେ ଘରୋଇ ହିଂସା ମାମଲାରେ ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ଲକଡାଉନ ଯୋଗୁ ଏହି ସଂସ୍ଥା ଅର୍ଥାଭାବର ସମ୍ମୁଖୀନ ହେବାକୁ ପଡ଼ିଛି। ତେଣୁ କ୍ୟାଟ୍ରିନା ଏହି ସଂସ୍ଥାକୁ ସାହାଯ୍ୟ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି।

Advertisment

https://www.instagram.com/p/CAKR4fThkdk/?utm_source=ig_web_copy_link

ଏହି ଅଭିଯାନରେ, ‘ସ୍ନେହା’ର ଅଫିସିଆଲ୍ ଇନଷ୍ଟାଗ୍ରାମ ପୃଷ୍ଠାରୁ ଏକ ନାଁ ବାଛି ଏହାକୁ ନିଜ ଫଟୋ ସହିତ ଶେଆର୍ କରିବାକୁ ହେବ। ଏହା ପରେ, ଦିଆଯାଇଥିବା ଲିଙ୍କରେ ଦାନ ଦିଆଯାଇପାରିବ। ତେବେ କ୍ୟାଟ୍ରିନା ତାଙ୍କ ଫଟୋରେ ‘ଫାତିମା’ ନାଁ ଲେଖି ଏହି ପୋଷ୍ଟକୁ ଶେଆର୍ କରିଛନ୍ତି। ଏହା ବ୍ୟତୀତ ସେ ଏଥିରେ ଆଲିଆ ଭଟ୍ଟ ଏବଂ ତବୁଙ୍କ ଭଳି ତାରକାଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି ଓ ଏହାକୁ ଅନୁକରଣ କରିବାକୁ କହିଛନ୍ତି।

ସୂଚନାଯୋଗ୍ୟ, ଆଗକୁ କ୍ୟାଟ୍ରିନା କୈଫ ଫିଲ୍ମ ‘ସୁର୍ଯ୍ୟବଂଶୀ’ରେ ନଜର ଆସିବେ। ଏହି ଫିଲ୍ମରେ ସେ ଅକ୍ଷୟ କୁମାରଙ୍କ ସହିତ ନଜର ଆସିବେ। ଏହା ବ୍ୟତୀତ ଏହି ଫିଲ୍ମ ଦ୍ୱାରା କ୍ୟାଟ୍ରିନା ପ୍ରଥମ ଥର ପାଇଁ ନିର୍ମାତା ରୋହିତ ଶେଟ୍ଟୀଙ୍କ ସହ କାମ କରିଛନ୍ତି। ଫିଲ୍ମଟି ମାର୍ଚ୍ଚମାସରେ ରିଲିଜ ହେବାର ଥିଲା, କିନ୍ତୁ କରୋନା ଭାଇରସ୍ କାରଣରୁ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe